ପ୍ରେମଜନିତ ନିର୍ଯ୍ୟାତନା ସହିନପାରି ମାଙ୍କଡକୁଲା ଗାଁର କପିଳାସଙ୍କ ଆତ୍ମହତ୍ୟା ଘଟଣା |

286

କଟକ(ଉତ୍କଳ ନିଉଜ)୩୧/୦୫/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ଥାନା ବିଲଣା ପଞ୍ଚାୟତ ଅଧିନ ମାଙ୍କକୁଲା ଗାଁର ପ୍ରେମଜନିତ ନିର୍ଯ୍ୟାତନା ସହିନପାରି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଏବଂ ପୋଲିସ ନାମକୁ ମାତ୍ର ଏକ ଅପମୃତ୍ୟୁ ମାମଲା ରୁଜୁକରି ହାତବାନ୍ଧି ବସିଥିବା ଅଭିଯୋଗ କରି ମୃତକ ପରିବାର ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟ ନମିଳିଲେ ଆମରଣରେ ବସିବା ଲାଗି ଚେତାବନି ମଧ୍ୟ ଦିଆଯାଇଛି । ମୃତକ ହେଉଛନ୍ତି କପିଳାସ ମଳିକ(୨୬) । ଗତ ତା ୨୯.୦୪.୨୨ରିଖରେ ତାଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ସୂଚନା ମୁତାବକ, ନାୟକାଣିଡିହ ଥାନା ଅନ୍ତର୍ଗତ ସୁନାଭୂଇଁ ଗାଁର ଜଣେ ସାବାଳିକା ଝିଅ ସହିତ କପିଳାସର ଦିର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା । ଯାହାକୁ ଯୁବତୀଙ୍କ ପରିବାର ଲୋକେ ଗ୍ରହଣ କରିପାରି ନଥିଲେ । ବନ୍ଧୁବାନ୍ଧବ ଲୋକଙ୍କ ଲଗାଇ କପିଳାସକୁ ସ୍ଥାନୀୟ ଦହପାଣିଆ ଯାତ୍ରାକୁ ଡକାଇ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ସହିତ ସହିତ ଭିଡିଓ କଲରେ ସଂପୃକ୍ତ ଯୁବତୀଙ୍କୁ ମାରଧର କରିଥିଲେ । ପରେ ତାଠାରୁ ମୋବାଇଲ୍ ଛଡେଇ ନେବା ସହିତ ପକେଟରେ ଥିବା ୪ ଶହ ଟଙ୍କା ମଧ୍ୟ ଲୁଟି ନେଇଥିଲେ । ଉକ୍ତ ମୋବାଇଲକୁ କପିଳାସ ମାଗିବା ପରେ ସେମାନେ ଫେରସ୍ଥ ନକରି ଓଲଟି ଧମକ ଚମକ ଦେଇଥିଲେ । ଏହା ପୂର୍ବରୁ ମଧ୍ୟ ଝିଅର ବାପଘର ଲୋକେ ଝିଅକୁ ମାଡମାରି କପିଳାସ ଠାରୁ ଦୂରେଇ ରହିବାକୁ ଧମକ ଦେଇଥିଲେ ।

ଯାହା ଫଳରେ ଝିଅଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ତେବେ ଭଦ୍ରକ ମେଡିକାଲରେ ଝିଅର ଚିକିତ୍ସା ଦେଖି କପିଳାସ ପ୍ରେମଜନିତ ନିର୍ଯ୍ୟତନାର ଶିକାର ହୋଇ ମାନସିକ ଭାରସମ୍ୟ ହରାଇ ଗଛ ଡାଳରେ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଛି । ଏହି ଘଟଣାକୁ ନେଇ ମୃତକଙ୍କ ବାପା ଶଙ୍କର୍ଷଣ ମଳିକ ଗତ ତା ୨୯.୦୪.୨୨ରିଖରେ ତିହିଡି ଥାନାରେ ଏତଲା ଦେଇଥିଲେ । ଉଭୟ ଝିଅ ଓ ପୁଅ ସାବାଳକ ହୋଇଥିବା ବେଳେ ଝିଅର ପରିବାର ପକ୍ଷରୁ ଏପରି ରୋକ ଲଗାଇବା ଘଟଣା ମଧ୍ୟ ତଦନ୍ତ ସାପେକ୍ଷ । ଏତଲାକୁ ଏକମାସ ପୁରିବା ପରେ ମଧ୍ୟ ପୋଲିସ କୌଣସି ଆଇନ୍‌ଗତ ପଦକ୍ଷେପ ନେଇନଥିବା ଶଙ୍କର୍ଷଣ ଜିଲ୍ଲା ଆରକ୍ଷୀଙ୍କ ନିକଟରେ ଗୁହାରୀ କରିଛନ୍ତି । ଏଥିରେ ବ୍ୟତିକ୍ରମ ହେଲେ ସପରିବାରକୁ ନେଇ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ସମମ୍ମୁଖରେ ଆମରଣ ଅନଶନରେ ବସିବା ଲାଗି ଚେତାବନି ମଧ୍ୟ ଦେଇଛନ୍ତି । ଏ ସମ୍ପର୍କରେ ଆଇଆଇସି ତପନ କୁମାର ପ୍ରଧାନଙ୍କୁ ପଚାରିବାରୁ ଘଟଣା ଦିନ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଏବଂ ଜିଲ୍ଲା ପଦାଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ଘଟଣାର ତଦନ୍ତ ମଧ୍ୟ ଚାଲୁରହିଛି । ତେବେ ଆବଶ୍ୟକ ମୁତାବକ ପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |