ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ସୁନା ଗହଣା ଓ ନଗଦ ଟଙ୍କା।

1328

କଟକ (ଉତ୍କଳ ନିଉଜ)୨୬/୦୪/୨୦୨୨ : ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ସୁନା ଗହଣା ଓ ନଗଦ ଟଙ୍କା। ଘରେ ଶୋଇଥିବା ବେଳେ ତାଲା ଭାଙ୍ଗି ଘରେ ପଶିଥିଲେ ୩ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ। ଦମ୍ପତିଙ୍କୁ ଆକ୍ରମଣ କରିବା ସହିତ ବୃଦ୍ଧା ମାଆଙ୍କୁ ବି ଛାଡିନଥିଲେ। ବାଳୁତ ପିଲାକୁ ଖଟତଳେ ଲୁଚାଇ ଦେଇଥିଲେ ଏହି ଦମ୍ପତି। ଭୁଜାଲୀ ଓ ଅନ୍ଯାନ୍ଯ ମାରଣାସ୍ତ୍ରରେ ଆକ୍ରମଣ କରି ସୁନା ଚେନ, ମଙ୍ଗଳସୂତ୍ର, କାନଫୁଲ ଓ ଲକେଟ ସମେତ ନଗଦ ୫ ହଜାର ଟଙ୍କା ଲୁଟି ନେଇଥିଲେ। ଆଉ କିଛି ଲୁଟ କରିବା ବେଳେ ରାସ୍ତାରେ ଯାଉଥିବା ଲୋକଙ୍କ ଆବାଜ ଶୁଣି ଛତ୍ରଭଙ୍ଗ ଦେଇ ବିଲ ବାଟେ ପଳେଇ ଯାଇଥିଲେ। ତେବେ ୩ ଜଣ ଦୁର୍ବୁତ୍ତ ଘର ଭିତରକୁ ପଶିଥିବାବେଳେ ଜଣେ ବାହାରେ ଜଗି ରହିଥିଲା ବୋଲି କୁହା ଯାଇଛି । ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ସାହାପୁର ବଜାର ନିକଟସ୍ଥ ଜଣେ ଗୃହସ୍ଥ ପ୍ରତି ଏପରି ଆକ୍ରମଣ କରାଯାଇଛି।

ଏଥିରେ ଶ୍ରୀକାନ୍ତ ମହାନ୍ତୀ ଓ ତାଙ୍କ ସ୍ତ୍ରୀ ଶସ୍ମିତା ଗୁରୁତର ଆହତ ହୋଇଛନ୍ତି। ଘର ଚଟାଣରେ ରକ୍ତର ଛିଟା, ଫାଳିଆ ରକ୍ତ ଜୁଡୁବୁଡୁ ହୋଇଛି। ଦୁଇଟି ମୋବାଇଲ ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ। ଖବର ପାଇ ପୀରହାଟ ପୋଲିସ ତଦନ୍ତ ଚଳାଇଛି। ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର କରାଗଲେ ସୁରାକ ମିଳି ପାରିବ ବୋଲି ଦାବି କରା ଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |