ଚୌଦ୍ୱାର ଦେଶୀ ମଦ ଦୋକାନ ରେ ବୋମା ମାଡ ଘଟଣା ,୧୨ ଘଣ୍ଟା ମଧ୍ୟରେ ଗିରଫ ହେଲା ଆସାମୀ |

231

କଟକ(ଉତ୍କଳ ନିଉଜ)୨୬/୦୭/୨୦୨୨ : ଚୌଦ୍ୱାର ଶଙ୍କରପୁର ଘୋଷରା ବଜାର ରେ ଥିବା ଏକ ସରକାରି ଦେଶୀ ମଦ ଦୋକାନ ରେ ବୋମା ମାଡ କରିବା ଅଭିଯୋଗ ରେ ଚୌଦ୍ୱାର ପୌରପାଳିକା ୧୯ ନମ୍ବର ୱାର୍ଡ ର ଦୀପକ କୁମାର ରାଉତ କୁ ଚୌଦ୍ୱାର ପୋଲିସ ଗିରଫ କରି କୋର୍ଟ ଫରୱାର୍ଡ଼ କରିଛି |ସୂଚନା ମୁତାବକ ସରକାରୀ ଦେଶୀ ମଦଦୋକାନ ର ମାଲିକ ସଞ୍ଜୟ ମହାପର ଙ୍କ ଚୌଦ୍ୱାର ଥାନା ରେ ଲିଖିତ ଅଭିଯୋଗ ଅନୁଯାୟୀ ଦୀପକ କୁମାର ରାଉତ ଙ୍କୁ ତାଙ୍କ ଦୋକାନ ରେ ସେଲସ ମ୍ୟାନ ଭାବେ ନିୟଯୁକ୍ତ କରିଥିଲେ |ତେବେ ଦୋକାନ ରେ ଟଙ୍କା ହେରଫେର କରିବା ଓ ଗରାଖ ଙ୍କୁ ଖରାପ ବ୍ୟବହାର କରିବା କୁ ନେଇ କାମ କୁ ନ ଆସିବାକୁ କହିଥିଲେ ମାଲିକ |ଏ ନେଇ ଦୀପକ ମ୍ୟାନେଜର ମୁରଲୀ କୁ ଧମକ ଦେଇ ସେଠାରୁ ପଳାଇ ଆସିଥିଲେ |୨୪ ତାରିଖ ସନ୍ଧ୍ୟା ୭ ଟାରେ ଦୀପକ ରାଉତ ବାଇକ ରେ ଏହି ମଦ ଦୋକାନ ପାଖକୁ ଆସି ଦୋକାନ ରେ ଥିବା ସେଲସ ମ୍ୟାନ ରାଜକିଶୋର ସାମଲ ଉପରକୁ ବୋମା ଫିଙ୍ଗିଥିଲେ |ତେବେ ବୋମା ଟି ଦୋକାନର ଦ୍ଵାର ପାଖରେ ପଡ଼ିବାରୁ ସେଲସମ୍ୟାନ ଅଳ୍ପକେ ରକ୍ଷା ପାଇଯାଇଥିଲେ |ଏହି ଘଟଣା ନେଇ ଦୋକାନ ର ମାଲିକ ସଞ୍ଜୟ ମହାପାତ୍ର ଚୌଦ୍ୱାର ଥାନା ରେ ଅଭିଯୋଗ ପରେ ଥାନା ଭାରପ୍ରାପ୍ତ ଅଧିକାରୀ ବିରଂଚି ନାରାୟଣ ପତି ଏକ ଟିମ ଗଠନ କରି କେଶ ରୁଜୁ ହବାର ୧୨ ଘଣ୍ଟା ମଧ୍ୟ ରେ ଘଟଣା ଘଟାଇ ଥିବା ଦୀପକ କୁମାର ରାଉତ କୁ ଗିରଫ କରି କୋର୍ଟ ଫରୱାର୍ଡ଼ କରିଛନ୍ତି |ଦୀପକ ନାମରେ ଚୌଦ୍ୱାର ଥାନା ରେ ୭ ରୁ ଉର୍ଧ୍ଵ ଅପରାଧିକ ମାମଲା ରହିଥିବା ଜଣାପଡିଛି |