ପୁଅବୋହୁଙ୍କ ଠାରୁ ମାଡ ଖାଇ ଥାନାରେ ଦ୍ୱାରସ୍ଥ ହେଲେ ଜନ୍ମକଲା ମାଆ।

379

କଟକ (ଉତ୍କଳ ନ୍ୟୁଜ) ୧୫-୦୯-୨୦୨୨ : ପୁଅବୋହୁଙ୍କ ଠାରୁ ମାଡ ଖାଇ ଥାନାରେ ଦ୍ୱାରସ୍ଥ ହେଲେ ଜନ୍ମକଲା ମାଆ। 'ମୋ ପୁଅଵୋହୁ ମାରିଛନ୍ତି' ବୋଲି ଭୋ ଭୋ ହୋଇ କାନ୍ଦୁଛି ଅଧରାତିରେ ଥାନା ଆଗରେ। ମୋତେ ରକ୍ଷା କର ନ ହେଲେ ମୁଁ ମରିଯିବି। ବୋହ ମୁହଁକୁ ମୁହଁକୁ ମାରିଛି ପୁଅ ଆସି ମାଆ କଥା ବୁଝିବ କ'ଣ ଓଲଟି ମାଡ ମାରିବା ସହ ଅଶ୍ରାବ୍ୟ ଭାଷାରେ ଗାଳି ଦେଲା। ଯେଉଁ ପୁଅକୁ ମାଆ ନ ମାସ ଗର୍ଭରେ ରଖି ଜନ୍ମ କରି ଲାଳନ ପାଳନ କରି ଆଜି ବଡ କରିଛି ସେ ସାମାନ୍ୟ ଜାଗା ବାଡ଼ି ଓ ଘର ପାଇଁ ତାକୁ ତା' ସ୍ତ୍ରୀ ସହ ମିଶି ମାଡ ମାରୁଛି । ଏଭଳି ଘଟଣା ଦେଖିଵାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ସାମରାଏପୁରର ପ୍ରାଚୀନଗର ଅଞ୍ଚଳର ଭାରତୀ ଦାସଙ୍କ କ୍ଷେତ୍ରରେ। ଭାରତୀ ଦାସଙ୍କ ଦୁଇ ପୁଅ ଵଳଭଦ୍ର ଓ ଜଗନ୍ନାଥ।

ଆଶା କରିଥିଲେ ଵଳଭଦ୍ର ଓ ଜଗନ୍ନାଥ ତାଙ୍କ ବାର୍ଦ୍ଧକ୍ୟରେ ସାହାରା ହେବା। ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ପୁଅବୋହୁଙ୍କ ଅତ୍ୟାଚାର ଏଵେ ବଢିବାରେ ଲାଗିଛି। ନିଜ ନାମରେ ଘର ବାଡ଼ି କରେଇ ଦେବା ମାଡ ମାରିବା ସହ ଧମକ ଚମକ ଦେଉଛନ୍ତି। ଏପରି ଘରେ ରଖେଇ ଦେବେ ନାହିଁ ବୋଲି କହୁଛନ୍ତି। ତାଙ୍କର ଜିନିଷପତ୍ର ସବୁ ନେଇ ଯାଉଛନ୍ତି। ବୃଦ୍ଧା ମାଆ ନିଜ ଜୀବନ ପ୍ରତି ଵିପଦ ଭାବି ନ୍ୟାୟ ପାଇଁ ରାତିରେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |