ନୋଟ୍ ଦିଅ-ଭୋଟ ଦିଅ ନାରାଦେଇ ସିପିଆଇ(ଏମ)ର ପ୍ରାର୍ଥିଙ୍କ ପ୍ରଚାର |

263

କଟକ(ଉତ୍କଳ ନିଉଜ) ୧୬/୦୨/୨୦୨୨ : ଚାଲିଛି ନିର୍ବାଚନୀ ପର୍ବ । ଏହି ପର୍ବରେ କିଏ କେତେ ମଦ ମାଂସ ଓ ଅର୍ଥ ଖର୍ଚ୍ଚ କରିପାରିବ ସେଥିପାଇଁ ପ୍ରାର୍ଥି ପ୍ରାର୍ଥିଙ୍କ ମଧ୍ୟରେ ଚାଲିଛି ପ୍ରତିଦ୍ୱନ୍ଦିତା । ଏହି ପ୍ରତିଦ୍ୱନ୍ଦିତାରୁ ଭରପୁର ଫାଇଦା ଉଠାଇବାକୁ ଭୋଟର ବି ପଛଉ ନାହାଁନ୍ତି । ହେଲେ ଏକ ନିଆରା ନିର୍ବାଚନୀ ପ୍ରଚାର ଦେଖିବାକୁ ମିଳିଛି ସିପିଆଇ(ଏମ) ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ କ୍ଷେତ୍ରରେ । ନିର୍ବାଚନ ଲଢିବା ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ । ହେଲେ ଦୃଢ ମନୋବଳ ଅଛି । ଏହାକୁ ପାଥେୟ କରି ସେମାନେ ଏହି ବ୍ୟୟବହୁଳ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ମଧ୍ୟ ପଛଉ ନାହାଁନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସେମାନଙ୍କ ପାଖରେ ଅର୍ଥ ବଳ ସିନା ନାହିଁ ହେଲେ ଦୃଢ ଆତ୍ମବିଶ୍ୱାସ ରହିଛି ଭୋଟରମାନେ ହିଁ ତାଙ୍କ ଭୋଟ ଦେବା ସହ ନୋଟ ବି ଦେବେ । ଯେଉଁ ନୋଟକୁ ନେଇ ସେମାନେ ଅନ୍ୟାୟ, ଅନୀତି ଓ ଦୂର୍ନୀତି ବିରୋଧରେ ଲଢେଇ କରିବେ । ସମାଜର ପ୍ରତିଟି ଗରିବ, ଖଟିଖିଆ ଓ ମେହନତି ମଣିଷ କିପରି ନିଜର ନ୍ୟାର୍ଯ୍ୟ ହକ୍ ପାଇ ପାରିବ ସେଥିପାଇଁ ପ୍ରାର୍ଥିଦେଇ ମୈଦାନରେ ଲଢେଇ କରୁଛନ୍ତି । ସମସ୍ତ ସରକାରୀ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ କିପରି ସାମିଲ କରାଯାଇ ପାରିବ ସେନେଇ ଦଳ ପକ୍ଷରୁ ଆପ୍ରାଣ ଉଦ୍ୟମ କରାଯାଉଥିବା ଦଳର ବରିଷ୍ଠ ନେତାମାନେ ଲୋକଙ୍କୁ ନିବେଦନ କରୁଛନ୍ତି ।

ତିହିଡି ବ୍ଲକର ୪ଟି ଜୋନ ମଧ୍ୟରୁ ୭ ନମ୍ବର ଜୋନର ଜ୍ୟୋର୍ତିମୟୀ ଦାସ ଏବଂ ୮ ନମ୍ବର ଜୋନର ମମତାରାଣୀ ଜେନା ଜିଲ୍ଲା ପରିଷଦ ପ୍ରାର୍ôଥନୀଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ରାଜ୍ୟ ନେତା ସନ୍ତୋଷ ଦାସ, ଜିଲ୍ଲା ସମ୍ପାଦକ ଦିବ୍ୟସିଂ ନାୟକ, ନିରଞ୍ଜନ ପାଣି, ସୟଦ୍ ଟୁଲନ୍‌, ସୟଦ୍ କାବୁଲ୍‌. ସୟଦ୍ ମୋନା, ସୟଦ୍ ବାବୁ, ସୟଦ୍ ପପନୁ, ସୟଦ୍ ସେନସା, ଆଞ୍ଚଳିକ କମିଟିର ସମ୍ପାଦକ ଆଇନ୍‌ଜୀବି ବିଷ୍ଣୁ ଚରଣ ଦାଶ, ପ୍ରଫୁଲ କୁମାର ପାଢୀ, ଚନ୍ଦ୍ରଶେଖର ନାୟକ, ନାରାୟଣ ଦାଶ, ନିର୍ମଳ ଦଳେଇ, ଗୟାଧର ସେଠୀ, ଅର୍ଜୁନ ବଳ, ମାୟାଧର ଦାସ, କୃଷ୍ଣ ମଳିକ, ଦିଲ୍ଲିପ ନାଥ, ଶ୍ରୀଧର ଜେନା, ସତ୍ୟବ୍ରତ କୁଣ୍ଡ, ପିତାମ୍ବର ମଳିକ, ମଣ୍ଟୁ ମାଝୀ, ଜ୍ୟୋର୍ତିମୟୀ ମଲ୍ଲିକ, ଜଗନ୍ନାଥ ବେହେରା, କରୁଣାକର ସାହ. ଭାଗବତ ସେନାପତି, ରାଧୁଚରଣ ସେନାପତି, ଶଶିକାନ୍ତ ତ୍ରିପାଠୀ, ଗଜେନ୍ଦ୍ର ବେହେରା, ଅନ୍ନପୂର୍ଣ୍ଣା ଦାସ, ଶ୍ରଦ୍ଧାଞ୍ଜଳୀ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ମୁକ୍ତିକାନ୍ତ ଭଳ, ସେବତୀ ରାଉଳ, କୃପାସିନ୍ଧୁ ମହାପାତ୍ର, ଶଶିକାନ୍ତ ପଣ୍ଡା ପ୍ରମୁଖ ପ୍ରଚାର ଚଳେଇ ଆସୁଛନ୍ତି । ବୁଧବାର ସଂଧ୍ୟାରେ ତିହିଡି ପୁରୁଣାହାଟସ୍ଥିତ ସଂଖ୍ୟାଲଘୁ ବସ୍ତିରେ ଏକ ନିର୍ବାଚନୀ ସଭାର ପ୍ରାର୍ଥିଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଉଦ୍‌ବୋଧନ ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |