ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ |

173

ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ବୁଚକୁପଡା‌ ପଞ୍ଚାୟତ ରେ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତ ଅଧିନରେ ଥିବା ସିଲିକୁଦର ବଡକା ଟୋଲାର ଶତାଧିକ ମହିଳା ଆଜି ରାଜଗାଙ୍ଗପୁର ବିଡ଼ିଓ ଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଏହା ଯେ , ସିଲିକୁଦର ଗ୍ରାମର ପ୍ରେମା ଲାକଡା ନାମକ ଜଣେ ବ୍ୟକ୍ତି ଆବାସ ଯୋଜନାରେ ତମକୁ ଘର ଦିଆ ଯିବ କହି ପ୍ରତ୍ୟେକ ମହିଳା ଙ୍କ ଠାରୁ ୫୦୦ଟଙ୍କା ଲେଖାଏଁ ନେଇ ଏହା ବ୍ଲକ ଚେୟାର ମେନ୍ କୁ ଦିଆଯିବା ପରେ ତମ ସମସ୍ତ ଙ୍କୁ ଘର ଯୋଗାଇଦିଆଯିବ କହିଥିଲେ । ପରେ ସଂପୃକ୍ତ ବ୍ୟକ୍ତି ଜଣକ ଆଉ ଧରାଛୁ଼୍ଆ ନ ଦେବା ରୁ ଏବଂ ଶହେ ରୁ ଉର୍ଦ୍ଧ୍ବ ମହିଳା ଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଥିବା ରୁ ଆଜି ସେ ମାନେ ବିଡ଼ିଓ ଙ୍କ ଠାରେ ଏହି ଅଭିଯୋଗ କରିଛନ୍ତି । ବିଡିଓ ଏହାର ତଦନ୍ତ କରାଯିବ ବୋଲି ଆଶ୍ଵାସନା ଦେଇଛନ୍ତି । ପଲ୍ଲୀ ସଭା ଏବଂ ଗ୍ରାମସଭାରେ ପ୍ରଥମେ ନାମ ପଞ୍ଜିକରଣ କରାଯାଇ ଥାଏ ।ପରେ ନାମ ପାଶ ହୋଇ ଆସିଲେ ହିଁ ଜଣକୁ ଘର ମିଳିଥାଏ। ହେଲେ ଏଠାରେ ପ୍ରଶ୍ନ ଉଠେ ଯେ ପଲ୍ଲୀ ସଭା ଗ୍ରାମ ସଭାରେ ନାମ ପଞ୍ଜିକରଣ ନହୋଇ କେମିତି ଶହଶ୍ରାଧିକ ମହିଳା ଙ୍କ ଠାରୁ ଘର ଯୋଗାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଚେୟାରମେନ୍ ଙ୍କୁ ଦିଆଯିବ କହିବା ବ୍ଲକ ପ୍ରଶାସନ ଏବଂ ଚେୟାରମେନ୍ ଙ୍କ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଏମାନଙ୍କ ଛତ୍ରଛାୟା ରେ ରହି ସମ୍ପୃକ୍ତ ବ୍ୟକ୍ତି‌ ଟଙ୍କା ଠକୁ ନାହି‌ତ ।ଯଦି ବ୍ଲକ ପ୍ରଶାସନ ଏବଂ ଚେୟାରମେନ୍ ‌ଏ ବିଷୟରେ ଅବଗତ ନାହାଁନ୍ତି ତା ହେଲେ ଅତିଶିଘ୍ର ତଦନ୍ତ କରି ଟଙ୍କା ଠକି ନେଇଥିବା ବ୍ୟକ୍ତି ଙ୍କୁ ପୋଲିସ ରେ ଜିମା ଦେବା କଥା । ସୁନ୍ଦରଗଡ଼ରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢ଼ୀଙ୍କ ରିପୋର୍ଟ ଉତ୍କଳ ନିଉଜ଼ ।