ସ୍କୁଲ ପଢୁଆ ଝିଅ କୁ ମାଡ଼ମାରି ବାପା ଚର୍ଚ୍ଚା ରେ |

290

କଟକ (ଉତ୍କଳ ନ୍ୟୁଜ) ୫-୦୪-୨୦୨୨ : ଚୌଦ୍ୱାର ଥାନା ଅନ୍ତର୍ଗତ ଓ. ଟି.ଏମ କଲୋନୀ ୱାର୍ଡ ନ. ୮ ସ୍ଥିତ ଏକ ନାବାଳିକା କୁ ତାର ପରିଵାର ଲୋକ ବାଲ୍ୟବିବାହ କରିବା ପାଈଁ ବାଧ୍ୟ୍ୟ କରିବାକୁ କହୁଥିଲା ବେଳେ ନାବାଳିକା ଝିଅ ବର୍ତ୍ତମାନ ସ୍ଥାନୀୟ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ର ଛାତ୍ରୀ ସେ ବିବାହ କରିବା କୁ ମନା କରିବାରୁ ବାପା ଓ ମାଆ ନାବାଳିକା ଝିଅ କୁ ବାଡ଼ି ରେ ମାରିଥିଲେ l ନାବାଳିକା ଝିଅ ର ମୁଣ୍ଡ, ଗୋଡ଼, ଦେହ ଓ ହାତ ରେ ଶକ୍ତ ଆଘାତ ହେଇଛି l ଏହି ଘଟଣା ପରେ ନାବାଳିକା ଝିଅ ଚାଇଲଡ଼ ଲାଇନ କୁ ଖବର ଦେଇଥିଲେ l ଚାଇଲଡ ଲାଇନ ର ସଂଯୋଜକ ନାରାୟଣ ଶୁକ୍ଲା ଙ୍କ ନିର୍ଦେଶ ରେ ଟାଙ୍ଗୀ ସିଡିପିଓ ତଥା ବାଲ୍ୟବିବାହ ନିଷେଧ ଅଧିକାରିଣୀ ମନୋରମା ସ୍ୱାଇଁ, ସୁପରଭାଇଜର ଆରତୀ ମହାନ୍ତି,ସଦସ୍ୟ ଶ୍ରୀଯୁକ୍ତ ନରୋତ୍ତମ ଦାସ ଓ ଉଦ୍ଧାର ଫାଉଣ୍ଡେସନ ସଂଗଠନ ର ମହିଳା ସଦସ୍ୟା ପ୍ରମିଳା ଓଝା, ସଦସ୍ୟ ବିନୋଦ କୁମାର ପ୍ରଧାନ ଓ ଚାଇଲଡ ଲାଇନ ସଦସ୍ୟା ନୀରାଞ୍ଜଳୀ ଦାସ ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ଙ୍କୁ ଖବର ଦିଆଯିବା ବେଳେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳ କୁ ଆସି ନାବାଳିକା କୁ ଉଦ୍ଧାର କରାଯାଇ ଥାନା କୁ ଅଣାଯାଇଥିଲା l ଏହା ପରେ ନାବାଳିକା କୁ ସ୍ୱାସ୍ଥ୍ୟ ଗତ ଚିକିତ୍ସା ପାଈଁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଗଲା | ନାବାଳିକା ଝିଅ କୁ ତାର ସୁରକ୍ଷା ଓ ଆଇନିଗତ ନ୍ୟାୟ ପାଈଁ ଚାଇଲଡ ଲାଇନ ରେ ସୁରକ୍ଷା ମଧ୍ୟ ରେ ରଖାଗଲା |