ବଜ୍ରାଘାତରେ କୃଷକ ମୃତ |

322

କଟକ(ଉତ୍କଳ ନିଉଜ)୧୮/୦୯/୨୦୨୨ : ବଜ୍ରାଘାତରେ କୃଷକ ମୃତ। ଏପରି ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଫତେପୁର ପଞ୍ଚାୟତ ଅଧିନ ଚକଓରଡା ଗାଁରେ। ରବିବାର ସକାଳ ପ୍ରାୟ ୮ ଘଟିକା ସମୟରେ ରାମଚନ୍ଦ୍ର ନାୟକଙ୍କ ପୁଅ ବଟକୃଷ୍ଣ ନାୟକ(୩୦) ବିଲରେ ସାର ପକାଉଥିବା ବେଳେ ବଜ୍ରାଘାତ ହୋଇଥିଲା। ଯାହା ଫଳରେ ତାଙ୍କ ମୁଣ୍ଡ ଓ ଛାତିରେ କ୍ଷତାକ୍ତ ହୋଇ ତଳେ ପଡି ଯାଇଥିଲେ। ତାଙ୍କୁ ତିହିଡି ମେଡିକାଲରେ ଭର୍ତ୍ତ କରା ଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ବଜ୍ରାଘାତରେ ମୃତକ ବଟକୃଷ୍ଣଙ୍କ ସହିତ ତାଙ୍କ ଭାଇ ମଧ ଆହତ ହୋଇଥିବା ସୂଚନା ମିଳିଛି। ବଟକୃଷ୍ଣଙ୍କ ଏପରି ଆକସ୍ମିକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |