ନାବାଳିକାକୁ ଦୁଷ୍କର୍ମ କରି ବନ୍ଧା ହେଲା ପ୍ରେମିକ|

673

କଟକ(ଉତ୍କଳ ନିଉଜ)୧୪/୦୯/୨୦୨୨ : ଲଭ୍ ସେକ୍ସ ଆଉ ଧୋକ୍କା ଆଜିର ଦିନରେ ଏକ ପ୍ରକାର ସାମାଜିକ ବ୍ୟାଧି ସାଜିଲାଣି । ଯୌବନ ପ୍ରାରମ୍ଭ ବୟସରେ ହେଉ ଅଥବା ପ୍ରାପ୍ତ ବୟସରେ ହେଉ ନାରୀଟିଏ ବିଭିନ୍ନ କ୍ଷେତ୍ରରେ ଦୁଷ୍କର୍ମର ଶିକାର ହେବାକୁ ପଡୁଛି । ସବୁଠୁ ବଡ କଥା ହେଉଛି ବିବାହର ପ୍ରତିଶୃତି ଦେଇ ବାରମ୍ବାର ଦୁଷ୍କର୍ମ ସଂପ୍ରତି ସମାଜରେ ଏକ ମାନିଆ କରି ସାରିଲାଣି । ଏଭଳି ଏକ ସଂଗୀନ ଘଟଣା ସଂପ୍ରତି ପଦାକୁ ଆସିଛି । ନାବାଳିକାର ଅସହାୟତାର ସୁଯୋଗ ନେଇ ପ୍ରଥମେ ଦୁଷ୍କର୍ମ କରିବା, କାହାରିକୁ ନକହିବା ଲାଗି ଧମକାଇବା, କିଛିଦିନ ପରେ ନାବାଳିକା ପରିବାର ଲୋକଙ୍କ ସାମନା ଧରା ପଡିବା ଏବଂ ଶେଷରେ ବିବାହ କରିବା ଲାଗି ପ୍ରତିଶୃତି ଦେଇ ପ୍ରତାରଣା କରି ଆଇନ୍ ହାତରେ ଧରା ପଡିଛି ଜଣେ ଯୁବକ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ଇନ୍ଦିରା(ସନ୍ଥପୁରା) ଗାଁର ଜନୈକା ନାବାଳିକା ପ୍ରତି ଦୁଷ୍କର୍ମ କରି ଶେଷରେ ବନ୍ଧା ହୋଇଛି ସେହି ଗାଁର ଇଲ୍ଲାଉଦ୍ଦିନ ଖାଁଙ୍କ ପୁଅ ଇସ୍ତାର ଖାଁ । ବୟସ ମାତ୍ର ୨୩ ହେଲେ ଦୁଇ ବର୍ଷ ହେଲା ନାବାଳିକ ଘରକୁ ଯାଆଆସ କରେ । ଏକଦା ପରିବାର ଲୋକଙ୍କ ଅନୁପସ୍ଥିତରେ ଇସ୍ତାର ନାବାଳିକାକୁ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ କାହାରିକୁ ନକହିବା ଲାଗି ଧମକ ମଧ୍ୟ ଦେଇଥିଲା । ପରେ ବାରମ୍ବାର ଏପରି ଦୁଷ୍କର୍ମ କରି ଚାଲିଥିଲା ଏବଂ ଶେଷରେ ଚଳିତ ଚଜ ପର୍ବର ଦୁଇଦିନ ପରେ ନାବାଳିକାର ପରିବାର ଲୋକଙ୍କ ହାତରେ ଧରା ପଡିଥିଲା ଇସ୍ତାର । ପରେ ଇସ୍ତାରଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା ହୋଇଥିଲା । ନାବାଳିକା ସାବାଳିକ ହେବାପରେ ଇସ୍ତାର ସହିତ ବିବାହ କରାଇ ଦିଆଯିବ ବୋଲି ମିଳିଥିଲା ପ୍ରତିଶୃତି । ମାତ୍ର ଦୁଇ ମାସ ପରେ ଯେତେବେଳେ ନାବାଳିକା ପରିବାର ଲୋକେ ବିବାହ ପାଇଁ କୁହଁନ୍ତି ସେମାନେ ମନା କରି ଅଶ୍ଳିଳ ଭାଷାରେ ଗାଳି ଗୁଲ କରିବା ସହିତ ନାନାଦି ଧମକ ଚମକ ଦେଇଥିଲେ । ଏହାପରେ ଇସ୍ତାର ଗାଁରୁ ଫେରାର୍ ହୋଇ ଯାଇଥିଲା । ନାବାଳିକାର ଏତଲା କ୍ରମେ ଥାନାରେ ଏକ ମାମଲା ୧୫୨/୨୨, ଦଫା ୩୭୬(୩), ୩୭୬(୨)(ଏନ), ୩୯୪, ୫୦୬ ଓ ୩୪ ଆଇପିସି ସହିତ ୬ ପୋସ୍କ ଏକ୍ଟ ରୁଜୁ କରି ପୋଲିସ ଇସ୍ତାର ଖାଁକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |