ଘଣ୍ଟେଶ୍ୱରରେ ସମବାୟ ନିର୍ବାଚନକୁ ନେଇ ଗଣ୍ଡଗୋଳ, ଉଭୟ ପକ୍ଷରୁ ୨ଜଣ ଗୁରୁତର ୪ଜଣ ଆହତ।

288

କଟକ(ଉତ୍କଳ ନିଉଜ)୨୫/୦୬/୨୦୨୨ : ସମବାୟ ନିର୍ବାଚନ ପାଇଁ ସଜବାଜକୁ ନେଇ ରାତିରେ ଦୁଇ ଗୋଷ୍ଠି ମଧ୍ୟରେ ତିବ୍ର ମାତ୍ରାରେ କନ୍ଦଳ ଓ ପଞ୍ଚାୟତ ଗୃହ ଭଙ୍ଗାରୁଜା। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ଵରରେ। ରାତି ପାହିଲେ ସମବାୟ ନିର୍ବାଚନ। ଭୋଟ ହାତେଇବା ପାଇଁ ପ୍ରାର୍ଥିମାନେ ଜି ଜାନ ଲଗାଇ ଦେଉଥିଲେ।ନୋଟ ଦେଇ ଭୋଟ ନେବାକୁ ଚାଲିଛି ଛକ୍କାପଞ୍ଜା। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀମାନେ ଗୋପିନାଥପୁର ପଞ୍ଚାୟତ ଅଫିସରେ ବସି ବିଚାର୍ ବିମର୍ଶ କରୁଥିବା ବେଳେ ବିରୋଧୀ ଦଳର କର୍ମୀମାନେ ପହଁଚି ଏହାକୁ ବାରଣ କରିଥିଲେ। ଯାହାକୁ ନେଇ ବଚସା ଆରମ୍ଭ ହୋଇଥିଲା ଓ ପରେ ହାତାହାତି ହୋଇଥିବା ଅଭିଯୋଗ ହୋଇଛି।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରି ପଠାଇ ଦେଇଥିଲା। ପୋଲିସ ଯିବା ପରେ ପୁଣି ଥରେ ସେହି କଥାକୁ ନେଇ ଆରମ୍ଭ ହୋଇଥିଲା ତୁମ୍ବିତୁଫାନ ଏବଂ ଖଣ୍ଡା ଭୁଜାଲିର ଆକ୍ରମଣ l ଏହି ଆକ୍ରମଣରେ ଉଭୟ ପକ୍ଷରୁ ୬ ଜଣ ଗୁରୁତର ହୋଇ ଲହୁଲୁହାଣ ହୋଇ ଥିବା ବେଳେ କିଛି ବାଇକ ମଧ୍ଯ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ବଂଶଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |