ବାଇକରେ ତିନି ଜଣିଆ ଯାତ୍ରା ପଡିଲା ମହଙ୍ଗା, ବ୍ରାଉନ ସୁଗାର ଜବତ ସହ ଅଭିଯୁକ୍ତ ଗିରଫ।

318

କଟକ(ଉତ୍କଳ ନିଉଜ)୧୯/୦୫/୨୦୨୨ : ବାଇକରେ ତିନି ଜଣିଆ ଯାତ୍ରା ପଡିଲା ମହଙ୍ଗା, ବ୍ରାଉନ ସୁଗାର ଜବତ ସହ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି। ବିନା ହେଲମେଟରେ ତିନି ଜଣ ବାଇକ ଚଲାଇ ଯାଉଥିବା ବେଳେ ଧରାପଡିଲେ ବ୍ରାଉନସୁଗାର ବେପାରୀ। ଏମଭି ଚେକିଂ ବେଳେ ଧରା ପଡିଲେ ଓ ହାବଭାଵ ଦେଖି ସନ୍ଦେହ କରାଯିବା ପରେ ତଲାସୀ ବେଳେ ଜବତ ହେଲା ୨୧ ଗ୍ରାମ ବ୍ରାଉନସୁଗାର ଓ ନଗଦ ଟଙ୍କା। ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ଛକ ନିକଟରେ ପୋଲିସ ଦ୍ୱାରା ଚେକିଂ ହେଉଥିଲା। ଏହି ସମୟରେ ଗୋଟିଏ ବାଇକ ଯୋଗେ ତିନି ଜଣ ଯୁବକ ବିନା ହେଲମେଣ୍ଟରେ ବେପରୁଆ ଭାବେ ଗାଡି ଚଳାଇ ଯାଉଥିଲେ।

ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇ ଚେକିଂ କରୁଥିବା ସମୟରେ ସେମାନଙ୍କ ନିକଟରୁ ୨୧ ଗ୍ରାମର ବ୍ରାଉନ ସୁଗାର ଜବତ ସହ ନଗଦ ୨୭ ହଜାର ଟଙ୍କା। ଏଥିସହ ସେମାନଙ୍କର ମୋବାଇଲ ଓ ବାଇକକୁ ଜବତ କରିଛି ପୋଲିସ। ଏଥିରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଛି ଗ୍ରାମାଞ୍ଚଳ ପୋଲିସ। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରା ଯାଉଛି। ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତ ରହିଛି ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |