ଅବକାରୀ ବିଭାଗର ଚଢାଉ , ନକଲୀ ବିଦେଶୀ ମଦର କାରଖାନା ଜବତ :

191

ଅବକାରୀ ବିଭାଗକୁ ମିଳିଛି ଆଉ ଏକ ବଡ ସଫଳତା l ସ୍ମାର୍ଟ ସିଟି ରାଉରକେଲାରେ ଧରାପଡ଼ିଲା ନକଲି ବିଦେଶୀ ମଦ l ରାଉରକେଲାର ଜଲଦା ଫାଣ୍ଡି ଅନ୍ତର୍ଗତ ଗିରିଜାଟୋଲିରେ ଦୀର୍ଘଦିନ ଧରି ଚାଲିଥିଲା ଏହି ନକଲି ମଦ ତିଆରି ଓ ଏହି କାରଖାନା ଉପରେ ଚଢାଉ କରି ପର୍ଦ୍ଦାଫାସ କରିଛି ରାଉରକେଲା ଅବକାରୀ ବିଭାଗ l ଚଢାଉବେଳେ ୨୭ ଲିଟର ନକଲି ବିଦେଶୀ ବିଷାକ୍ତ ମଦ, ଅଢେଇ ଲିଟର କାରମେଲ୍ ରଙ୍ଗ, ୧୦୭୯୬ ଟି ବିଭିନ୍ନ ବିଦେଶୀ ମଦ ବ୍ରାଣ୍ଡର ଠିପି, ୫୧୫ ଟି ଖାଲି ମଦ ବୋତଲ ସମେତ ଅନ୍ୟାନ୍ୟ ସମାଗ୍ରୀ ଯାବତ୍ କରିଛି ଅବକାରୀ ବିଭାଗ l ତେବେ ଆଗକୁ ବି ଏହିପରି ଭାବରେ ଚଢାଉ ଜାରି ରହିବ ବୋଲି କହିଛନ୍ତି ଅବକାରୀ ଅଧିକାରୀ l ଗୀର୍ଜା ଟୋଲା ବସ୍ତି ରେ ଏହି ନକଲି ମଦ କାରଖାନା ଚାଲୁ ଥିଲା l ଆଜି ଅବକାରୀ ବିଭାଗ ଚଢାଉ କରି ତିନି ଜଣ ଙ୍କୁ ଗିରଫ୍ କରିଛି I ତା ସହିତ ନକଲି ମଦ ତିଆରି ରେ ବ୍ୟବହୃତ ବିଭିନ୍ନ ସମାଗ୍ରୀ, ପାଞ୍ଚ ସହ ଖାଲି ବୋତଲ, ଦଶ ହାଜର ରୁ ଅଧିକ ଷ୍ଟିକର ଯବତ ହୋଇଛି l ଏ ଘଟଣା ରେ ତିନି ଜଣ ଓ ଗୋଟିଏ ବାଇକ ଯବତ୍ ହୋଇଛି I ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l ସୁନ୍ଦରଗଡ଼ରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢ଼ୀଙ୍କ ରିପୋର୍ଟ ଙ୍କ ରିପୋର୍ଟ ଉତ୍କଳ ନିଉଜ ।