ମଙ୍ଗୁଳି ଓ ତେରୁଆଁ କୋଇଲା ଡିପୋ ରେ ଖଣି ଅଧିକାରୀଙ୍କ ଚଢ଼ାଉ ।

171

କଟକ(ଉତ୍କଳ ନିଉଜ)୨୪/୦୬/୨୦୨୨ : ସରକାର ଜନସାଧାରଣ ଙ୍କ ସୁବିଧା ପାଇଁ ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ।ହେଲେ କିଛି ନେତା ଙ୍କ ଛତ୍ର ଛାୟା ତଳେ ରହି କୁଜି ନେତାମାନେ ସବୁ ଆଇନର ଦୁରୂପଯୋଗ କରି ଚାଲିଛନ୍ତି । ଟାଙ୍ଗି ଚୌଦ୍ୱାର ବ୍ଲକ ଅନ୍ତର୍ଗତ ହରିଅନ୍ତା ପଞ୍ଚାୟତ ବିଲ ତେରୁଆଁ ଗ୍ରାମରେ ପାର୍ଶ୍ଵରେ ଥିବା କୋଇଲା ଡିପୋ ରେ ଚାଲିଛି ଭେଜାଲ କାରବାର ବୋଲି ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ମାଇନିଂ ଅଧିକାରୀ ଦିଲ୍ଲୀପ ସାହୁ ନିଜର ଟିମ ସହ ଉକ୍ତ ଡ଼ିପୋରେ ଗୁରୁବାର ପହଞ୍ଚିଥିଲେ । କୋଇଲା ଷ୍ଟକୟାର୍ଡ ପରିସରରେ ପାହାଡ ପାହାଡ଼ ଭଳି ଚାରକୋଲ ଗଦା ହୋଇଥିବା ଦେଖିବାକୁ ମିଳିଥିଲା ଓ ଅଭିଯୋଗ ର ସତ୍ୟତା ଥିବା ଜାଣିବାକୁ ପାଇଥିଲେ । ଚାରକୋଲ ଗୁଡିକୁ କୋଇଲା ରେ ମିଶାଯାଇ ଡିପୋ ମାଲିକ ମାଲା ମାଲ ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରି ସେମାନଙ୍କୁ ହାତବାରେସି କରି ରଖିଛନ୍ତି ।ଯେତେ ଚାରକୋଲ ମିଶଯାଉଛି ସେହି ପରିମାଣ କୋଇଲାକୁ ମଙ୍ଗୁଳିର ବିଭିନ୍ନ ଡିପୋ ରେ ବିକ୍ରି କରି ଦିଆଯାଉଛି ।

ଯାହାଦ୍ୱାରା ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି ।ଅଭିଯୋଗ ପରେ ମାଇନ୍ସ ଅଧିକାରୀ ଦିଲୀପ ସାହୁ ଘଟଣା ସ୍ଥଳରେ ପହଞ୍ଚି ସତ୍ୟତା ର ଆଭାସ ପାଇଥିଲେ । ଡ଼ିପୋ ମଧ୍ୟରେ ଗଦା ହୋଇଥିବା ଟନ ଟନ ଚାରକୋଲ କୁ ତୁରନ୍ତ ଡିପୋ ମଧ୍ୟରୁ ହଟାଇବାକୁ ନିର୍ଦେଶ ଦେବା ସହ ଏପରି କାର୍ଯ୍ୟ ହେବାର ପ୍ରମାଣ ମିଳିଲେ ଡ଼ିପୋର ଲାଇସେନ୍ସ ରଦ୍ଦ କରିବାକୁ ଚେତାବନୀ ଦେଇଛନ୍ତି ଅଧିକାରୀ ।