ନିର୍ବାଚନ ପରବର୍ତୀ ହିଂସା, ଜଣେ ମୃତ,3 ରୁ ଉର୍ଦ୍ଧ ଆହତ |

225

କଟକ(ଉତ୍କଳ ନିଉଜ)୧୩/୦୩/୨୦୨୨ : ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ ତଥା ଗାଗଂପୁର ଥାନା ଅଂଚଳର କେନ୍ଦୁପଦରର ଗ୍ରାମ ରେ ଦେଖା ଦେଇଛି ନିର୍ବାଚନ ପରବର୍ତୀ ରାଜନୈତିକ ହିଂସାକାଣ୍ଡ । ଏହି ଗ୍ରାମ ପଞ୍ଚାୟତ ଟି ପୂର୍ବତନ ବ୍ଳକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ କଂ ଅଂଚଳ ହୋଇଥିବା ବେଳେ ଗତ ରାତି ରେ ଏକ ବାଣ ଫୁଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ମୁହାଁମୁହିଁ ଏତେ ଭୟକଂର ହୋଇଥିଲା ଯେ ଗୋଟିଏ ଗୋଷ୍ଠୀର ଖଣ୍ଡା ଓ ଭୂଜାଲି ମାଡରେ ଜଣକ ମୃତ୍ଯୁ ଘଟିଛି । ଅନ୍ୟଜଣେ ମଧ୍ଯ ଏବେ ବି ନିଖୋଜ ଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ହେଉଛି । ମୃତକ ଜଣକ ବୁଲୁ ସ୍ବାଇଁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଆସିକା ଓ ଗାଗଂପୁର ପୋଲିସ ସମେତ ଭଞ୍ଜନଗର ଏସଡିପିଓ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । କୋଦାଳ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଉତ୍କଳ ନିଉଜ |