ମାଛ ତରକାରୀ ରାନ୍ଧିଲାନି ବୋଲି ସ୍ତ୍ରୀର ତଣ୍ଟି ଚିପି ହତ୍ଯା, ଅଭିଯୁକ୍ତ ଗିରଫ, ବେସାହାରା ହୋଇଗଲେ ଦୁଇ ନିଷ୍ପାପ ଶିଶୁ।

563

କଟକ (ଉତ୍କଳ ନ୍ୟୁଜ) ୧୬-୦୮-୨୦୨୨: ମାଛ ତରକାରୀ ରାନ୍ଧିଲାନି ବୋଲି ସ୍ତ୍ରୀର ତଣ୍ଟି ଚିପି ହତ୍ଯା, ଅଭିଯୁକ୍ତ ଗିରଫ, ବେସାହାରା ହୋଇଗଲେ ଦୁଇ ନିଷ୍ପାପ ଶିଶୁ। ଏଭଳି ଅଭାବନୀୟ ଘଟଣ ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଈଶ୍ବରପୁର ଗାଁରେ। ଗତ ୧୪ ତାରିଖ ସଂଧ୍ଯରେ। ମୃତା ଶଶଧର ମଳିକଙ୍କ ସ୍ତ୍ରୀ ସୀତାମଣି ମଳିକ ବୋଲି ଜଣା ଯାଇଛି। ଶଶଧର ବାହାର ରାଜ୍ୟରେ କାମଧନ୍ଦା କରେ। ରବିବାର ଘରକୁ ଆସି ସଂଧ୍ଯରେ ବଜାରରୁ ମାଛ କିଣି ସ୍ତ୍ରୀକୁ ରୋଷେଇ କରିବାକୁ କହିଥିଲା। ରୋଷେଇ ନକରି ସୀତାମଣି ଶଶଧରକୁ କାମୁଡି ଦେଇଥିଲା।

ସେଥିରେ ଉତକ୍ଷିପ୍ତ ହୋଇ ତା ମୁହଁକୁ ବିଧା ଚାପୁଡା ମାରିବା ସହିତ ତଣ୍ଟି ଚିପି ହତ୍ଯା କରିଥିବା ସ୍ୱିକାର କରିଛି ଶଶଧର। ଯାହାକୁ ନେଇ ପୋଲିସ ଶବକୁ ଜବତ କରିବା ସହିତ ବ୍ଯବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଏବଂ ଅଭିଯୁକ୍ତ ସ୍ବାମୀ ଶଶଧରକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଅନ୍ୟପଟେ ସୀତାମଣି ବିଭିନ୍ନ ରୋଗରେ ପ୍ରପୀଡିତ ହେବା ସହିତ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ତାକୁ ତମ ଘରକୁ ନେଇ ଯାଅ ବୋଲି ମୃତାଙ୍କ ବାପାଙ୍କୁ ଶଶଧର ଚେତାବନି ଦେଇ ଆସୁଥିବା ଅଭିଯୋଗ ହୋଇଛି।

ସେଦିନ ଶଶଧର ଘରେ ପହଂଚି ସୀତାରାଣୀକୁ ମାରିଦେଇ ରାତିରେ ବାପ ଘର ଲୋକଙ୍କୁ ଖବର ଦେଇଥିଲା। ଯାହାକୁ ନେଇ ମୃତା ବାପାଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ମାଆ ହତ୍ୟାର ଶିକାର ହୋଇଥିବା ବେଳେ ବାପ ସଂପ୍ରତି ବିଚରାଧିନ କଏଦୀ ହୋଇ ଯାଇଛନ୍ତି ସେପଟେ ଦୁଇ ନିଷ୍ପାପ ଶିଶୁ କିପରି ଦିନ କାଟୁଥିବେ ତାହା ନିଶ୍ଚିୟ ହୃଦୟ ବିଦାରକ ହୋଇଥିବ। ଭଦ୍ରକ ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |