ଆତଙ୍କୀ ଙ୍କ ଗୁଳି ରେ ପୋଲିସ କର୍ମୀ ମୃତ , ଝିଅ ଗୁରୁତର : ଜାମ୍ମୁ କାଶ୍ମୀର

306

କଟକ ( ଉତ୍କଳ ନ୍ୟୁଜ) ୨୫-୦୫-୨୦୨୨ : ପୁଣି ଆସନ୍ତା ହେଲାଣି ଜମ୍ମୁକାଶ୍ମୀର ଘାଟି | ପାକିସ୍ତାନ ଆତଙ୍କବାଦୀ ମାନେ ଘାଟି ରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ଓ ତାଙ୍କ ପରିବାର ଲୋକ ଙ୍କୁ ନିଜର ଟାର୍ଗେଟ ବନାଉଛନ୍ତି | ସୂଚନା ଅନୁଯାୟୀ, ଶ୍ରୀନଗର ଅଞ୍ଚଳରେ ଜଣ ପୋଲିସ କନଷ୍ଟେବଳ ଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ ମାନେ | ଏଥିରେ ପୋଲିସ କର୍ମୀ ଙ୍କ ୭ ବର୍ଷ ର ଝିଅ ମଧ୍ୟ ଆହତ ହୋଇଛି | ମୃତ କନଷ୍ଟେବଳ ସୈଫୁଲ୍ଲା କାଦ୍ରି ଙ୍କୁ ତାଙ୍କ ବାସଭବନ ରେ ଗୁଳି କି ହତ୍ୟା କରାଯାଇଛି | ଏହା ପୂର୍ବର ରୁ ମେ ୧୩ ତାରିଖ ରେ ଆତଙ୍କବାଦୀ ମାନେ ପୋଲିସ କନଷ୍ଟେବଳ ରିୟାଜ ଅହମଦ ଙ୍କୁ ତାଙ୍କ ଘରେ ଗୁଳି ଆକରି ହତ୍ୟା କରିଥିଲେ | ସରକାରୀ ତଥ୍ୟ ଅନୁଯାୟୀ , ଗତ ଜାନୁଆରୀ ଠୁ ଏବେ ଯାଏଁ ମୋଟ ୭ ଜଣ ପୋଲିସକର୍ମୀ ଆତଙ୍କବାଦୀ ହତ୍ୟା କରିଛନ୍ତି ଗତ କିଛି ମାସ ମଧ୍ୟ ରେ ପୋଲିସ କର୍ମୀ ଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି |