ପାଳିଆହାଟରୁ କୁଖ୍ୟାତ କୋଇଲା ମାଫିଆ ବାଇଆ ଗିରଫ୍‌।

133

କଟକ(ଉତ୍କଳ ନିଉଜ )୨୪/୦୭/୨୦୨୨ : ଖୋର୍ଦ୍ଧା ରେଳବାଇ ପୋଲିସ ପକ୍ଷରୁ ଅତର୍କିତ ଚଢାଉ କରାଯାଇ ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ପାଳିଆହାଟରୁ କୁଖ୍ୟାତ କୋଇଲା ମାଫିଆ ବାଇଆ ଓରଫ୍ ଭଗବାନ ଦାସକୁ ଗିରଫ୍ କରାଯାଇଛି । ଏହି ଚଢଉରେ ତିହିଡି ପୋଲିସ ପ୍ରମୁଖ ସହଯୋଗ କରିଥିବା ବେଳେ ବାଇଆଙ୍କ ଘରୁ ୪୦ ବସ୍ତାରୁ ଉର୍ଦ୍ଧ ଚୋରା କୋଇଲା ଜବଦ୍ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ସମୟରେ ଏହି କୁଖ୍ୟାତ ମାଫିଆ ବାଇଆ ବିଭିନ୍ନ ଅପରାଧ ଜନିତ ମାମଲାରେ ବିଭିନ୍ନ ଥାନା ପକ୍ଷରୁ ପୂର୍ବର୍ରୁ ଗିରଫ୍ ହୋଇଥିଲେ । ଏପରିକି ତିହିଡି ଥାନାରେ ତାଙ୍କ ବିରୋଧରେ ୧୦ରୁ ଉର୍ଦ୍ଧ ମାମଲା ରୁଜୁ ହୋଇଛି । ସୂଚନା ମୁତାବକ, ଭଦ୍ରକରୁ ଧାମରା ପର୍ଯ୍ୟନ୍ତ ଲମ୍ବିଥିବା ରେଳପଥରେ ଅଷ୍ଟ୍ରେଲିଆରୁ ଆମଦାନୀ ହୋଇ ଆସୁଥିବା ହାର୍ଡକୋକ୍ କୋଇଲା ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ ହୋଇଥାଏ । ଚଳନ୍ତା ରେଳରୁ କୋଇଲା କଢାଯିବା ପରେ ବାଇଆ ପରି ମାଫିଆମାନଙ୍କ ଦ୍ୱାରା ବାହାରକୁ ଚାଲାଣ କରାଯାଇଥାଏ । ପୋଲିସ ଆଖିରେ ଅଙ୍ଗୁଠି ଖେଞ୍ôଚ କେବଳ ରାତି ନୁହେଁ ବରଂ ଦିନ୍‌ଦହାଡେ କୋଇଲା ଚାଲାଣ କରାଯାଉଛି । ଏହାଦ୍ୱାରା ଗାଁ ଗଣ୍ଡାରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ବେକାରୀ, ଅର୍ଦ୍ଧ ବେକାରୀ, ଶିକ୍ଷିତ ବେକାରୀ ଏପରିକି ବାଳୁତ ମଧ୍ୟ ଏପରି ଚୋରୀରେ ସାମିଲ ହେଉଛନ୍ତି । ରାତିଏ ଗଲେ ହାତିଏ ଆଣିବା ଲକ୍ଷ୍ୟରେ ଚଳନ୍ତା ରେଳରୁ କୋଇଲା କାଢୁଥିବା ବେଳେ ଅନେକ ମୃତ୍ୟୁ ହୋଇଛି । ଆଜିର ଦିନରେ ଏକାଧିକ ପଙ୍ଗୁ ଅଥବା ଅର୍ଦ୍ଧ ବିକଳାଙ୍ଗ ହୋଇ କାଳାତିପାତ କରୁଛନ୍ତି । ଗୋଟିଏ ପଟେ ରେଳପଥରେ ଉଭୟଲୋଡିଂ କୋଇଲା ଏପରି ଚୋରୀକୁ ପ୍ରୋତ୍ସାହନ ଦେଉଥିବା ବେଳେ ଲୋକାଲ ପୋଲିସ ସେମାନଙ୍କୁ ଧରିବାରେ ଶହେ ପ୍ରତିଶତ ସକ୍ଷମ ହୋଇ ପାରୁନାହାଁନ୍ତି । ଅନ୍ୟପଟେ ରେଲୱା ପୋଲିସର ଚଢଉ ସମୟରେ ଆକ୍ରମଣର ଶିକାର ହେଉଥିବା ମଧ୍ୟ ପଦାକୁ ଆସୁଛି । ତେବେ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବା ସହିତ ଏହି ଚୋରୀ ବୃତ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସାଧାରଣରେ ଦାବି ଜୋର ଧରିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |