ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ଘଟଣାର ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କ ସମେତ ୪ଜଣଙ୍କୁ ୫ଦିନ ପାଇଁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ।

441

କଟକ (ଉତ୍କଳ ନ୍ୟୁଜ) ୨୯-୦୩-୨୦୨୨: ରାଜ୍ୟର ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ୱେବ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ ଏବଂ ସହଯୋଗୀ ଝୁନା ଭୋଇଙ୍କୁ ଗତକାଲି କ୍ରାଇମବ୍ରାଞ୍ଚ ଟିମ ଭଦ୍ରକ ନଳାଙ୍ଗ ନିକଟରୁ ଗିରଫ କରି ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରିଥିଲା। ଅଭିଯୁକ୍ତଙ୍କ ଓକିଲ ପକ୍ଷରୁ ଜାମିନ ଆବେଦନ କରା ଯାଇଥିଲେ ହେଁ ତାହା ଖାରଜ ହୋଇଥିଲା। ରାତିରେ ସେମାନଙ୍କୁ ଭଦ୍ରକ ଉପକାରାଗାରକୁ ପଠାଇ ଦିଆ ଯାଇଥିଲା। ତେବେ କ୍ରାଇମବ୍ରାଞ୍ଚ ପକ୍ଷରୁ ୧୦ ଦିନିଆ ରିମାଣ୍ଡରେ ନେବାପାଇଁ ଆବେଦନ କରା ଯାଇଥିଲା l ମାତ୍ର ମାନ୍ୟବର କୋର୍ଟ ୫ଦିନ ପାଇଁ ରିମାଣ୍ଡ ପାଇଁ ଶୁଣାଣି କରିଛି। ମଙ୍ଗଳବାର ସକାଳୁ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କ ସମେତ ପୂର୍ବରୁ ବିଚାରାଧିନ କଏଦୀ ଭାବେ ଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ଓ ରାଜ ଇଲେକ୍ଟ୍ରୋନିକ୍ସର ମାଲିକ ରାଜ କିଶୋର ନାୟକଙ୍କ ରିମାଇଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏଠାରେ ସୂଚନା ଥାଉକି, ଏହି ହତ୍ୟା ଘଟଣାରେ ପୂର୍ବରୁ ୬ଜଣ ଗିରଫ ହୋଇଥିବା ବେଳେ ଶର୍ମିଷ୍ଠା ଓ ଝୁନାକୁ ମିଶାଇ ଗିରଫ ସଂଖ୍ୟା ୮ରେ ପହଞ୍ଚିଛି l ଭଦ୍ରକ ରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |