ଚୋରାରେ ଚାଲାଣ ହେଉଥିବା ଏକ ଟ୍ରକ ଗୋ ମାତା ବଜରଙ୍ଗ ଦଳ ଦ୍ବାରା ଜବତ , କୁଆଁରମୁଣ୍ଡା ଫାଣ୍ଡିରେ ହସ୍ତାନ୍ତର :

229

କଥାରେ ଅଛି ରଖେ ହରି ମାରେ କିଏ , ମାରେ ହରି ରଖେ କିଏ , ଆଜି ବଜରଙ୍ଗ ଦଳର କର୍ମକର୍ତ୍ତା ଓ ଭାଜପା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତିଙ୍କ ନେତୃତ୍ବରେ ମୃତ୍ୟୁ ମୁଖରେ ପଡିବାକୁ ଯାଉଥିବା ଗୋ ମାତା ମାନଙ୍କର ଜୀବନ ବଞ୍ଚିଯାଇଛି । ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡିରେ ବିଳମ୍ବିତ ରାତିରେ ଏକ ଗୋ ମାତା ଭର୍ତ୍ତୀ ଟ୍ରକ ଜବତ ହୋଇଛି । କୁତ୍ରା ଥାନା ଅନ୍ତର୍ଗତ ଖତକୁରବାହାଲ ଠାରୁ ଏକ ଓଡି ୧୬ ଜି ୫୧୯୨ ନଂ ଟ୍ରକରେ ଅନ୍ୟୁନ ୪୦ ରୁ ଉର୍ଦ୍ଧ୍ବ ଗାଇ ନେଇ ଯାଉଥିଲେ ବିଶ୍ରା ଥାନା ଅନ୍ତର୍ଗତ ଗୁଡଗୁଡଯୋର ଠାରେ କାଟିବା ପାଇଁ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଶଙ୍କର ବର୍ମା , ରୋହିତ ସାହୁ , ଭାଜପା ଯୁବ ମୋର୍ଚ୍ଚାର ଜିଲ୍ଲା ସଭାପତି ଅଙ୍କୁଶ ବର୍ମା , କେଦାର ପ୍ରିୟଦର୍ଶୀ ବାରିକ ଓ ଅନ୍ୟ ବଜରଙ୍ଗ ଦଳର କର୍ମ କର୍ତ୍ତା ଗଣ ଏକଥ୍ରିତ ହୋଇ ବେଦବ୍ୟାସ ସ ମିଲ ଛକରୁ ଉକ୍ତ ଗୋ ମାତା ଭର୍ତ୍ତୀ ଟ୍ରକକୁ ଗୋଡାଇ ଗୋଡାଇ କୁଆଁରମୁଣ୍ଡା ଅଞ୍ଚଳରେ ଧରି ଫାଣ୍ଡିରେ ଜିିମା ଦେଇଥିଲେ । ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କ ସଂପୂର୍ଣ୍ଣ ସହଯୋଗରେ ୪୦ ରୁ ଉର୍ଦ୍ଧ୍ବ ଗୋ ମାତାଙ୍କ ମୃତ୍ୟୁ ହେବାରୁ ବର୍ତ୍ତୀ ଯାଇଥିଲେ । ଉକ୍ତ ଗୋମାତା ମାନଙ୍କୁ ବେଦବ୍ୟାସ ସ୍ଥିତ ଗୋଶାଳାରେ ଛଡାଯିବ । ଗୋ ମାତା ଭର୍ତ୍ତୀ ଟ୍ରକ ଜବତ ହୋଇଛି ଚାଳକ ଓ ହେଲପରଙ୍କୁ ଚୋରାଚାଲାଣ ଅପରାଧରେ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ସୁନ୍ଦରଗଡ଼ରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢ଼ୀଙ୍କ ରିପୋର୍ଟ ଉତ୍କଳ ରିପୋର୍ଟ।