ମଦ ପିଇ ବାଇକ୍ ଚଲାଇବା ମହଙ୍ଗା ପଡିଲା, ୨ଜଣଙ୍କ ଲାଇସେନ୍ସ ରଦ୍ଧ, ୭୦ ହଜାର ୫ ଶହ ଟଙ୍କା ଜୋରିମାନା |

672

କଟକ(ଉତ୍କଳ ନିଉଜ)୧୦/୦୯/୨୦୨୨ :ମଦ ପିଇ ବାଇକ୍ ଚଲାଇବା ମହଙ୍ଗା ପଡିଲା । ସ୍ୱତନ୍ତ୍ର ନିର୍ଦ୍ଦେଶ ମୁତାବକ ଭଦ୍ରକ ଜିଲ୍ଲା ତିହିଡି ଓ ପୀରହାଟ ଥାନାଞ୍ଚଳରେ ମଦ ପିଇ ଗାଡି ଚଳାଉଥିବା ଆରୋହୀମାନଙ୍କୁ ଯାଞ୍ଚ କରାଯାଇଥିଲା । ଗୁରୁବାର ରାତିରେ ତିହିଡି ଥାନା ସମ୍ମୁଖରେେ ଡେରା ପକା ଯାଇଥିବା ବେଳେ ଶୁକ୍ରବାର ପୀରହାଟ ଥାନା ଅଞ୍ଚଳରେ ଭଦ୍ରକ ଏମଭିଆଇ ପକ୍ଷରୁ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଯାଞ୍ଚ କରା ଯାଇଥିଲା । ପୀରହାଟ ଥାନାଞ୍ଚଳରେ ୩ ଜଣ ବାଇକ୍ ଆରୋହୀ ମଦ ପିଇ ଗାଡି ଚଳାଉଥିବା ପ୍ରମାଣ ମିଳିବା ପରେ ସେମାନଙ୍କ ମଧ୍ୟରୁ ଜଣେ ବିନା ଲାଇସେନ୍ସ ବଳରେ ବାଇକ୍ ଚଳାଉଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଲାଇସେନ୍ସକୁ କିଛି ମାସ ପାଇଁ ରଦ୍ଧ କରାଯାଇଥିବା ସୂଚନା ମିଳିଛି ।

ଏଥିସହ ସେମାନଙ୍କ ବିରୋଧରେ ୭୦ ହଜାର ୫ ଶହ ଟଙ୍କାର ଚାଲାଣ ମଧ୍ୟ କଟାଯାଇ କୋର୍ଟକୁ ରିପର୍ଟ ପଠା ଯାଇଛି । ଏହି କାର୍ଯ୍ୟକ୍ରମରେ ଏମଭିଆଇ ସେକ୍ ଅବଦୁଲ ରହିମଙ୍କ ସମେତ ଶ୍ୟାମସୁନ୍ଦର ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଓ ପୀରହାଟ ପୋଲିସ ପଦାଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ମଦ ପିଇ ଗାଡି ଚଳାଇଲେ ଏଣିକି ଆଉ ନିସ୍ତାର ମିଳିବନି । ଯେକୌଣସି ମୂହର୍ତ୍ତର୍ ଏବଂ ଯେକୌସି ସ୍ଥାନରେ ଆପଣ ମାନଙ୍କୁ ଯାଞ୍ଚର ଶିକାର ହେବାକୁ ପଡିବ । ଆଉ ମଦ ପିଇଥିବାର ସାମାନ୍ୟତମ ସୂରାକ ମିଳିଲେ ମେସିନ୍ ଜରିଆରେ ପାଇପ୍‌କୁ ପାଟିରେ ପୂରାଇ ଦିଆଯିବ । ଆଉ ଯଦି ପ୍ରମାଣ ମିଳିଲା ସିଧା ମାମୁଁଘର । ଅର୍ଥାତ ମଦ ପିଇ ଗାଡି ଚଳାଉଥିଲେ ଜୋରିମାନା ଅଥବା ଗିରଫ ହେବା ବିଧେୟ । ଏଥିସହ ଗାଡିକୁ ଜବତ କରାଯିବ ଏବଂ କୋର୍ଟ ଆଦେଶ ମୁତାବକ ପଦକ୍ଷେପ ନିଆଯିବ । ଏଭଳି ଆଇନ୍ ସପ୍ରତି କାର୍ଯ୍ୟକାରୀ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ|