ଅତି ନିର୍ଦ୍ଦୟ ଭାବେ ଚାଲାଣ କରା ଯାଉଥିଲା ଗୋମାତାକୁ ଉଦ୍ଧାର କଲା ପୀରହାଟ ପୋଲିସ।

367

କଟକ (ଉତ୍କଳ ନ୍ୟୁଜ) ୨୧-୦୫-୨୦୨୨: ଅତି ନିର୍ଦ୍ଦୟ ଭାବେ ଚାଲାଣ କରାଯାଉଥିଲା ଗୋମାତାକୁ ଉଦ୍ଧାର କଲା ପୀରହାଟ ପୋଲିସ। ଏନେଇ ବିଭିନ୍ନ ମହଲରୁ ତାଙ୍କୁ ପ୍ରଂଶସା ମିଳୁଥିବା ଜଣାଯାଇଛି। ଦିନକୁ ଦିନ ଗୋରୁ ଚାଲାଣକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ବଜରଙ୍ଗଦଳ ଠାରୁ ଆରମ୍ଭ କରି ଆରଏସଏସ ଏବଂ ପୁଲିସ ପର୍ଯ୍ୟନ୍ତ ସମସ୍ତେ ପ୍ରୟାସ ଜାରୀ ରଖିଛନ୍ତି । ତଥାପି ଏମାନଙ୍କ ଆଖିରେ ଧୂଳି ଦେଇ ଖସି ଯାଉଛନ୍ତି ଏହି ମାଫିଆମାନେ । ସୌଭାଗ୍ୟ ବଶତଃ ଆଜି ଭୋର ସମୟରେ ପିରହାଟ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ସନ୍ଥପୁରା ଛକ ନିକଟରେ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିବା ଗୋରୁ ଚାଲାଣ ଗାଡ଼ି ସହ ସାମ୍ନା ସାମ୍ନି ହୋଇଥିଲା । ପୋଲିସକୁ ଦେଖିବା ପରେ ଭୟରେ ଗୋରୁ ବୋଝେଇ ପିକ୍ଅପ୍ ଭେନକୁ ଏକ ଗାଁ ଅଭିମୁଖେ ଖସି ପଳାଇବା ସହ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇ ଯାଇଛି। ପୁଲିସ ଗାଡ଼ିର ପିଛା କରି ଗାଁରେ ପହଞ୍ଚି ଗାଡ଼ି ନମ୍ବର ଓଡି-୧୦-ଏଏଚ-୦୧୫୭ ଗାଡ଼ିଟିକୁ ଜବତ କରିବା ସହ ୬ଟି ଗୋମାତାକୁ ଉଦ୍ଧାର କରିଛି। ଗାଡି ମାଲିକ ବିରୋଧରେ ଏକ ମାମଲା ରୁଜୁ କରାଯାଇ ଗୋମାତା ମାନଙ୍କୁ ମଇତାପୁର ସ୍ଥିତ ଗୋଶାଳାକୁ ସ୍ଥାନାନ୍ତରିତ କରିଥିବା ଜଣାଯାଇଛି। ସୂଚନା ମୁତାବକ ଏକ ଛୋଟ ଗୋରୁ ଗାଡ଼ିରେ ୬ଟି ଗୋରୁଙ୍କୁ ଅତି ନିର୍ମମ ଭାବେ ବୋହିନିଆ ଯାଉଥିଲା। ପୀରହାଟ ପୁଲିସର ଏପରି ପଦକ୍ଷେପରେ ଗୋଚାଲାଣକାରୀଙ୍କ ମଧ୍ଯରେ ଭୟ ସୃଷ୍ଟି ହୋଉଛି। ଭଦ୍ରକ ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |