ମୋବାଇଲ ଦୋକାନରୁ ଚୋରୀର ପର୍ଦ୍ଦାଫାସ , ୩ ନାବାଳକ ସମେତ ୮ ଗିରଫ , ୨୦ ଟି ମୋବାଇଲ , ଗୋଟିଏ ବାଇକ ଓ କମ୍ପ୍ୟୁଟର ସେଟ ଜବତ

511

କଥାରେ ଅଛି ଲଗନ ସେ ଲଗେ ରହୋ , ସଫଲତା କଦମ ଚୁୁମେଗୀ । ଏହି କଥାର ସାରମର୍ମ ଯାହା ହେଉନା କାହିଁକି ଏହି ଉକ୍ତିର ସତ୍ୟତା ସ୍ବରୂପ ଆଜି ସଫଳତା ହାସଲ କରିଛନ୍ତି କୁତ୍ରା ଥାନା ପୋଲିଶ । ଏକ ମୋବାଇଲ ଦୋକାନରୁ ଚୋରୀ ହୋଇଥିବା ମୋବାଇଲ ସହ , ଏକ କମ୍ପ୍ୟୁଟର ସେଟ ଏବଂ ଏକ ବାଇକ ଜବତ କରିବା ସହ ଉକ୍ତ ଚୋରୀ ରାକେଟରେ ସାମିଲ ୩ ନାବାଳକ ସମେତ ୮ ଜଣଙ୍କୁ ଆଜି ଗିରଫ କରିବାରେ ସକ୍ଷମ ହୋଇଛି କୁତ୍ରା ପୋଲିଶ । ଘଟଣାଟି ବେଶୀ ପୁରୁଣା ନୂହେଁ ? ଗତ ମାର୍ଚ୍ଚ ମାସ ୨୩ ତାରିଖ ରାତିରେ କୁତ୍ରା ମାର୍କେଟ ଅଞ୍ଚଳରେ ଥିବା ମହମ୍ମଦ ସୟଦ ଇକବାଲଙ୍କ ମୋବାଇଲ ଦୋକାନରୁ କିଛି ଦୁର୍ବୁର୍ତ୍ତ ଲକଡାଉନର ସୁଯୋଗ ନେଇ ମୋବାଇଲ ସମେତ କମ୍ପ୍ୟୁଟର ସେଟ ନେଇ ଫେରାର ହୋଇଯାଇଥିଲେ । ପରଦିନ ଚୋରୀ ଘଟଣା ବିଷୟରେ ଇକବାଲ କୁତ୍ରା ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ ହୋଇଥିଲା । ତେବେ ଏହି ମୋବାଇଲ ଚୋର ଧରା ପଡୁ ନ ଥିଲେ । ଶେଷରେ ମୋବାଇଲ ଟ୍ରାକିଙ୍ଗ ଜରିଆରେ ଏହି ରାକେଟକୁ ଧରିବାରେ ଆଜି କୁତ୍ରା ପୋଲିଶ ସକ୍ଷମ ହୋଇଛି । ସେମାନଙ୍କ ଠାରୁ ଚୋରୀ ସାମଗ୍ରୀ ଜବତ କରି ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିବା ବିଷୟରେ ମତବ୍ୟକ୍ତ କରିଛନ୍ତି କୁତ୍ରା ଥାନା ଅଧିକାରୀ ସୁଶାନ୍ତ ପରିଡା । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଗୋମାରଡିହି ଅଞ୍ଚଳର ବାସୀନ୍ଦା ଆଶିଶ ଲୁଗୁନ , ସରଦୀପ ଛତ୍ରୀ , ସୁମିତ ଟପ୍ପୋ ଓ ରାହୁଲ କୁଲ୍ଲୁ , ତୁନମୁରା ସନାତନ ଲାକ୍ରା ତେତେର କେଲା ଅଞ୍ଚଳର ବାସୀନ୍ଦା ବୋଲି ଜଣାପଡିଛି । ଅନ୍ୟ ତିନିଜଣ ନାବାଳକ ଅଟନ୍ତି । ସୁନ୍ଦରଗଡ଼ରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢ଼ୀଙ୍କ ରିପୋର୍ଟ ଙ୍କ ରିପୋର୍ଟ ଉତ୍କଳ ନିଉଜ଼ ।