କ୍ୟାମେରାମେନ୍ ମାନସ ଅପହରଣ ଓ ହତ୍ୟା ଘଟଣା, ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ।

412

କଟକ(ଉତ୍କଳ ନିଉଜ)୨୩/୦୩/୨୦୨୨ : କ୍ୟାମେରାମେନ ମାନସ ସ୍ୱାଇଁଙ୍କ ଅପହରଣ ଓ ହତ୍ୟାକାଣ୍ଡ ଉପରୁ ହଟୁନି ପରଦା । ତିନୋଟି ପର୍ଯ୍ୟାୟରେ ୬ ଜଣଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଘଟଣାର ମୁଖ୍ୟ କିଙ୍ଗପିନ୍ ସର୍ମିଷ୍ଠାଙ୍କୁ ଧରାଯାଇ ନଥିବାରୁ ରାଜ୍ୟବ୍ୟାପି ବଢ଼ୁଛି ଉଷ୍ମତା । ଏହି ଘଟଣାର ଚେର କେବଳ ଚାନ୍ଦବାଲି, ଭୁବନେଶ୍ୱର କି ନୟାଗଡ ଯାଏ ଯାଇନାହିଁ ଏହା ଏବେ ସାରା ଓଡିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଫେବୃଆରୀ ମାସ ୭ ତାରିଖରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନ ପଳାସପୁରରୁ ଅପହରଣ ଭୂବନେଶ୍ୱରରେ ଅମାନୁଷିକ ଭାବେ ହତ୍ୟା ଏବଂ ନୟାଗଡ ପାହାଡ ତଳୁ ଶବ ଉଦ୍ଧାର ଘଟଣା ପଛରେ କେଉଁଠି ନା କେଉଁଠି ଏକ ବଡଧରଣର ରାକେଟ୍ କାମ କରିଥିବା ବେଶ୍ ବାରି ହୋଇଛି । ଘଟଣାର ମୁଖ୍ୟ ଖଳନାୟିକା ସର୍ମିଷ୍ଠା ରାଉତ ଯିଏକି ଜଣେ ୱେବ୍ ପୋର୍ଟାଲର ମାଲିକାଣୀ । ଏମିତି ଜଣେ ହାଇପ୍ରୋଫାଇଲର ମହିଳା ନହୋଇବି ବହୁ ନାମିଦାମୀ ରାଜନେତା, ମନ୍ତ୍ରୀ ଓ ପୋଲିସ ପଦାଧିକାରୀଙ୍କ ସହ ତାଙ୍କର ସଂପୃକ୍ତି ରହିଥିବା ଏବେ ଚର୍ଚ୍ଚାକୁ ଆସିଛି ।

କ୍ୟାମେରାମେନ୍‌କୁ ହତ୍ୟା ପଛରେ ଏକ ମେମୋରି ଚିପ୍‌କୁ କଥା ପ୍ରଘଟ ହେଉଛି । ଯେଉଁଥିରେ ସର୍ମିଷ୍ଠାଙ୍କ ସହିତ ବହୁ ନାମିଦାମି ଲୋକଙ୍କ ଅନ୍ତରଂଗ ମୂହୁର୍ତ୍ତ ପଦାକୁ ଆସୁଛି । ତେବେ ସର୍ମିଷ୍ଠା ନିଜ ସ।।ମ୍ରାଜ୍ୟ ବିସ୍ତାର କରିବା ପାଇଁ ଅଥବା ପର୍ଣ ଭିଡିଓ ପ୍ରସ୍ତୁତ କରିବା ବା ବ୍ଲୁ ଫିଲ୍ମି ତିଆରି କରିବା କଥା ମଧ୍ୟ ଚର୍ଚ୍ଚାକୁ ଆସୁଛି । ଯାହାର କଳା କାରନାମା ମାନସଙ୍କ ପାଖରେ ଥିବା ଚିପ୍‌ରେ ରେକର୍ଡ ହୋଇଥିôବା ପୋଲିସ ଆକଳନ କରିଛି । ଭଦ୍ରକ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତୀନ ପଣ୍ଡାଙ୍କ ସହ ସର୍ମିଷ୍ଠାଙ୍କ ୨ଟି ତଥାକଥିତ ଫଟୋ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଏକ ମଞ୍ଚରେ ଓ ଅନ୍ୟଟି ଭଦ୍ରକ କାରାଗାର ସମୁଖରେ ବୋଲି ଜଣାଯାଇଛି । ଗତ ୨୧ ମସିହା ନଭେମ୍ବର ୧୩ ତାରିଖରେ କୌଣସି ଏକ କାର୍ଯ୍ୟକ୍ରମର ଏହି ଫଟୋ ଉତ୍ତୋଳନ ହୋଇଥିବା ଜଣାଯାଇଛି । ଯେଉଁଥିରେ ସର୍ମିଷ୍ଠା ଅତିଥି ଭାବେ ଯୋଗଦେଇଥିବା ଜଣାଯାଇଛି । ତେବେ ଶ୍ରୀ ପଣ୍ଡା ତାଙ୍କୁ ବ୍ୟକ୍ତିଗତ ଭାବେ ଆଗରୁ ଜାଣିଥିବା ଏହି ଫଟୋରୁ ବାରି ହେଉଛି । ତେବେ ମାନସଙ୍କ ଅପହରଣ ପରେ ତାଙ୍କ ପରିବାର ପକ୍ଷରୁ ଆଗତ ଅଭିଯୋଗକୁ ଭିତ୍ତିକରି ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଚାନ୍ଦବାଲି ଥାନାରେ ସଂଗୀନ ଦଫାରେ ଏକ ମାମଲା ରୁଜୁ ହେଲା ଓ ତଦନ୍ତ ମଧ୍ୟ ହେଲା । ତେବେ ସର୍ମିଷ୍ଠାଙ୍କୁ ତଦନ୍ତ କରିବାକୁ ଡକାଯାଇଥିଲା କି ସିଏ ନିଜେ ତାଙ୍କ ଆଡୁ ଆସିଥିଲେ ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ୨ ଥର ଭଦ୍ରକ ଓ ଚାନ୍ଦବାଲି ଆସି ତଦନ୍ତରେ ସାମିଲ ହୋଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ସୂଚନା ମିଳିଛି । ତେବେ ସେତେବେଳେ ତଦନ୍ତ ଚୂଡାନ୍ତ ହୋଇ ନଥିବାରୁ ତାଙ୍କୁ ଗିରଫ କରାଯାଇ ନଥିବା କହିଛନ୍ତି । ତେବେ ଶ୍ରୀ ପଣ୍ଡାଙ୍କ ସହ ସର୍ମିଷ୍ଠାଙ୍କ ଫଟୋ ଭାଇରାଲ ଚର୍ଚ୍ଚାକୁ ଆସିିବା ପରେ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର କରା ଯାଇଛି । ପୋଲିସ ପ୍ରତି ଭରସା ନଥିବାରୁ ଏପରି ହୋଇଥିବା ବେଶ୍ ବାରି ହୋଇଛି । ଆଜି ସର୍ମିଷ୍ଠାଙ୍କ ଭାଇଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଛି । ସର୍ମିଷ୍ଠାଙ୍କ ବ୍ୟାଙ୍କ ଆକାଉଣ୍ଟୁକୁ ଟଙ୍କା ପଠାଇଥିବା ପୋଲିସ ଜାଣିବା ପରେ ତାଙ୍କୁ ବିଶାଖାପାଟଣାରୁ ଧରାଯାଇଥିବା ଜଣାଯାଇଛି ।

ତେବେ ସର୍ମିଷ୍ଠା ଏବେ କେଉଁ ବାହୁବଳୀ ନେତାଙ୍କ ଛତ୍ରଛାୟା ତଳେ ରହି ପୋଲିସ ଓ ସାଧାରଣ ଜନତାଙ୍କୁ ଚକମା ଦେଉଛନ୍ତି ତାର ହିସାବ ମାଗୁଛନ୍ତି ଓଡିଶାବାସୀ । ଜଣେ ସାମାନ୍ୟ ମହିଳା ଏପରି ଜଣେ ପେଶାଦାର ଅପରାଧିଭାବେ ଯେଉଁ କାଣ୍ଡ ଭିଆଇଲେ ତାକୁ ନେଇ ଏବେ ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରିଛି । ୱେବ୍ ପୋଟାଲକୁ ଢ଼ାଲ କରି ଏପରି ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଏହି ମହିଳାଙ୍କୁ ଗିରଫ କରାଗଲେ ଅନେକ ବଡମୁଣ୍ଡିଆଙ୍କ ମୁଖା ଖୋଲିବ ବୋଲି ଚର୍ଚ୍ଚା ମଧ୍ୟ ଯୋର ଧରିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |