ମଙ୍ଗଳପୁର ପଞ୍ଚାୟତରେ ଦୁଇ ବିରୋଧିଙ୍କୁ ପଛରେ ପକାଇ ବିଜେଡି ବହୁ ଆଗରେ |

552

କଟକ(ଉତ୍କଳ ନିଉଜ) ୨୮/୦୨/୨୦୨୨ : ଦୁଇ ବିରୋଧି ଦଳକୁ ପଛରେ ପକାଇ ବିଜେଡି ବହୁ ଆଗରେ । ଏଭଳି ପରିସ୍ଥିତି ବାରି ହୋଇଛି ତୃତୀୟ ପର୍ଯ୍ୟାୟ ତଥା ଶେଷ ଗଣତି ପ୍ରକ୍ରିୟାରୁ । ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ମଙ୍ଗଳପୁର ପଞ୍ଚାୟତର ଏପରି ଭୋଟ ଗଣତିରୁ ଏହା ସ୍ପଷ୍ଟ ହୋଇଛି । ସୋମବାର ରାତ୍ର ପ୍ରାୟ ୧୦ ଘଟିକା ପର୍ଯ୍ୟନ୍ତ ୬ ରାଉଣ୍ଡରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ପୁଷ୍ପାଞ୍ଜଳୀ ଲେଙ୍କା ୧୧୧୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ସମର୍ଥିତ ପ୍ରାର୍ଥିନୀ ପୁଷ୍ପିତା ବଳ ୩୩୪ ଏବଂ କଂଗ୍ରେସ ସମର୍ଥିତ ପ୍ରାର୍ଥି ଶ୍ରଦ୍ଧାପ୍ରକାଶ ନାୟକ ୩୮୯ ଭୋଟ ପାଇଥିବା ଜଣାଯାଇଛି । ସମିତି ସଭ୍ୟା ପ୍ରାର୍ôଥନୀ ଶୁଭଦ୍ରା ଶତପଥି ୯୯୮,

ମଧୁସ୍ମିତା ନାୟକ ୩୪୬ ଓ ରମାମଣି ମଳିକ ୩୨୦ ଖଣ୍ଡ ଭୋଟ ପାଇଥିବା ସୂଚନା ମିଳିଛି । ସେହିପରି ବିଜେଡି ସମର୍ଥିତ ୱାର୍ଡ ସଭ୍ୟ ପ୍ରାର୍ଥି ୧ ନମ୍ବର ୱାର୍ଡର ସରସ୍ୱତୀ ନାୟକ, ୨ ନମ୍ବର ୱାର୍ଡର ଲକ୍ଷ୍ମୀପ୍ରିୟା ମହାଳିକ, ୩ ନମ୍ବର ୱାର୍ଡର ମନୋରମା ସେଠୀ, ୪ ନମ୍ବର ୱାର୍ଡ ରଞ୍ଜନ ଗିରି, ୬ ନମ୍ବର ୱାର୍ଡ ଚିନ୍ମୟୀ ସିଂ ଓ ୭ ନମ୍ବର ୱାର୍ଡ ସଞ୍ଜୟ ମଲ୍ଲିକ ବିଜୟୀ ହୋଇଥିବା ସୂଚନା ମିଳିଛି । ୨୦୧୭ ମସିହାରେ ନଗ ଗଠିତ ଏହି ପଞ୍ଚାୟତର ୧୩ ୱାର୍ଡ ରହିଛି । ଚଳିତ ନିର୍ବାଚନରେ ୩୫୫୮ ମତଦାନ ହୋଇଥିବା ହୋଇଛି । ତେବେ ଏହି ନିର୍ବାଚନରେ ବିଜେଡି ବାଜିବାତ କରିବ ବୋଲି ଦଳୀୟ ମହଲରୁ ସ୍ପଷ୍ଟ ହୋଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |