ରୋଗୀଙ୍କୁ ଆମ୍ବୁଲାନ୍ସ ଫାର୍ମାସିଷ୍ଟଙ୍କ ଅରୋଗୀଙ୍କୁ ଆମ୍ବୁଲାନ୍ସ ଫାର୍ମାସିଷ୍ଟଙ୍କ ଅସଦାଚରଣ ଉଦ୍ୟମ ଘଟଣା |

256

କଟକ(ଉତ୍କଳ ନିଉଜ)୨୯/୦୫/୨୦୨୨ : ରୋଗୀଙ୍କୁ ଆମ୍ବୁଲାନ୍ସ ଫାର୍ମାସିଷ୍ଟଙ୍କ ଅସଦାଚରଣ ଉଦ୍ୟମ ଘଟଣା, ଟାଉନ ଥାନା ପୋଲିସ ବିରୋଧରେ ଏସପିଙ୍କୁ ଭେଟିଲେ ପୀଡିତା। ରୋଗୀଙ୍କୁ ଚିକିତ୍ସା ପାଇଁ ବଡ ମେଡିକାଲକୁ ସ୍ଥାନାନ୍ତର ବେଳେ ଦୁର୍ବ୍ୟବହାର ଅଭିଯୋଗ । ଚିକିତ୍ସା ଆଳରେ ରୋଗୀଙ୍କ ସମ୍ବେଦନଶୀଳ ଅଙ୍ଗରେ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ହାତ ମାରିଥିବା ନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । କାର୍ଯ୍ୟାନୁଷ୍ଠାନ ନହେବାରୁ ଏସପିଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି ଅଭିଯୋଗକାରୀ । ଭଦ୍ରକ ଜିଲ୍ଲାରୁ ଏମିତି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ଅନୁଯାୟୀ ଭଦ୍ରକ ଟାଉନ ଥାନା ଅଧିନ ବଙ୍କସାହି ଅଞ୍ଚଳର ଜନୈକ ମହିଳାଙ୍କ ଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କଟକ ବଡ ମେଡିକାଲକୁ ନେଉଥିବା ବେଳେ ରୋଗୀଙ୍କ ଛାତି ଯନ୍ତ୍ରଣା ହୋଇଥିଲା । ତେବେ ଆମ୍ବୁଲାନ୍ସରେ ଥିବା ଫାର୍ମାସିଷ୍ଟ ଏହି ସମୟରେ ବିଭିନ୍ନ ସମ୍ବେଦନଶୀଳ ଅଙ୍ଗରେ ହାତ ମାରିଥିଲେ।

ରୋଗୀଙ୍କ ସ୍ୱାମୀ ବାରଣ କରିବାରୁ ସେ ଚିକିତ୍ସା କରୁଥିବା କହିବା ସହ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ରୋଗୀଙ୍କ ସ୍ୱାମୀ କଟକ ମେଡିକାଲସ୍ଥିତ ଫାଣ୍ଡିରେ ଅଭିଯୋଗ କରିବାରୁ ଫାର୍ମାସିଷ୍ଟ ଜଣକ ସେଠାରୁ ଫେରାର ହୋଇଥିଲେ। ତେବେ ପରେ ରୋଗୀ ସୁସ୍ଥ ହେବାପରେ ଆମ୍ବୁଲାନ୍ସର ସମ୍ପୂର୍ଣ ତଥ୍ୟ ସହ ଭଦ୍ରକ ଟାଉନ ଥାନାରେ ଉଭୟ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟ ନମିଳିଲେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରା ଯାଇନାହିଁ। ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |