କାଉଡିଆ ଭକ୍ତଙ୍କୁ ଆକ୍ରମଣ, ଦୁଇ ଗିରଫ।

288

କଟକ(ଉତ୍କଳ ନିଉଜ)୦୧/୦୮/୨୦୨୨ : ପବିତ୍ର ଶ୍ରାବଣ ମାସରେ ଜଳଲାଗି ଯାଉଥିବା ବେଳେ କାଉଡିଆ ଭକ୍ତଙ୍କୁ ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଗୁଜିଦରଡ଼ା ଅଞ୍ଚଳରେ କେତେକ କାଉଡିଆ ଭକ୍ତମାନେ ମହାଦେବଙ୍କ ଉପରେ ଜଳାଭିଷେକ କରିବା ପାଇଁ ଯାଉଥିବା ସମୟରେ ସେମାନଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଜଣେ କାଉଡିଆ ଭକ୍ତ ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣା ଯାଇଛି। ସୂଚନା ମୁତାବକ, ଗତକାଲି ଏହି ଅଞ୍ଚଳର କିଛି କାଉଡିଆ ଭକ୍ତମାନେ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ମାଇକ୍ ବଜାଇ ଯାଉଥିଲେ।

ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ଜଣେ କାଉଡିଆ ଭକ୍ତ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ କାଉଡିଆ ଭକ୍ତମାନଙ୍କ ତରଫରୁ ଏକ ଅଭିଯୋଗ ମଧ୍ଯ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |