ଅlକ୍ସନ୍ ମୁଡ ରେ ଜୁନାଗଡ ପୁଲିସ, ଚୋରି ମଟର ସାଇକେଲ କୁ ସ୍କାର୍ପ କରି ବିକିବା ନେଇ କlବାଡ଼ି ଵାଲା ଗିରଫ l

134

କଟକ (ଉତ୍କଳ ନ୍ୟୁଜ ) ୦୬-୦୪-୨୦୨୩ : ସହର ରେ ଦିନ କୁ ଦିନ ଚୋରି ରାହା ଜାନି ବଢୁଥିବା ବେଳେ ଆକ୍ସନ ମୁଡ୍ ରେ ଆସିଛି ଜୁନାଗଡ ପୁଲିସ l ସହର୍ ରେ ବିଭିନ୍ନ ସମୟ ରେ ବହୁ ମୋଟର ସାଇକେଲ ଚୋରୀ ହେଉଥିବା ଅଭିଯୋଗ ହେଇ ଆସୁଥିବା ବେଳେ ଗତ କିଛି ଦିନ ହେବ ଜୁନାଗଡ ପୁଲିସ ମଦୁଆ ଗାଡି ଚାଳକ ଙ୍କୁ ଧରି ଜେଲ ହାଜତକୁ ପଠାଉ ଥିବା ଦେଖିବାକୁ ମିଳିଛି l କlଲି ଜୁନାଗଡ ପୋଲିସ କୋଣସି ସୂତ୍ର ରୁ ଖବର ପାଇ ଜୁନାଗଡ ସହର ର ଗନ୍ତାୟତ ପଡା ର କବାଡ଼ି ଆ ରାଜୁ ଅଲ୍ଲି ର କବାଡ଼ି ଦୋକାନ ଉପରେ ଅତର୍କିତ ଚଢାଉ କରି ଥିଲେ l ଏହି ସମୟ ରେ ଗ୍ୟାସ୍ କଟର ସାହାଯ୍ୟ ରେ ମୋଟର ସାଇକେଲ କୁ କାଟୁଥିବା ବେଳେ ବହୁ ପରିମାଣ ମଟର ସାଇକେଲ ର ଇଞ୍ଜିନ, ମଟର ସାଇକେଲ ସାଇଲେନ୍ସର୍, ମଟର ସାଇକେଲ ବଡ଼ି, ସିଟ, ହାଇୱେ ଡିଭାଇ, ମୋଟର ପମ୍ପ ଯବତ୍ କରିଥିଲେ l ଏ ନେଇ ରାଜୁ ପ୍ରଥମେ ଅନ୍ୟଜଣକୁ ଠୁ କିଣିଥବା କହୁଥିବା ବେଳେ କାହା ଠାରୁ କିଣିଥିଲା ତାହା ସଠିକ କହି ନ ଥିଲା l ଏହି ସବୁ ମଟର ସାଇକେଲ କୁ ରାଜୁ ସ୍କାପ୍ କରି ବିକୁଥିବା ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଥିଲା lଏନେଇ ଜୁନାଗଡ ଥାନା ରେ ଏକ ମାମଲା ରୁଜୁ କରି ରାଜୁ ଅଲ୍ଲୀ କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ବେଳେ ସେଠାରେ ତାର ଜମିନ୍ ନାମଞ୍ଜୁର ହେବାରୁ ଧର୍ମଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜୁନାଗଡ ପୋଲିସ ସୂଚନା ଦେଇଛି l ଏହି ପରି ଜୁନାଗଡ ସହର୍ ରେ ଅନେକ୍ କବାଡ଼ି ଦୋକାନ ଜୋର୍ ସୋର୍ ରେ ଚାଲୁ ଥିବା ବେଳେ ଏହି ଦୋକାନ ଗୁଡିକ ରେ ଏପରି ଅନେକ୍ ଚୋରୀ ସମାଗ୍ରୀ ମିଳି ପାରେ ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି l କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l