ଖୁବଶୀଘ୍ର ୫ ଜି ସେବା ଆରମ୍ଭ |

305

କଟକ (ଉତ୍କଳ ନ୍ୟୁଜ) ୧୬ -୦୬-୨୦୨୨ : ଦେଶ ରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ୫ ଜି ଇଣ୍ଟରନେଟ ସେବା | ଏନେଇ କେନ୍ଦ୍ର କ୍ୟାବେନେଟ ପକ୍ଷରୁ ମଞ୍ଜୁରୀ ମିଳିଛି | ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ଏହାକୁ ମଞ୍ଜୁରୀ ମିଳିଛି | ତେଣୁ ଖୁବ ଶୀଘ୍ର ୫ ଜି ସ୍ପେକ୍ଟରମ ପାଇଁ ନିଲାମ ପକ୍ରିୟା ଆରମ୍ଭ ହେବ | ଆସନ୍ତା ମାସ ସୁଦ୍ଧା କେନ୍ଦ୍ର ସରକାର ଙ୍କ ପକ୍ଷରୁ ନିଲାମ ଡକାଯିବ ନେଇ କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସୂଚନା ଦେଇଛନ୍ତି | ସୂଚନା ଅନୁଯାୟୀ, ୪ ଜି ଇଣ୍ଟରନେଟ ଠାରୁ ୫ ଜି ଇଣ୍ଟରନେଟ ସେବା ୧୦ ଗୁଣ ଅଧିକ ସ୍ପିଡ଼ ହେବ ବୋଲି ଉକ୍ତ କ୍ୟାବେନେଟ ବୈଠକ ରେ ମତ୍ତ ପ୍ରକାଶ ପାଇଛି | ଟେଲିକମ ସେକ୍ଟର ଉନ୍ନତି ରେ ୫ ଜି ଏକ ବୈପବ୍ଲିକ ପରିବର୍ତ୍ତନ ଆଣିବ ବୋଲି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି | ତେବେ ଏହି ଇଲାମ ପ୍ରକ୍ରିୟା ରେ ପ୍ରମୁଖ ଟେଲିକମ ସଂସ୍ଥା ରିଲାଏନ୍ସ , ଭୋଡାଫୋନ , ଆଇଡ଼ିଆ ଏୟାରଟେଲ ଆଦି କମ୍ପାନୀ ଭାଗ ନେବାର ସମ୍ଭାବନ ରହିଛି |