ସରକାରୀ ଜମିରୁ ମାଟି ଖୋଳାକୁ ନେଇ ଅଭିଯୋଗ। ତଦନ୍ତ କରି କାମ ବନ୍ଦ କଲେ ଆରଆଇ, ପଦକ୍ଷେପକୁ ଅପେକ୍ଷା।

220

କଟକ(ଉତ୍କଳ ନିଉଜ)୨୧/୦୪/୨୦୨୨ : ରାଜସ୍ୱ ବିଭାଗର ଆଖିରେ ଆଙ୍ଗୁଳି ଖେଞ୍ôଚ ଦିନ୍‌ଦହାଡେ ସରକାରୀ ଜମିରୁ ଉଠା ଯାଉଛି ଟ୍ରିପ୍ ଟ୍ରିପ୍ ମାଟି ଏବଂ ସେହି ମାଟିକୁ ଠିକାଦାର ସରକାରୀ ପ୍ରକଳ୍ପରେ ଲଗାଇ ମାଲେମାଲ ହେଉଛି । ଯାହାକୁ ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ତହସିଲଦାରଙ୍କ ଦ୍ୱାରସ୍ଥ ହେବାପରେ ଆରଆଇ କ୍ଷେତ୍ରୀୟ ତଦନ୍ତ କରି ଅଭିଯୋଗର ସତ୍ୟତା ଥିବା ଅନୁଭବ କରିବା ସହିତ ଉକ୍ତ କାମକୁ ବନ୍ଦ କରିଥିବା ଜଣାଯାଇଛି । ତେବେ ବେଆଇନ୍ ଭାବେ ମାଟି ଖୋଳିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଅଭିଯୋଗକାରୀ ପକ୍ଷ ଦାବି କରିଛନ୍ତି । ଅଭିଯୋଗ ମୁତାବକ, ସିନ୍ଦୋଳ ଗ୍ରାମ ପଞ୍ଚାୟତ ପକ୍ଷରୁ ସିନ୍ଦୋଳ ଗାଁରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଉଛି । କଲ୍ୟାଣ ମଣ୍ଡପ ସମ୍ମୁଖରେ ଥିବା ଖାଲୁଆ ସ୍ଥାନକୁ ପୋତିବା ଲାଗି ନୂଆସାହି ରାସ୍ତା ପାଶ୍ୱର୍ରେ ଥିବା ସିନ୍ଦୋଳ ମୌଜାର ସରକାରୀ ଖାତା ନମ୍ବର ୧୩୫୨ଗୋଚର ପଡିଆକୁ ଖୋଳି କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତି ପ୍ରାୟ ୩ ଶହ ଟ୍ରିପ୍ ମାଟି ଉଠାଇଛନ୍ତି । କେବଳ ସେତିକି ନୁହେଁ ଗୋଚର ପଡିଆରେ ଏକ ବିଶାଳ ପୋଖରୀ ଖୋଳାଯାଇଛି ଯାହା ଗୃହପାଳିତ ପଶୁଙ୍କ ଚରିବାରେ ଘୋର ବ୍ୟାଘାତ ସୃଷ୍ଟି କରିବାର ସମ୍ଭାବନାକୁ ଏଡେଇ ଦିଆଯାଇନପାରେ ।

ବେଆଇଟ୍ ଭାବେ ଗୋଚର ପଡିଆରେ ପୋଖରୀ ଖୋଳି ମାଟି ଉଠାଉଥିବା ବେଳେ ଅଭିଯୋଗକାରୀ ପକ୍ଷରୁ ବିରୋଧ କରାଯାଇଥିଲା ମାତ୍ର ସେମାନେ ବଳପୂର୍ବକ ମାଟି ଉଠାଉଥିବା ଗତ ତା ୧୯.୦୪.୨୨ରିଖରେ ନିଳାମ୍ବର ପାଣି, ଅନିରୁଦ୍ଧ ବାରିକ, ପରମାନନ୍ଦ ନାୟକ, ବାଙ୍କବିହାରୀ ମଲ୍ଲିକ. ଦୋଳଗୋବିନ୍ଦ ଜେନା, ଭବାନୀ ବାରିକ, ଘନଶ୍ୟାମ ପରିଡା, ରଘୁ ଦାସ, ବ୍ରଜମୋହନ ପାଣି, ଉମେଶ ଚନ୍ଦ୍ର ସ୍ୱାଇଁ, ଦୈତାରୀ ଜେନା, ରମାକାନ୍ତ ବାରିକ, ଇନ୍ଦ୍ରମଣି ଦାସ, ଭାଗବତ ଦାସ, ଦଶରଥ ଦାସ, ବଳରାମ ସାହୁ ପ୍ରମୁଖ ପଞ୍ଚାୟତବାସୀ ତହସିଲଦାରଙ୍କ ନିକଟରେ ଫେରାଦ ହୋଇଥିଲେ । ଅଭିଯୋଗକୁ ଭିତ୍ତିକରି କୋହ୍ଲ ଆରଆଇ ସର୍ଜମିନ ତଦନ୍ତ କରିବା ସହିତ କାମ ମଧ୍ୟ ବନ୍ଦ କରିଛନ୍ତି । ତେବେ ସରକାରୀ ଗୋଚର ଜମିରୁ ପ୍ରାୟ ୧୫ ଗୁଣ୍ଠ ଜମିରେ ୫ରୁ ୭ ଫୁଟ୍ ଗଭୀରରେ ମାଟି ଖୋଳା ଯାଇଛି ଏବଂ ପ୍ରାୟ ୩ ଶହ ଟ୍ରିପ୍ ମାଟି ଉଠାଯାଇଥିବା ଆରଆଇଙ୍କ ପକ୍ଷରୁ ଆକଳନ କରାଯାଇଛି । ଏନେଇ ସବିଶେଷ ରିପୋର୍ଟ ତହସିଲଦାରଙ୍କ ପ୍ରଦାନ କରାଯିବ ବୋଲି ଆମ୍ଭ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଅନ୍ୟପଟେ ନୂଆସାହି ରାସ୍ତା ନିର୍ମାଣ ସମୟରେ ହେଉ ଅଥବା ଅନ୍ୟ କୌଣସି ସରକାରୀ ପ୍ରକଳ୍ପରେ ବିଭିନ୍ନ ପର୍ଯ୍ୟାରେ ଅନ୍ୟମାନେ ଉକ୍ତ ଗୋଚର ପଡିଆରୁ ମାଟି ଖୋଳାଯାଇଛି । କଲ୍ୟାଣ ମଣ୍ଡପ ମଧ୍ୟ ସାର୍ବଜନିତ ବ୍ୟବହାର ଉପଯୋଗି ଏବଂ ସମ୍ମୁଖରେ ରହିଥିବା ଖାଲୁଆ ସ୍ଥାନକୁ ଗ୍ରାମବାସୀଙ୍କ ନିଷ୍ପତିକ୍ରମେ ପୋତା ଯାଇଥିବା ଅପରପକ୍ଷ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ଏଭଳି ଘଟଣାରେ ତହସିଲଦାର କେଉଁ ପ୍ରକାର ପଦକ୍ଷେପ ନେଉଛନ୍ତି ତାହା କେବଳ ଦେଖିବା ବାକି ରହିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |