ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ |

191

କଟକ(ଉତ୍କଳ ନିଉଜ )୦୨/୦୬/୨୦୨୨ :ବିବାବହର ପ୍ରଲୋଭନ ଦେଖାଇ ଦିର୍ଘ ମାସ ହେଲା ଜନୈକା ନାବାଳିକାକୁ ଦୁଷ୍କର୍ମ କରିବା ଓ ବାହାରେ ରହିବାର ଭରଷା ଦେଇ ଘରୁ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଯିବା ଘଟଣାରେ ପରିବାର ଲୋକେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ପୋଲିସ ଏକ ମାମଲା ୨୩୨/୨୨, ଦଫା ୩୭୬(୨)(ଏମ), ୩୭୬(୩), ୩୭୯, ୪୧୭, ୫୦୬ ଓ ୪, ୬ ପସ୍କୋ ଏକ୍ଟ ରୁଜୁ କରି ତଦନ୍ତ ଚଳାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧିନ କାଳିମେଘା ଗାଁରେ । ଏହି ଗାଁରେ ଭଡା ଘରେ ରହୁଥିବା ଗୋଟିଏ ପରିବାରର ଜନୈକା ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ନାବାଳିକାକୁ(୧୫) ସେହି ଗାଁର ରଘୁ ମହାନ୍ତିଙ୍କ ପୁଅ ଦିଲୁ ମହାନ୍ତି ବିବାହର ପ୍ରଲୋଭନ ଦେଖାଇ ବିଗତ ୬ ମାସ ହେଲା ଦୁଷ୍କର୍ମ କରିଆସୁଥିଲା । ଏଥିସହ ଘରୁ ପଳେଇ ଯାଇ ବାହାରେ ବିବାହ କରି ରହିବାର ଲୋଭ ଦେଖେଇ ଟଙ୍କାର ଆବଶ୍ୟକତା ଥିବା କହିବାରୁ ନାବାଳିକା ଜଣକ ତାଙ୍କ ପିତାମାତାଙ୍କୁ ନଜଣାଇ ଲକ୍ଷାଧିକ ଟଙ୍କା ନେଇଯାଇଥିଲା ।

ପରେ ଯୁବକ ଜଣକ ବିବାହ ପାଇ ମନା କରିବାରୁ ନାବାଳିକା ଭାରସମ୍ୟ ହରାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ପରେ ଗାଁର ଏକ ନାଳରେ ଚେତାଶୂନ୍ୟ ହୋଇ ପଡିଥିବା ବେଳେ ପରିବାର ଲୋକେ ଉଦ୍ଧାର କରିଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକେ ଅବଗତ ହେବା ପରେ ସବୁ କିଛି ଜଣା ପଡିଥିଲା । ନାବାଳିକାର ମାଆଙ୍କ ଏତଲା କ୍ରମେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ତେବେ ପୋଲିସ ସଂପୃକ୍ତ ଅଭିଯୁକ୍ତକୁ ଧରିବା ଲାଗି ଖୋଳତାଡ ଆରମ୍ଭ କରିଥିଲେ ମଧ୍ୟ ସେ ଫେରାର ଥିବା କୁହାଯାଉଛି । ଅଭିଯୁକ୍ତକୁ କଠୋର ଦଣ୍ଡ ବିଧାନ କରାଯିବାକୁ ଦାବି କରାଯାଇଛି । ଗୁରୁବାର ନାବାଳିକାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି । ଏହି ଘଟଣାକୁ ନେଇ ତିହିଡିରେ ରାଜନୈତିକ ଉଷ୍ମତା ଦେଖା ଦେଇଛି । ପ୍ରଭାବଶାଳୀ ଲୋକଙ୍କ ଛତ୍ରଛାୟା ତଳେ ଅଭିଯୁକ୍ତ ଆଶ୍ରୟ ନେଇଥିବା ମଧ୍ୟ ଚର୍ଚ୍ଚାକୁ ଆସୁଛି । ତେବେ ଅଭିଯୁକ୍ତକୁ ଗିରଫ୍ କରାନଗଲେ ବିରୋଧି ମୈଦାନକୁ ଆସିବାର ସମ୍ଭାବନା ମଧ୍ୟ ଦେଖା ଦେଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |