ସିନ୍ଦୋଳରେ ବିଜେଡି ପକ୍ଷରୁ ବିଜୟ ଉତ୍ସବ ପାଳିତ।

448

କଟକ(ଉତ୍କଳ ନିଉଜ)୦୩/୦୩/୨୦୨୨ :ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତରେ ବିଜେଡି ୫ମ ଥର ବାଜିମାତ୍ କରିଛି । ସରପଞ୍ଚଭାବେ ସୁପ୍ରଭା ପାଣି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ମଧୁସ୍ମିତା ପୃଷ୍ଟିଙ୍କ ଠାରୁ ୩୨୮ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ ସମିତି ସଭ୍ୟଭାବେ ପୂର୍ବତନ ସମିତି ସଭ୍ୟ ନକୁଳ ଚନ୍ଦ୍ର ବାରିକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ସରୋଜ କୁମାର ରାଉତଙ୍କ ଠାରୁ ୩୪୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏହି ପଞ୍ଚାୟତରେ ବିଜେଡିକୁ ଧରାଶାୟୀ କରିବା ଲାଗି ବିକାଶ ମଞ୍ଚ ଓ କଂଗ୍ରେସ ଲାଗି ପଡିଥିଲା । ହେଲେ ଜନାଦେଶ ବିଜେଡି ସପକ୍ଷରେ ହୋଇଥିବା ନେଇ ଖୁସିର ଲହରୀ ଖେଳି ଯାଇଛି । ଏନେଇ ବୁଧବାର ପୂର୍ବାହ୍ନରେ ଲକ୍ଷ୍ମୀନାରାୟଣ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏହି ଜନପ୍ରତିନିଧିମାନେ ଘରଘର ବୁଲି ଭୋଟରମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ତଥା ପଞ୍ଚାୟତ ସଭାପତି ହରିହର ସେନାପତି, ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି, ଯୁବ ସଭାପତି ପ୍ରଦୀପ ଦାସ, ଶ୍ରୀଧର ବାରିକ, ଜଗବନ୍ଧୁ ରାଉଳ, ଗୋପବନ୍ଧୁ ସ୍ୱାଇଁ, ସୟଦ୍ କାଲା, ସେକ୍ ତମଜୁଲ୍‌, ଏସକେ ଭାଲୁ, ମନୋଜ ସାହୁ, ସନାତନ ପରିଡା, ନିମାଇଁ ମଲ୍ଲିକ, କମଳାକାନ୍ତ ବେହେରା, ବିରେନ୍ ଦାସ ପ୍ରମୁଖ ସାମିଲ ହୋଇଥିଲେ ।

ଏଠାରେ ସୂଚନା ଥାଉକି, ୨୦ ବର୍ଷ ଧରି ନିଜ ଅକ୍ତିଆର ରଖିଥିବା ପଞ୍ଚାୟତକୁ ପୁଣି ଥରେ କବଜାକୁ ଆଣିବାକୁ ବିଜେଡି ବିକାଶକୁ ପ୍ରସଙ୍ଗ କରିଥିଲା । ପଞ୍ଚାୟତରେ ରାସ୍ତାଘାଟ ଠାରୁ ଆରମ୍ଭ କରି ବିଦ୍ୟୁତକରଣ, ଆଲୋକିକରଣ, ସ୍କୁଲର ନବୀକରଣ, ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବନ୍ୟା ବାତ୍ୟା ପ୍ରପିଡୀତଙ୍କ ପାଇଁ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ଭଳି ବହୁବିଧ ଉନ୍ନୟନ ମୂଳକ କାର୍ଯ୍ୟ କରିଛି ଯ।।ହାକୁ ଆୟୁଧ କରି ଏହି ଭୋଟରଙ୍କ ମନ ଜିଣିଥିଲେ । ଏବଂ ଶେଷରେ ଏହି ନିର୍ବାଚନ ବୈତରଣୀ ପାର ହୋଇଥିବା କହିବା ସହିତ ଆଗାମି ଦିନରେ ଏପରି ବିକାଶ ମୂଳକ କାର୍ଯ୍ୟ ଜାରି ରହିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |