ବିଭିନ୍ନ ଚୋରିରେ ସଂପୃକ୍ତ ୪ ଡକାୟତ ଗିରଫ।

219

କଟକ (ଉତ୍କଳ ନ୍ୟୁଜ) ୨୨-୦୭-୨୦୨୨ : ବିଭିନ୍ନ ସମୟରେ ଡକାୟତି କରି ଫେରାର ହୋଇ ଯାଇଥିବା ୪ ଜଣ ଡକାୟତଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶେଷରେ ଗିରଫ କରିଛି। ଗିରଫ ପରେ ସେମାନଙ୍କ ଠାରୁ ମାରଣାସ୍ତ୍ର ସମେତ ନଗଦ ୪ ହଜାର ଟଙ୍କା, ୫ଟି ମୋଟର ସାଇକେଲ ଏବଂ ୬ଟି ମୋବାଇଲ ଜବତ କରିଛି। ଅଧିକ ତଦନ୍ତ ପାଇଁ ସେମାନଙ୍କ ନାମ ପୋଲିସ ପ୍ରକାଶ କରି ନାହିଁ। ତେବେ ଏହି ଗିରଫ ୪ ଜଣ ଡକାୟତ ଗତ ୧୯ ତାରିଖ ରାତିରେ ଚରମ୍ପା ଅଂଚଳର ଝାରଖଣ୍ଡ ରାଜ୍ୟର ଜଣେ ଟ୍ରକ ଡ୍ରାଇଭର ଏବଂ ହେଲପରଙ୍କୁ ଭୟଭୀତ କରିବା ସହିତ ଆକ୍ରମଣ କରି ଅଭିନଵ ଉପାୟରେ ଫୋନପେ ରେ ୪ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲେ।

ପରେ ସେହି ଦିନ ରାତିରେ ଆରଡ଼ି ଛକ ଅଂଚଳର ଜଣେ ମହିଳାଙ୍କ ଗେଟ୍ ଚାବି ଭାଙ୍ଗି ତାଙ୍କ ଗାଡି ଭାଙ୍ଗି ଡକାୟତ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକମାନେ ଉଠି ପାଟି କରିବାରୁ ସେମାନେ ପଳାଇ ଯାଇଥିଲେ। ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଦୁଇଟି ଅଭିଯୋଗ ହେବା ପରେ ପୋଲିସ ସେମାନଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରିବା ସହିତ ମୋବାଇଲ ଲୋକେସନ ଓ ବ୍ୟା ଡିଟେଲସକୁ ଆଧାର କରି ତଦନ୍ତ କରିଥିଲେ। ପରେ ଏହି ୪ଜଣ ଡକାୟତ ଚରମ୍ପା ରେଳ ଓଭର ବ୍ରିଜ ପାଖରେ ନିଶାସକ୍ତ ଅବସ୍ଥାରେ ଥିବା ଖବର ପାଇ ଚଢ଼ାଉ କରି ସେମାନଂକୁ କାବୁ କରିଥିଲେ। ସେମାନଙ୍କୁ ଠାରୁ ଏହି ସବୁ ମାରଣାସ୍ତ୍ର, ଟଙ୍କା, ମୋବାଇଲ ଏବଂ ମୋଟର ସାଇକେଲ ଜବତ କରିବା ସହିତ ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ। ତେବେ ଏହି ଡକାୟତ ମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ଥିବା ପୋଲିସ କହିଛ | ଭଦ୍ରକ ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |