ଘରପୋଡି ଯାଉଥିବା ବେଳେ ନିର୍ବାଚନୀ ସଭାକୁ ନିନ୍ଦା |

1381

କଟକ(ଉତ୍କଳ ନିଉଜ) ୧୬/୦୨/୨୦୨୨ : ଆଜି ଥିଲା ଅଘିରା ପୂର୍ଣ୍ଣମୀ । ନିର୍ବାଚନ ମାହୋଲ ସାଙ୍ଗକୁ ଏହି ପୂର୍ଣ୍ଣମୀ ପାଇଁ ସମସ୍ତେ ବ୍ୟସ୍ତବହୁଳ ଥିଲେ । ଏହାରି ମଧ୍ୟରେ ଘଟିଗଲା ତିହିଡି ତହସିଲ ଅଧିନ ମହରମପୁର ପଞ୍ଚାୟତ ମହାରମପୁର ମହାବୀର ସାହିରେ ଏକ ଅଭାବନୀୟ ହୃଦୟ ବିଦାରକ ଘଟଣା । ମଧ୍ୟାହ୍ନରେ ହଠାତ୍ ଲାଗି ଯାଇଥିଲା ନିଆଁ । ନିଆଁର ଆଁ ଭିତରେ ଜଳୁଥିଲା ରବିନ୍ଦ୍ର ଦାସ, ଅଶୋକ ଦାସ, ଗୌରହରି ଦାସ, ସୂର୍ଯ୍ୟମଣି ଦାସ, ଧିରେନ୍ଦ୍ର ଦାସ ଓ ଦେବେନ୍ଦ୍ର ଦାସଙ୍କର ୮ ବଖରା ବାସଗୃହ । ଜୀବନ ବିକଳରେ ଘରେ ଥିବା ଲୋକେ ପଦାକୁ ବାହାରି ଆସି ଡାକହୁଡି ପକେଇଥିଲେ । ଗାଁ ଲୋକେ ଦୌଡି ଆସି ପାଣି ଢାଳି ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲେ । ଏତିକି ବେଳେ ପୂର୍ବ ନିର୍ଦ୍ଧାରତି କାର୍ଯ୍ୟସୂଚୀ ଅନୁଯାଇ ଏହି ଗାଁରେ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଥିଲା । ଲୋକେ ନିଆଁ ଲିଭାଉଥିବା ବେଳେ ବାସୁଦେବପୁର ବିଧାୟକ ପହଁଞ୍ôଚ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ମାଇକ୍‌ରେ ପ୍ରଚାର ଚାଲୁଥିବା ବେଳେ ଘରପୋଡି ଡାକହୁଡି କାହାକୁ ଶୁଭା ଯାଇନଥିଲା । ଫଳରେ ନିଆଁ ଲିଭାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । କେତେକ ବ୍ୟକ୍ତି ସଭା ସ୍ଥଳକୁ ଆସି ବନ୍ଦ କରିବା ପାଇଁ କହିଥିଲେ ଯାହାକୁ ନେଇ ଉତ୍ତେଜନ ମୂଳକ ପରିସ୍ଥିତି ଉପୁଜିଥିଲା । ପରିସ୍ଥିତି ବିଗିଡିବାରୁ ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ଗଣ୍ଡଗୋଳକୁ ଆୟତ୍ତ କରିଥିଲା । ତେବେ ବିଧାୟକଙ୍କ ଏତାଦୃଶ କାର୍ଯ୍ୟକୁ ଅଜୟ ବେହେରା, ବିଷ୍ଣୁ କୁଅଁର, ତାପସ ବେହେରା, ରତିକାନ୍ତ ମହାଳିକ, ଚିତ୍ତରଞ୍ଜନ ଧଳ, ଜ୍ୟୋତିପ୍ରକାଶ ଧ. କାଳନ୍ଦି ବେହେରା, ରମାକାନ୍ତ ରାଉତ, ରବିନ୍ଦ୍ର ରାଉତ ଓ ଶଶାଙ୍କ ରାଉଳ ପ୍ରମୁଖ ବିରୋଧି ବିଜେପି, କଂଗ୍ରେସ ସମେତ ଅସନ୍ତୁଷ୍ଟ ବିଜେଡି ଗୋଷ୍ଠି ଘୋର ନିନ୍ଦା କରିଛନ୍ତି । ସଭା ସରିବା ପରେ ପୋଲିସ ଉପସ୍ଥିତିରେ ବିଧାୟକ ଅଗ୍ନି ବିପନ୍ନ ପରିବାର ଲୋକଙ୍କ ଭେଟି ସମବେଦନା ଜ୍ଞାପନ କରିବା ସହିତ ଗାଇଡ୍ ଲାଇନ୍ ମୁତାବକ ସେମାନଙ୍କୁ ତୁରନ୍ତ ସମସ୍ତ ପ୍ରକାରର ସରକାରୀ ସୁବିଧା ଯୋଗାଇ ଦେବାଲାଗି ଆଶ୍ୱାସନା ଦେଇଥିଲେ । ସେହିପରି ସ୍ୱାଧିନ ସରପଞ୍ଚ ପ୍ରାର୍ôଥ ତାପସ ବେହେରା ଓ ବିଜେପି ନେତା ବୁଦ୍ଧଦେବ ଜେନା ଅଗ୍ନିବିପନ୍ନଙ୍କୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ପଲିଥିନ୍‌, ଶୁଖିଲା ଖାଦ୍ୟ, ପୋଷାକ ଆଦି ପ୍ରଦାନ କରିଥିଲେ । ତେବେ ଏହି ଅଘଟଣ ସମୟରେ ନିର୍ବାଚନୀ ସଭା ଏବେ ରାଜନୈତିକ ମୁଦ୍ଦା ପାଲଟିଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଦ୍ୱାରା ମାରାଥନ୍ ପ୍ରଚାର ହୋଇଯାଇଛି ।

ବୁଧବାର ଏହି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ମୁକୁନ୍ଦପୁର, ମହରମପୁର, ସୟା ଓ ଭାଟପଡାରେ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁମତି ସେଠୀଙ୍କ ସମେତ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥିଙ୍କ ପାଇଁ ପ୍ରଚାରରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଏବଂ ନିଜ ନିର୍ବାଚନ ମଣ୍ଡଳୀର ପଞ୍ଚାୟତଗୁଡିକରେ ଅଗ୍ରଗତି କରୁଥିବା ବିକାଶ ଧାରାକୁ ଆହୁରି ଅଧିକ ତ୍ୱରାନ୍ୱିତ କରିବାକୁ ଦଳୀୟ ସମର୍ଥିତ ପ୍ରାର୍ଥିଙ୍କ ସପକ୍ଷରେ ଭୋଟ ଦେବାକୁ ସେ ନିବେଦନ କରିଥିଲେ । ପୂର୍ବାହ୍ନରେ ନିଜ ପଞ୍ଚାୟତ ମୁକୁନ୍ଦପୁର ପଞ୍ଚାୟତକୁ ପ୍ରଚାରରେ ଯାଇଥିଲେ । ଗାଁ ମୁଣ୍ଡରେ ଶହଶହ ମହିଳା ଓ ପୁରୁଷ ତାଙ୍କୁ ପାଛୋଟି ନେଇଥିଲେ । କାଳିମେଘା ପଡିଆରୁ ପଦଯାତ୍ରା କରି ମୁକୁନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଥିଲେ । ଦଳୀୟ ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ମମତା ମହାଳିକ ଓ ସମିତି ସଭ୍ୟ ପ୍ରାର୍ଥି ବିଜୟ ମହାଳିକଙ୍କ ସପକ୍ଷରେ ପ୍ରଚାର କରିଥିଲେ । ପୂର୍ବତନ ସରପଞ୍ଚ ବସନ୍ତ କୁମାର ପତିଙ୍କ ପୌରୋହିତ୍ୟରେ ସରପଞ୍ଚ କିର୍ତ୍ତନ ରାଉତ, ପଞ୍ଚାୟତ ସଭାପତି ଗଣେଶ ନାୟକ, ହିମାଦ୍ରୀ ରାଉତରାୟ, ଧର୍ମପଦ ଗ୍ରହାଚାର୍ଯ୍ୟ, ବାପୁଜୀ ନାୟକ, ବ୍ଲକ ସଭାପତି ରଘୁନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନିଳମଣି ରାଉତରାୟ ଓ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ଉଦ୍ୟମରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଏବଂ ସେ ବିଧାୟକ ହେବା ପରେ ଗମନାଗମନର ସୁବିଧା ସହିତ କୃଷି, ଆଲୋକିକରଣ, ଶ୍ମଶାନ ଘାଟ, ଆଦର୍ଶ ପୋଖରୀ, ପଞ୍ଚାୟତ ଗୃହ ନବୀକରଣ, ମେଗା ପାନୀୟ ଜଳ ପ୍ରକଳ୍ପରେ ଏହି ପଞ୍ଚାୟତକୁ ସାମିଲ କରିବା ଆଦି ବହୁ ପ୍ରକଳ୍ପ କାର୍ଯ୍ୟକାରୀ କରିଥିବା କହିଥିଲେ । ସେହିପରି ମଧ୍ୟାହ୍ନରେ ମହରମାପୁର ପଞ୍ଚାୟତରେ ବିଷ୍ଣବ୍ରତ ରାଉତରାୟ ପ୍ରଚାର କରିଥିଲେ । ଦଳୀୟ ସମର୍ଥି ସରପଞ୍ଚ ପ୍ରାର୍ଥି ଗୌରୀଶଙ୍କର ବେହେରା ଓ ସମିତି ସଭ୍ୟ ପ୍ରାର୍ଥି ଧର୍ମାନନ୍ଦ ବେହେରାଙ୍କୁ ବିଜୟୀ କରିବା ଲାଗି ଆୟୋଜିତ ସଭାରେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ପଞ୍ଚାୟତ ସଭାପତି ଶରତ ରାଉତ, ପ୍ରଦୀପ ନାୟକ, ତ୍ରିଲୋଚନ ମଳିକ, ବିଜୟ ମଳିକ, ପ୍ରଦୀପ ଜେନା, ଉମାକାନ୍ତ ସେଠୀ ପ୍ରମୁଖ ଶତାଧିକ କର୍ମୀ ଏଥିରେ ସାମିଲ ହୋଇଥିଲେ । ଅପରାହ୍ନରେ ସୟା ପଞ୍ଚାୟତରେ ଏକ ବିଶାଳ ଶୋଭାଯାତ୍ରା ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ ଅକ୍ଷୟ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ସରପଞ୍ଚ ପ୍ରାର୍ଥିନୀ ତୁଳସୀଲତା ନାୟକ, ସମିତି ସଭ୍ୟା ପ୍ରାର୍ଥି ସୁଶ୍ରୀ ସଂଗୀତା ନାୟକ, ବରିଷ୍ଠ ନେତା ସୁରେନ୍ଦ୍ର ପ୍ରସାଦ ନାୟକ, ଗୋକୁଳାନନ୍ଦ ମଳିକ, ପଞ୍ଚାୟତ ସଭାପତି ଲଳିତ ମୋହନ ନାୟକ, ଲକ୍ଷ୍ମୀକାନ୍ତ ମଳ