ଅବକାରୀ ବିଭାଗର ଚଢ଼ାଉ, ଚୋର ମଦ ଜବତ, ୦୨ ଗିରଫ।

274

କଟକ(ଉତ୍କଳ ନିଉଜ )୦୯/୦୩/୨୦୨୨ :ଭଦ୍ରକ ଅଵକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧାମନଗର ଥାନା ଅନ୍ତର୍ଗତ ନନ୍ଦବଜାର, କଲ୍ୟାଣୀନଗରୀ, ପଣ୍ଡୁବଜାର, ରାପିତା, ଜୟନଗର, ବ୍ଲକ ଛକ, ଅଭିଲଛକ ଓ କରଞ୍ଜି ଗୁଣୁପୁର ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୮.୧୦୦ ଲିଟର ବିଦେଶୀ ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୨ ଜଣଙ୍କୁ ଗିରଫ କରା ଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀ ନଗରୀ ଗ୍ରାମର ପିତାମ୍ବର ପାଲ ଓରଫ ବିକନ ଏବଂ କରଞ୍ଜି ଗୁଣୁପୁର ଗ୍ରାମର ଅଜୟ ସେଠୀ । ଜବତ ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଅଜିତ କୁମାର ସିଙ୍କୁ, ଶିବପ୍ରସାଦ ସାହୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ଜେମାମଣି ଜାମୁଡା, ସଂଧ୍ୟାରାଣୀ ସେବାପତି ପ୍ରଭୃତି ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୨ ଗୋଟି ମାମଲା ରୁଜ୍ଜୁ କରା ଯାଇଛି। ପୌର ନିର୍ବାଚନକୁ ମଦମୁକ୍ତ କରିବା ପାଇଁ ଧାମନଗର ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ କରା ଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |