ଭାଇରାଲ ହେଉଛି ଚାନ୍ଦବାଲି ତହସିଲଦାରଙ୍କ ଅଶାଳୀନ ବ୍ୟବହାର, ନ୍ୟାୟ ପାଇଁ ଯାଇଥିବା ଯୁବକକୁ ପୋଲିସ ଡାକି ଗିରଫର ଭୟ।

366

କଟକ(ଉତ୍କଳ ନିଉଜ)୧୯/୦୯/୨୦୨୨ : ଭାଇରାଲ ହେଉଛି ଚାନ୍ଦବାଲି ତହସିଲଦାରଙ୍କ ଅଶାଳୀନ ବ୍ୟବହାର । ନ୍ୟାୟ ପାଇଁ ଯାଇଥିବା ଯୁବକକୁ ଦୋ-ଅକ୍ଷରୀରେ ଶୋଦିବା ସହିତ ଗିରଫ୍ ଭୟ ଦେଖାଯାଉଛି । ଏହି ପ୍ରସଙ୍ଗଟି ଆଜି ଦିନତମାମ୍ ରାଜ୍ୟ ରାଜନୀତିରେ ବେଶ ଖୋରାକ୍ ଯୋଗାଇ ଦେଇଥିବା ବାରି ହୋଇଛି । ସଂପୃକ୍ତ ତହସିଲଦାରଙ୍କ ଏତାଦୃଶ ବ୍ୟବହାରକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବେଶ ଟ୍ରୋଲ୍ ହେବାରେ ଲାଗିଛି । ସେପଟେ ଖୋଦ୍ ତହସିଲଦାର ଗଣମାଧ୍ୟମ ପ୍ରତିନିଧିମାନଙ୍କର ଫୋନ୍ କଲକୁ ଉଦ୍ଦେଶ୍ୟମୂଳକଭାବେ ଏଡେଇ ଦେଇ ପ୍ରତିକ୍ରିୟା ଦେବାରୁ ବଞ୍ôଚତ ହୋଇଛନ୍ତି । ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଲାଣି । ସେଭଳି ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ବିରୋଧି ଦଳ ଦାବି ଉଠାଇଲେଣି । ରାଜ୍ୟରେ ସ୍ୱଚ୍ଛ ଶାସନର ନାରା ଦେଇ ୫-ଟି ପ୍ରଚଳିତ କରାଯାଉଛି । ଅଭିଯୁକ୍ତ ହେଉ ଅଥବା ଅଭିଯୋଗକାରୀ ସମସ୍ତଙ୍କ ଉତ୍ତମ ସମ୍ମାଦ ପ୍ରଦାନ କରାଯାଇ ତଦନ୍ତ କରାଯିବା କଥା । ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ କାର୍ଯ୍ୟାଳୟରେ ଏହାର ଓଲଟା ପରିଲକ୍ଷିତ ହୋଇଛି । ତହସିଲ କାର୍ଯ୍ୟାଳୟକୁ ନ୍ୟାୟ ପାଇଁ ଆସିଥିବା ଜଣେ ଯୁବକଙ୍କୁ ଧକ୍କା ମାରିବା, ଅସଭ୍ୟ ଭାଷାରେ ଗାଳି ଦେବା ଏପରିକି ପୋଲିସ ଡାକି ଗିରଫ୍ କରିବାର ଭୟ ଦେଖାଇବା ଆଦି ଭିଡିଓ ଭାଇରାଲ ହୋଇଛି ।

ଯେଉଁଥିରେ ଉକ୍ତ ଯୁବକଙ୍କୁ ସଂପୃକ୍ତ ତହସିଲଦାର ‘ଶଳା ହାରାମଜାଦା’, କିଳା ଓ ‘ଗୁପ୍ତାଙ୍ଗ’ ଫାଟି ଯିବା ପରି ଶବ୍ଦ ବ୍ୟବହାର ସହିତ ଆମକୁ ଅଯଥାରେ ହାଇକୋର୍ଟରେ ହାଜର ହେବାକୁ ପଡୁଛି ସେନେଇ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଥିବାର କୁହାଯାଉଥିବା ଜଣାଯାଇଛି । ଏହାରି ମଧ୍ୟରେ ‘ବାପି’ ନାମକ ଜଣେ ବ୍ୟକ୍ତିଙ୍କ ଫୋନ୍ କଲ୍ କଥା ସୃଂପକ୍ତ ତହସିଲଦାର କହୁଥିବା ଜଣାଯାଇଛି । ତେବେ ସେ ବାପି କିଏ ବୋଲି ଚର୍ଚ୍ଚ ଜୋର ଧରିଛି । ସୂଚନା ମୁତାବକ, ଚାନ୍ଦବାଲି ତହସିଲ ଅଧିନ ମୌସୁଧା ଗାଁର ଜଣେ ଯୁବକ ସେ ରହୁଥିବା ଘରକୁ ଯିବାଆସିବା କରିବା ସରକାରୀ ରାସ୍ତା ଉପରେ ଅନ୍ୟଜଣେ ବ୍ୟକ୍ତି ଜବରଦସ୍ତ ଘର କରୁଛନ୍ତି । ବାରମ୍ବାର ସେ ଚାନ୍ଦବାଲି ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିଲେ । କିଛି ଦିନ ତଳେ ସେ ତହସିଲ ଆସିବାରୁ ତହସିଲଦାର୍ ତାଙ୍କୁ ଉତ୍ତେଜିତ ହୋଇ ଏପରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଧକ୍କା ମାରି ପୋଲିସ୍ ଜିମାରେ ଦେବା ପାଇଁ ଧମକ୍ ଦେଇଥିଲେ । ପଇସା ଦେଉଛୁ, କେତେ ଟଙ୍କା ଦେବୁ, ଟଙ୍କାଟେ ତୁ ଦେଇଛୁ, ବାରମ୍ବାର ଚାଲିଆସୁଛୁ, ଏମିତି କେତେକଣ ଅଶାଳୀନ ଭାଷା ବ୍ୟବହାର କରି ତହସିଲ କାର୍ଯ୍ୟାଳୟରୁ ତଡି ଦେଉଥିବା ଭିଡ଼ିଓ ଏବେ ଭାଇରାଲ ହେଉଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ତହସିଲଦାରଙ୍କ ବ୍ୟବହାରକୁ ଦେଖି ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଣେ ତହସିଲଦାର ହୋଇ କିପରି ସାଧାରଣ ଲୋକଙ୍କୁ ଏପରି ବ୍ୟବହାର କରୁଛନ୍ତି, ଏ କଣ ନବୀନ ସରକାରଙ୍କ ସ୍ୱଚ୍ଛ ଶାସନର ଉଦାହରଣ? ଯଦି ଗୋଟେ ଜଣେ ବ୍ୟକ୍ତି ନିଜ କାମ ପାଇଁ ତହସିଲକୁ ବାରମ୍ବାର ଯିବ ତହସିଲଦାର ଏମିତି ବ୍ୟବହାର କରିବା କେଉଁ ଆଇନ୍ କାନୁନରେ ଲେଖା ହୋଇଛି । ଜିଲ୍ଲା ପ୍ରଶାସନ ସମେତ ରାଜ୍ୟ ସରକାର ଏହାକୁ ବିଚାର କରନ୍ତୁ । ତାଙ୍କ ବିରୋଧରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉ । କେବଳ ତହସିଲଦାର୍ କାହିଁକି ଧଳା ସାର୍ଟ ପିନ୍ଧିଥିବା ଅତିରିକ୍ତ ତହସିଲଦାର ବି କେମିତି ବ୍ୟବହାର କରୁଛନ୍ତି ତାହା ବେଶ ବାରି ହୋଇଛି । ତହସିଲଦାର ଏପରି ଦୁର୍ବ୍ୟବହାର ଆଜିର ନୁହେଁ କିଛି ଦିନ ତଳେ ଜଳେଶ୍ୱରପୁରରେ ଏକ ଜବରଦଖଲ ଉଛେଦ ବେଳେ ରମାକାନ୍ତ ବଳ ନାମକ ଜଣେ ଯୁବକଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ସେତେବେଳର ଭିଡ଼ିଓ ମଧ୍ୟ ତାଙ୍କର ଭାଇରାଲ ହୋଇଥିଲା । ତେବେ ଏପରି ଜଣେ ଅଭ୍ୟାସଗତ ଦୁର୍ବ୍ୟବହାରକାରୀ ବୋଲି ସାଧାରଣରେ ଆଲୋଚନା ହେଉଥିବା ତାଙ୍କ ବିରୋଧରେ କି ପ୍ରକାର ପଦକ୍ଷେପ ନିଆଯାଉଛି ତାକୁ ଅନେଇ ବସିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |