ଶିକ୍ଷକଙ୍କୁ ମହଙ୍ଗା ପଡିଲା ଛାତ୍ରଛାତ୍ରୀଙ୍କୁ ମାଡ ମାରିବା, ବିଭାଗ ପକ୍ଷରୁ ହେଲେ ନିଲମ୍ବିତ।

135

କଟକ(ଉତ୍କଳ ନିଉଜ )୨୪/୦୭/୨୦୨୨ : ଶିକ୍ଷକଙ୍କୁ ମହଙ୍ଗା ପଡିଲା ଛାତ୍ରଛାତ୍ରୀଙ୍କୁ ମାଡ ମାରିବା, ବିଭାଗ ପକ୍ଷରୁ ହେଲେ ନିଲମ୍ବିତ। ତେବେ କ୍ଷେତ୍ରୀୟ ତଦନ୍ତ ପରେ ଆଗକୁ ବିଭାଗ ପକ୍ଷରୁ ଆଉ କେଉଁ ପଦକ୍ଷେପ ନିଆ ଯାଉଛି ତାହାକୁ ଅପେକ୍ଷା କରିଛନ୍ତି ଅଭିଭାବକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଧିନ ସୁନାମୁହିଁ ସରକାରୀ ପ୍ରକଳ୍ପ ଅପର ପ୍ରାଇମେରୀ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ କଳ୍ପତରୁ ମଲ୍ଲିକ ନାମକ ଜଣେ ଶିକ୍ଷକ ଅଷ୍ଟମ ଶ୍ରେଣୀର ୧୪ ଜଣ ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ଛାତ୍ରୀ ଗୁରୁରତ ହୋଇଥିବାରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ପ୍ରାଥମିକ ସ୍ତରରେ ଘଟଣାର ସତ୍ୟାସତ ତଦନ୍ତ କରି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୩୧୦୫/ ତା ୨୩.୦୭.୨୨ରିଖରେ ଶିକ୍ଷକ କଳ୍ପତରୁ ମଳାକଙ୍କ କାର୍ଯ୍ୟରୁ ନିଲମ୍ବିତ କରା ଯାଇଛି। ତେବେ ଆଗକୁ ଅଧିକ ତଦନ୍ତ କରାଯିବା ସହିତ ତାଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ଜୋର ଧରିଛି। ସୂଚନା ମୁତାବକ, ସୁନାମୁହିଁ ସରକାରୀ ପ୍ରୋଜେକ୍ଟ ଅପର ପ୍ରାଇମେରୀ ବିଦ୍ୟାଳୟ ଯେଉଁଠି ୧୦୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଶନିବାର ଅଷ୍ଟମ ଶ୍ରେଣୀର ଜ୍ୟାମିତି ପାଠ ପଢାଇବାକୁ ଯାଇଥିଲେ ଶିକ୍ଷକ କଳ୍ପତରୁ ମଲ୍ଲିକ । ଅଷ୍ଟମ ଶିକ୍ଷକ ୧୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪ ଜଣ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ ମାରିଥିଲେ ।

ସେମାନଙ୍କ ମଧ୍ୟରୁ ୪ ଜଣ ଛାତ୍ରୀ ବେହୋସ୍ ହେବା ସହିତ ଗୁରୁତର ହୋଇଥିଲେ । ଖବର ପାଇ ସ୍କୁଲର ପହଁଞ୍ଚିଥିଲେ ଅବିଭାବକ ଓ ଗ୍ରାମବାସୀ। ସଂପୃକ୍ତ ଶିକ୍ଷକ ଜଣକ ଛାତ୍ରୀଙ୍କ ଖାତାରେ ଅଶ୍ଳିଳ ଶଦ୍ଦ ବ୍ୟବହାର କରିଥିବା ନେଇ ପ୍ରତିବାଦ ହୋଇଥିଲା । ଯାହାକୁ ନେଇ ଅବିଭାବକ ଓ ଗ୍ରାମବାସୀ ଶିକ୍ଷକଙ୍କୁ ଅଟକାଇ ଦେଇଥିଲେ । ଖବର ପାଇ କସିଆ ପୋଲିସ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଧାର କରିଥିଲା । ସଂପୃକ୍ତ ଶିକ୍ଷକ ମଧ୍ୟ ସେମାନଙ୍କୁ ମାଡ ମାରିଥିବା ନେଇ ସର୍ବସମ୍ମୁଖରେ ସ୍ୱିକାର କରିଛନ୍ତି । ମରାକୁ ସ୍ୱୀକାରିଛନ୍ତି।

ତେବେ କୁନି କୁନି ଶିଶୁମାନଙ୍କୁ ଅମାନୁଷିକ ଭାବେ ମାଡ ମାରିବା ଓ ଛାତ୍ରୀଙ୍କ ଖାତାର ଅଶ୍ଳୀଳ ଶବ୍ଦ ଲେଖିବା ଗୁରୁତର ଅପରାଧ କୁହାଯାଇ ପାରେ । ଏପରି ଘଟଣାରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କେବଳ ନିଲମ୍ବନ ଆଦେଶ ନୁହେଁ ବରଂ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଆଉ ଏପରି କାର୍ଯ୍ୟ କରିବାକୁ ଅନ୍ୟକେହି ସାହାସ କରିବେ ନାହିଁ ବୋଲି ମତ ପ୍ରକାଶ ପାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |