ଝୁଲନ୍ତା ଅବସ୍ଥା ରେ ମହିଳାଙ୍କ ମୃତ୍ୟୁ ଶରୀର ଜବତ

176

11.04.2020(କଟକ )ମଞ୍ଚେଶ୍ୱର ଥାନା ପୁଲିସ ମଞ୍ଚେଶ୍ୱର କଲ୍ୟାଣୀନଗର ବସ୍ତିରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି । ତାଙ୍କ ନାମ ସବିତା ସ୍ୱାଇଁ(୨୪) । ସ୍ୱାମୀଙ୍କ ନାମ ଦିପୁନ ସ୍ୱାଇଁ । ତେବେ ସବିତାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁକରି ସବିତାଙ୍କ ସ୍ୱାମୀ ଦିପୁନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।ସୂଚନା ଅନୁଯାୟୀ, କଟକ ଜିଲ୍ଲା ନରସିଂହପୁର ଦାମକଟା ଗ୍ରାମର ଦିପୁନୁ ଓ ସବିତା ପ୍ରେମ ବିବାହ କରିଥିଲେ । ସେମାନେ ଆସି ମଞ୍ଚେଶ୍ୱର କଲ୍ୟାଣୀନଗରରେ ରହୁଥିଲେ । ଗତକାଲି ସନ୍ଧ୍ୟାରେ ଦିପୁନୁ ଘରେ ନଥିବା ବେଳେ ସବିତା ବେକରେ ରଶି ଲଗାଇ ଆଜବେଷ୍ଟରେ ଝୁଲି ଆତ୍ମହତ୍ୟା କରିଥିଲେ । ରାତିରେ ଦିପୁନୁ ପହଞ୍ଚି କବାଟ ବାଡ଼େଇଥିଲେ ମଧ୍ୟ ସବିତା ଖୋଲି ନଥିଲେ । ଝରକା ବାଟ ଦେଇ ଦେଖିବା ବେଳକୁ ସବିତାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିଲା । ତେଣୁ ଦିପୁନୁ ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ପହଞ୍ଚି କବାଟ ତାଡ଼ି ସବିତାଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲା । ଏନେଇ ପୁଲିସ ସବିତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା ।ପରିବାର ଲୋକେ ଆଜି ଆସି ମଞ୍ଚେଶ୍ୱର ଥାନାରେ ପହଞ୍ଚିଥିଲେ । ସବିତାଙ୍କ ଭାଉଜ ରଞ୍ଜୁଲତା ସ୍ୱାଇଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ କି, ସବିତାଙ୍କୁ ଶ୍ୱଶୁର ଘର ଲୋକେ ଯୌତୁକ ଦାବିକରି ବାରମ୍ବାର ନିର୍ଯାତନା ଦେଉଥିଲେ । ଅପରିକି ଅଧିକାଂଶ ସମୟରେ ତାଙ୍କୁ ମାର୍‌ଧର କରୁଥିଲେ । ଶ୍ୱଶୁର ଘର ଲୋକେ ସବିତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ସବିତାଙ୍କ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଦିପୁନଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।