ଚାନ୍ଦବାଲିରୁ ଚୋରୀ ବାଇକ୍ ପୀରହାଟରେ ଧରା ପଡିଲା |

534

କଟକ( ଉତ୍କଳ ନିଉଜ)୦୫/୦୪/୨୦୨୨ : ଚାନ୍ଦବାଲିରୁ ଚୋରୀ ବାଇକ୍ ପୀରହାଟରେ ଧରା ପଡିଲା । ଅତି ଚତୁରତାର ସହ ନମ୍ବର ବଦଳେଇ ଉକ୍ତ ବାଇକକୁ ଚଲାଉଥିଲା । ଚୋରୀ ହୋଇଥିବା ବାଇକ୍ ମାଲିକ ଏ ସଂକ୍ରାନ୍ତରେ ଚାନ୍ଦବାଲି ଥାନାରେ ଅଭିଯୋଗ କରିବା ସହ ନିଜର ସହଯୋଗିଙ୍କୁ ନେଇ ବାଇକ୍ ଉପରେ ନଜର ରଖିଥିଲେ । ଚୋରୀ କରିଥିବା ବ୍ୟକ୍ତି ଉକ୍ତ ବାଇକକୁ ଅନ୍ୟଜଣଙ୍କୁ ଚଲାଇବା ପାଇଁ ଦେଇଥିଲେ । ଉକ୍ତ ବାଇକ୍‌କୁ ଧରି ସଂପୃକ୍ତ ବ୍ୟକ୍ତି ଚାନ୍ଦବାଲିରୁ ପୀରହାଟ ଥାନା ଅଧିନ କମାରିଆ ଆସିଥିଲା । ଫେରିବା ବେଳେ ପୀରହାଟ ଥାନା ଛକରେ ଅଟକାଇ ଯାଞ୍ଚ କରିଥିଲେ ମାଲିକଙ୍କ ସହଯୋଗି।ଚୋରୀ ହୋଇଥିବା ବାଇକ୍‌ର ରଙ୍ଗ ଓ ମଡେଲକୁ ଅନୁଧ୍ୟାନ କରି ଏହା ସଂପୃକ୍ତ ଚୋରୀ ହୋଇଥିବା ବ୍ୟକ୍ତିଙ୍କର ବୋଲି ଜଣା ଯାଇଥିଲା। ହେଲେ ବାଇକ୍‌ର ନମ୍ବରଟି ଅରିଜିନାଲ ନମ୍ବର ନଥିବାରୁ ସନ୍ଦେହ ପ୍ରକାଶ ପାଇଥିଲା । ଗାଡିର କାଗଜ ପତ୍ରରେ ଥିବା ଇଞ୍ଜିନ୍ ଓ ଚେଚିସ୍ ନମ୍ବରକୁ ମିଳାଇବାରୁ ଏହା ଚୋରୀ ହୋଇଥିବା ଉକ୍ତ ବାଇକ୍ ବୋଲି ଜଣାଯାଇଥିଲା । ଘଟଣାକୁ ନେଇ ପୀରହାଟ ଥାନାରେ ଏତଲା ଦିଆ ଯାଇଥିଲା । ତେବେ ପୀରହାଟ ପୋଲିସ ପଚରା ଉଚୁରା କରିବା ପରେ ଏହା ଚାନ୍ଦବାଲି ଥାନାର ଘଟଣା ବୋଲି ଜାଣିବାକୁ ପାଇଥିଲା । ଏବଂ ଶେଷରେ ଚାନ୍ଦବାଲି ପୋଲିସକୁ ହସ୍ତାନ୍ତର କରିଥିଲା । ତେବେ ଚାନ୍ଦବାଲି ଥାନାରେ ବାଇକ୍ ମାଲିକ ଚଡଦିଆ ଗାଁର ରିଣ୍ଟୁ ଜେନାଙ୍କ ଅଭିଯୋଗ ଅନୁଯାଇ ଗତ ରବିବାର ରାତିରେ ମଧୁପୁର ଯାତ୍ରା ଦେଖିବାକୁ ଆସିଥିବା ବେଳେ ଓଆର-୨୨ -ଆର -୧୧୪୩ ନମ୍ବର ବିଶିଷ୍ଟ ବାଇକ୍ ଚୋରୀ ହୋଇଥିଲା । ଚୋରୀ କରିଥିବା ବ୍ୟକ୍ତି ଏହି ନମ୍ବର ପ୍ଲେଟକୁ ବଦଳାଇ ଓଆର-୨୨-ଜେ-୨୯୧୫ ନମ୍ବର ବିଶିଷ୍ଟ ପ୍ଲେଟ୍ ଲଗାଇ ଦେଇଥିଲା । ନମ୍ବର ବଦଳାଇବା ପରେ ନିର୍ବିଘ୍ନରେ ଉକ୍ତ ବାଇକ୍‌କୁ ଧରି ଚାନ୍ଦବାଲି ଥାନାଧିନ ଦିଗଛିଆ ପାତ୍ରସାହିର ଚିନ୍ତା ପାତ୍ରଙ୍କ ପୁଅ ସିଲୁ ପାତ୍ର ବୁଲାବୁଲି କରୁଥିବା ପୋଲିସ ତଦନ୍ତରୁ ଜଣାଯାଇଛି । ଏନେଇ ଚାନ୍ଦବାଲି ଥାନାରେ ଏକ ମାମଲା ୧୨୩/୨୨ ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |