ଅବକାରି ବିଭାଗ ପକ୍ଷରୁ ଚଢ଼ାଉ, ଦେଶୀ ଓ ବିଦେଶୀ ମଦ ଜବତ, ୩ ଅଭିଯୁକ୍ତ ଗିରଫ।

249

କଟକ(ଉତ୍କଳ ନିଉଜ)୦୩/୦୯/୨୦୨୨: ତିହିଡି- ଜିଲ୍ଲା ଅବକାରୀ ନିରିକ୍ଷକ ପ୍ରଦିପ୍ତ ଦାସଙ୍କ ନିର୍ଦେଶରେ ଚାନ୍ଦବାଲି ଅବକାରୀ ଅଧିକରୀ କ୍ଷିତୀଶ ଦାସଙ୍କ ତତ୍ୱାବଧାନରେ ଚାନ୍ଦବାଲି ଅବକାରୀ ବିଭାଗର ଓଆଇସି ସନ୍ତୋଷ ଦାସଙ୍କ ସହ ଅବକାରୀ ବିଭାଗର ଟିମ ୩ଟି ସ୍ଥାନରେ ଛାପା ମାରିଥିଲେ। ଚାନ୍ଦବାଲି ଥାନା ଅଧିନ ନୁଆଗାଁରୁ ୨ ଲିଟର ୮୦୦ ମିଲିଗ୍ରାମ ଦେଶୀ ମଦ ଜବଦ କରିବା ସହ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଦାସ, କାଣ୍ଡଗରଡ଼ି ଗାଁରେ ୨ ଲିଟର ୫୨୦ ମିଲିଗ୍ରାମ ବିଦେଶୀ ମଦ ଜବଦ ସହ ଅଭିଯୁକ୍ତ ସନାତନ ନାୟକ ଏବଂ ଓରାସାହି ଛକରେ ୨ ଲିଟର ୮୦୦ ଦେଶୀ ମଦ ଜବଦ ସହ ଅଭିଯୁକ୍ତ ବଉଲା ଦାସଙ୍କୁ ଗିରଫ କରାଯାଇଛି। ଏନେଇ ୩ଟି ପୃଥକ ପୃଥକ ମାମଲା ରୁଜୁ କରା ଯାଇଛି। ଏହି ଚଢାଉରେ ମୋଟ ୮ ଲିଟର ୨୦୦ ମିଲିଗ୍ରାମ ବିଦେଶୀ ଓ ଦେଶୀ ମଦ ଜବଦ ହୋଇଥିବା ସୂଚନା ମିଳିଛି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |