ଚୋରା ଦେଶୀ ମଦ ଜବତ ,୨ ଗିରଫ।

382

କଟକ(ଉତ୍କଳ ନିଉଜ) ୨୩/୦୨/୨୦୨୨ : ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ଧ୍ୟାରାଣୀ ଦାସ ଓ କର୍ମଚାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ତିହିଡ଼ି ଥାନା ଅନ୍ତର୍ଗତ ପାଳିଆ ବଜାର, ବୁଧୁପୁର, ନନ୍ଦପୁର, ତରାଶୁଣୀ ଓ ଦୋଳସାହି ଗ୍ରାମରେ ଚଢାଉ କରାଯାଇ ୩୦ ଲିଟର ଦେଶୀ ମଦ ଓ ୫ ଲିଟର ଆସ୍କା ଫର୍ଟି ମଦ ଜବତ କରା ଯାଇଛି। ଏଥିରେ ସଂପୃକ୍ତ ମୋଟ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଆସାମୀମାନେ ହେଲେ ତିହିଡ଼ି ଥାନା ଅନ୍ତର୍ଗତ ପାଳିଆ ଗ୍ରାମର ଅଭିମନ୍ୟୁ ସେଠୀ ଓ ବୁଧୁପୁର ଗ୍ରାମର ଲକ୍ଷ୍ମୀଧର ପରିଡ଼ା । ଜବତ ମଦର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢାଉରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ, କନେଷ୍ଟବଳ ପ୍ରଦୀପ କୁମାର ମଲ୍ଲିକ, ଅଜିତ କୁମାର ସିଙ୍କୁ, ଅନବାଦିତ୍ୟ ବାରିକ, ସଂଧ୍ୟାରାଣୀ ସେନାପତି ପ୍ରମୁଖ ସାମିଲ ଥିଲେ । ଏନେଇ ତିହିଡ଼ି ଅବକାରୀ ଥାନା ପକ୍ଷରୁ ୨ ଗୋଟି ମାମଲା ରୁଜ୍ଜୁ କରାଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |