ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ମାରାଥନ୍ ପ୍ରଚାର |

359

କଟକ(ଉତ୍କଳ ନିଉଜ) ୧୬/୦୨/୨୦୨୨ : ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଦ୍ୱାରା ମାରାଥନ୍ ପ୍ରଚାର ହୋଇଯାଇଛି । ବୁଧବାର ଏହି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ମୁକୁନ୍ଦପୁର, ମହରମପୁର, ସୟା ଓ ଭାଟପଡାରେ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁମତି ସେଠୀଙ୍କ ସମେତ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥିଙ୍କ ପାଇଁ ପ୍ରଚାରରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଏବଂ ନିଜ ନିର୍ବାଚନ ମଣ୍ଡଳୀର ପଞ୍ଚାୟତଗୁଡିକରେ ଅଗ୍ରଗତି କରୁଥିବା ବିକାଶ ଧାରାକୁ ଆହୁରି ଅଧିକ ତ୍ୱରାନ୍ୱିତ କରିବାକୁ ଦଳୀୟ ସମର୍ଥିତ ପ୍ରାର୍ଥିଙ୍କ ସପକ୍ଷରେ ଭୋଟ ଦେବାକୁ ସେ ନିବେଦନ କରିଥିଲେ । ପୂର୍ବାହ୍ନରେ ନିଜ ପଞ୍ଚାୟତ ମୁକୁନ୍ଦପୁର ପଞ୍ଚାୟତକୁ ପ୍ରଚାରରେ ଯାଇଥିଲେ । ଗାଁ ମୁଣ୍ଡରେ ଶହଶହ ମହିଳା ଓ ପୁରୁଷ ତାଙ୍କୁ ପାଛୋଟି ନେଇଥିଲେ । କାଳିମେଘା ପଡିଆରୁ ପଦଯାତ୍ରା କରି ମୁକୁନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଥିଲେ ।

ଦଳୀୟ ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ମମତା ମହାଳିକ ଓ ସମିତି ସଭ୍ୟ ପ୍ରାର୍ଥି ବିଜୟ ମହାଳିକଙ୍କ ସପକ୍ଷରେ ପ୍ରଚାର କରିଥିଲେ । ପୂର୍ବତନ ସରପଞ୍ଚ ବସନ୍ତ କୁମାର ପତିଙ୍କ ପୌରୋହିତ୍ୟରେ ସରପଞ୍ଚ କିର୍ତ୍ତନ ରାଉତ, ପଞ୍ଚାୟତ ସଭାପତି ଗଣେଶ ନାୟକ, ହିମାଦ୍ରୀ ରାଉତରାୟ, ଧର୍ମପଦ ଗ୍ରହାଚାର୍ଯ୍ୟ, ବାପୁଜୀ ନାୟକ, ବ୍ଲକ ସଭାପତି ରଘୁନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନିଳମଣି ରାଉତରାୟ ଓ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ଉଦ୍ୟମରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଏବଂ ସେ ବିଧାୟକ ହେବା ପରେ ଗମନାଗମନର ସୁବିଧା ସହିତ କୃଷି, ଆଲୋକିକରଣ, ଶ୍ମଶାନ ଘାଟ, ଆଦର୍ଶ ପୋଖରୀ, ପଞ୍ଚାୟତ ଗୃହ ନବୀକରଣ, ମେଗା ପାନୀୟ ଜଳ ପ୍ରକଳ୍ପରେ ଏହି ପଞ୍ଚାୟତକୁ ସାମିଲ କରିବା ଆଦି ବହୁ ପ୍ରକଳ୍ପ କାର୍ଯ୍ୟକାରୀ କରିଥିବା କହିଥିଲେ । ସେହିପରି ମଧ୍ୟାହ୍ନରେ ମହରମାପୁର ପଞ୍ଚାୟତରେ ବିଷ୍ଣବ୍ରତ ରାଉତରାୟ ପ୍ରଚାର କରିଥିଲେ ।

ଦଳୀୟ ସମର୍ଥି ସରପଞ୍ଚ ପ୍ରାର୍ଥି ଗୌରୀଶଙ୍କର ବେହେରା ଓ ସମିତି ସଭ୍ୟ ପ୍ରାର୍ଥି ଧର୍ମାନନ୍ଦ ବେହେରାଙ୍କୁ ବିଜୟୀ କରିବା ଲାଗି ଆୟୋଜିତ ସଭାରେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ପଞ୍ଚାୟତ ସଭାପତି ଶରତ ରାଉତ, ପ୍ରଦୀପ ନାୟକ, ତ୍ରିଲୋଚନ ମଳିକ, ବିଜୟ ମଳିକ, ପ୍ରଦୀପ ଜେନା, ଉମାକାନ୍ତ ସେଠୀ ପ୍ରମୁଖ ଶତାଧିକ କର୍ମୀ ଏଥିରେ ସାମିଲ ହୋଇଥିଲେ । ଅପରାହ୍ନରେ ସୟା ପଞ୍ଚାୟତରେ ଏକ ବିଶାଳ ଶୋଭାଯାତ୍ରା ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ ଅକ୍ଷୟ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ସରପଞ୍ଚ ପ୍ରାର୍ଥିନୀ ତୁଳସୀଲତା ନାୟକ, ସମିତି ସଭ୍ୟା ପ୍ରାର୍ଥି ସୁଶ୍ରୀ ସଂଗୀତା ନାୟକ, ବରିଷ୍ଠ ନେତା ସୁରେନ୍ଦ୍ର ପ୍ରସାଦ ନାୟକ, ଗୋକୁଳାନନ୍ଦ ମଳିକ, ପଞ୍ଚାୟତ ସଭାପତି ଲଳିତ ମୋହନ ନାୟକ, ଲକ୍ଷ୍ମୀକାନ୍ତ ମଳିକ, ମଣିଭଦ୍ର ବିଶ୍ୱାଳ, ଜୟପ୍ରକାଶ ପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ବିଗତ ୫ ବର୍ଷରେ ବିରୋଧି ସରପଞ୍ଚ ପଦ ହାତେଇଥିଲେ । ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ନକରି ମିଥ୍ୟା ବିଲ୍ କରିଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । ଏପରି ଦଳ ବିରୋଧରେ ଚଳିତ ନିର୍ବାଚନରେ ଲୋକେ ଉଚିତ ଜବାବ ଦେବେ ବୋଲି ସଭାରେ ମତପ୍ରକାଶ ପାଇଥିଲା । ଅଶୋକ ବିଶ୍ୱାଳ, ବିଶ୍ୱନାଥ ପୃଷ୍ଟି, ବୈଲୋଚନ ମଳିକ, ବିଜୟ ପଣ୍ଡା, ବିଦୁର ନାୟକ, ଚିନ୍ତାମଣି ଦାସ, ଗୋପାଳ ମଳିକ, ଦୁଷ୍ମନ୍ତ ମଳିକ, ଅନିତାରାଣି ମଳିକ, ମନୋରମା ନାୟକ, ଜୟନ୍ତୀ ନାୟକ, ଲକ୍ଷ୍ମୀପ୍ରିୟା ସେଠୀ, ପ୍ରଭାତୀ ପାତ୍ର, ରତ୍ନାବତୀ ମଳିକ, ସରୋଜିନୀ ବଳ, ମନୋରମା ବିଶ୍ୱାଳ ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । ସଂଧ୍ୟାରେ ଭାଟପଡା ପଞ୍ଚାୟତ ଅଧିନ ବଉଳପାଳରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା ।

ବିଧାୟକଙ୍କ ସମେତ ସରପଞ୍ଚ ପ୍ରାର୍ଥି ସୁନିଲ ସେଠୀ, ସମିତି ସଭ୍ୟ ପ୍ରାର୍ଥି ସବିତା ଜେନା, ଦୁର୍ଗଦତ୍ତ ରାଉତରାୟ, ସମିତି ସଭ୍ୟ ସଂଗ୍ରାମ ଦାସ, ବରିଷ୍ଠ ନେତା ଭଗବାନ ପାଢୀ, ବାପୁଜୀ ନାୟକ, ରଘୁନାଥ ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ ଏହା ନିର୍ବାଚନ ନୁହେଁ ବରଂ ଗୁଣ୍ଡାରାଜ ବିରୋଧରେ ଲଢେଇ ବୋଲି କହିଥିଲେ । ଦେବୀବ୍ରତ ପତି, ସୟଦ୍ ଇବ୍ରାହିମ, ଶିବପ୍ରସାଦ କର, ରତ୍ନାକାର ଦାସ, ଲକ୍ଷ୍ମଣ ପରିଡା, କୈଳାସ ବେହେରା, ବନମାଳି ପାଢୀ, ନରେନ୍ଦ୍ର ବାରିକ, ଆଦିତ୍ୟ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |