ବାଲିପଦାରେ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ଅଟକ।

383

କଟକ (ଉତ୍କଳ ନିଉଜ)୧୫/୦୩/୨୦୨୨ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଗୋପୀନାଥପୁର ପଂଚାୟତ ବାଲିପଦା ଗାଁରେ ମହିଳାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ମୃତା ମାଳତୀ ବିଶ୍ବାଳ ବୋଲି ଜଣାଯାଇଛି। ତାଙ୍କର ସ୍ୱାମୀ ଓ ପରିବାର ଲୋକେ ମିଶି ଗର୍ଭବତୀ ମାଳତୀ ବିଶ୍ୱାଳଙ୍କୁ କିରୋସିନ ଢାଳି ନିଆଁରେ ପୋଡି ଦେଇଥିଵା ଅଭିଯୋଗ କରିଛନ୍ତି ମୃତାଙ୍କ ବାପଘର ଲୋକେ l ମାଳତୀକୁ ତାଙ୍କ ଶଶୁର ଘର ଲୋକ କିରୋସିନ ଢଳି ନିଆଁ ଲଗାଇ ଦେବାରୁ ମାଳତୀଙ୍କୁ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରି କଟକ ବଡ ମେଡିକାଲକୁ ନିଆ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି l

ବାଲିପଦା ଗାଁରେ ବାଇଧର ବିଶ୍ୱାଳଙ୍କ ଝିଅ ମାଳତି ବିଶ୍ୱାଳ ସେହି ଗାଁରେ ପ୍ରଫୁଲ ବେହେରାଙ୍କ ପୁଅ ହୃଷିକେଶ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଅନେକ ଥର ମାଳତୀଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ କରିଛନ୍ତି ମାଳତିଙ୍କ ବାପଘର ଲୋକ। ଅଭିଯୁକ୍ତମାନଙ୍କ ଗିରଫ ଦାବିରେ ଘଣ୍ଟେଶ୍ୱର ଫାଣ୍ଡିରେ ପ୍ରତିବାଦ କରାଯାଇଥିଲା। ବାଁଶଡ଼ା ପୋଲିସ ଓ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଛି ।ଏଥିନେଇ ବାଁଶଡ଼ା ଥାନାରେ ଏକ ମାମଲା ରୁଜୁ ହେବା ସହିତ ମାଳତିଙ୍କ ସ୍ୱାମୀ ହୃଷିକେଶ ବେହେରାଙ୍କୁ ଅଟକ ରଖିଛି ପୋଲିସ। ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |