ସୌନ୍ଦର୍ଯ୍ୟ କରଣ ଆଳରେ ଅର୍ଥ ଲୁଟ୍ ଅଭିଯୋଗ, ନେହେରୁ ଶିଶୁ ଉଦ୍ୟାନ ଲାଗିଲା ଦୁଇଥର ଲାଇଟ୍‌ |

207

କଟକ(ଉତ୍କଳ ନିଉଜ )୨୮/୦୮/୨୦୨୨ : ସୌନ୍ଦର୍ଯ୍ୟ କରଣ ଆଳରେ ଅର୍ଥ ଲୁଟ୍ । ଗୋଟିଏ ବର୍ଷରେ ନେହେରୁ ଶିଶୁ ଉଦ୍ୟାନ ଲାଗିଲା ଦୁଇଥର ଲାଇଟ୍ । ଏକଥା ଆମେ କହୁନୁ ଏହା ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିର ବିକାଶର ନଗ୍ନ ରୂପ । ଏଠି ଜନ ପ୍ରତିନିଧିଙ୍କ ଠାରେ ଠିକାଦାରଙ୍କ ପ୍ରତି କୋଳାକୋଳି ସମ୍ପର୍କ ବେଶ ବାରି ହେଉଛି । ସୌନ୍ଦର୍ଯ୍ୟ କରଣ ଆଳରେ ଠିକାଦାରଙ୍କ ମାଧ୍ୟମରେ ଲୁଟି ନିଆଯାଉଛି ଲକ୍ଷ ଲକ୍ଷ ଟଙ୍କା । ପାଣିରେ ପଡ଼ିଲା ସାଧାରଣ ଲୋକଙ୍କ ଅର୍ଥ । ସରକାରଙ୍କ ତହବିଲରୁ ଲକ୍ଷାଧିକ ଟଙ୍କା ବ୍ୟୟବରାଦ ହେଲା ହେଲେ ତାହା ଅର୍ଦ୍ଧାଧିକ ବାଟମାରଣା ହେଉଥିବାର ଗନ୍ଧ ବାରି ହେଉଛି । ଏମିତି ଦୂର୍ନୀତି ଚିତ୍ର ଦେଖିବାକୁ ମିଳିଛି ଚାନ୍ଦବାଲି ପୌରାଞ୍ଚଳ ଅଧିନ ନେହୁର ଶିଶୁ ଉଦ୍ୟାନରେ । ପୌରାଞ୍ଚଳ କାର୍ଯ୍ୟକ୍ଷମ ପୂର୍ବରୁ ଚାନ୍ଦବାଲି ନେହୁର ଶିଶୁ ଉଦ୍ୟାନରେ ୨୦୨୦-୨୧ ଆର୍ଥିକ ବର୍ଷରେ ଆଲୋକି କରଣ ଲାଗି ଲାଇଟ୍ ଲାଗିଲା ପୁଣି ତାହା ଖୋଲାଗଲା । ପୁଣି ସେହି ସ୍ଥାନରେ ଲାଗୁଛି ନୁଆ ଲାଇଟ । ଆରମ୍ଭରୁ ବ୍ଳକ ପ୍ରଶାସନ ପକ୍ଷରୁ ସୈାନ୍ଦର୍ଯ୍ୟ କରଣ ପାଇଁ ମାଟି ପକା ଠୁଁ ଆରମ୍ଭ କରି ପାଚେରୀ , ବିଜୁଳି , ପାଣି ଆଦି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ସାଂସଦ , ବିିଧାୟକଙ୍କ ପାଣ୍ଠିରୁ କୋଟିଏରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିବା ପରେ ଶିଶୁ ଉଦ୍ୟାନ କାର୍ଯ୍ୟକ୍ଷମ ହୋଇଥିଲା । ଗୋଟିଏ ବର୍ଷରେ ଲାଇଟ୍ ଅଚଳ ହେବାପରେ ଏବେ ପୁଣି ପୌର ପ୍ରଶାସନ ପକ୍ଷରୁ ଲାଗୁଛି ଲାଇଟ୍ ତାହା ପୁଣି ବିନା ସୂଚନା ଫଳକରେ । ସବୁଠାରୁ ବଡ଼ କଥା ଏଯାଏଁ ଶିଶୁ ଉଦ୍ୟାନଟି ଉଦ୍‌ଘାଟନ୍ ହୋଇନି ହେଲେ ପୁଣି ଥରେ ଲାଇଟ୍ ଲଗା ପର୍ବ ଆରମ୍ଭ ହୋଇଛି । ଚାନ୍ଦବାଲି ପୌରାଞ୍ଚଳରେ ଅବସ୍ଥାପିତ ଏହି ନେହୁର ଶିଶୁ ଉଦ୍ୟାନରେ ବ୍ଳକ ଅନୁଦାନରେ ପୂର୍ବରୁ ଏକ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇ ସେଥିରେ ସୈନ୍ଦର୍ଯ୍ୟ କରଣ ପାଇଁ ଲାଇଟ ସହିତ ଛୋଟ ପିଲାଙ୍କ ଦୋଳି ଠାରୁ ଆରମ୍ଭ କରି ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି ଅନେକ ସରଞ୍ଜାମ ଲାଗିଥିଲା । ହେଲେ ଏତେ ନିମ୍ନମାନର କାର୍ଯ୍ୟ ହୋଇଥିଲା ଯେ ତାହା ଗୋଟିଏ ବର୍ଷ ମଧ୍ୟରେ ନଷ୍ଟ ହେବାକୁ ବସିଲାଣି । ଏଥିପାଇଁ ଦାୟୀ କିଏ ? ଜନପ୍ରତିନିଧି ନା ପ୍ରଶାସନ । ସାଧାରଣ ଜନତାଙ୍କ ଅର୍ଥକୁ ଏମିତି ଭାବେ ଲୁଟ୍ କରିବା ପଛରେ କାହାର ହାତ ରହୁଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଗଲେ ସବିଶେଷ ତଥ୍ୟ ପଦାକୁ ଆସିପାରନ୍ତା ବୋଲି ଆଶା କରାଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |