ସାହାପୁରରେ ଦୁଇ ଯୁବତୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢେଇ, ହେଟ୍ରିକ୍ ଲକ୍ଷ୍ୟରେ ବିଜେଡି, ବାଟ ଓଗାଳିବାକୁ ବିଜେପି ତୟାର ।

397

କଟକ(ଉତ୍କଳ ନିଉଜ )୧୪/୦୨/୨୦୨୨ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକର ଉପାନ୍ତ ଅଞ୍ଚଳଭାବେ ପରିଚିତ ଏହି ସାହାପୁର ପଞ୍ଚାୟତ ରାଜନୀତି ବେଶ ସରଗରମ ହୋଇଛି । ଏହି ପଞ୍ଚାୟତରେ ବିଜେଡି ଓ ବିଜେପି ମଧ୍ୟରେ ଚିରାଚରିତ ଢଙ୍ଗରେ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଛି । ସବୁଠୁ ବଡ କଥା ହେଲା ସରପଞ୍ଚ ପ୍ରାର୍ଥିଭାବେ ଉଭୟ ଦଳରୁ ଦୁଇ ଜଣ ଯୁବତୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଏହି ପଞ୍ଚାୟତକୁ ଗତ ଦୁଇପାଳି ଧରି ବିଜେଡି ଅକ୍ତିଆର କରିଥିବା ବେଳେ ଚଳିତ ନିର୍ବାଚନରେ ପୁଣି ନିଜ କବଜାକୁ ନେଇ ହେଟ୍ରିକ୍ କରିବା ଲକ୍ଷ୍ୟରେ ରହିଛି । ଅନ୍ୟପଟେ ବିଜେପି ସ୍ୱତନ୍ତ୍ର ରଣ କୌଶଳ ପ୍ରୟୋଗ କରି ବାଟ ଉଗାଳିବାକୁ ପୁରାପୁରି ପ୍ରସ୍ତୁତ ହୋଇଛି । ଗତ ୨୦୦୨ ମସିହାରେ ପଡୋଶୀ ୩ ପଞ୍ଚାୟତରୁ କେତେକ ରାଜସ୍ୱ ଗ୍ରାମକୁ ନେଇ ଗଠିତ ହୋଇଛି ସାହାପୁର ପଞ୍ଚାୟତ । ନଦୀ ନାଳଭରା ଏହି ଉପାନ୍ତ ଅଞ୍ଚଳରେ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ ଭଳି ମୌଳିକ ଆବଶ୍ୟକତାରୁ ଲୋକେ ବଞ୍ôଚତ ହେଉଥିଲେ । ପଞ୍ଚାୟତ ଗଠନ ହେବାପରେ ଧିରେଧିରେ ଏହାର ରୂପରେଖ ବଦଳିବା ସହିତ ଗତ ୫ ବର୍ଷ ବିଜେଡି କ୍ଷମତା ହାତେଇବା ପରେ ପଞ୍ଚାୟତର ବହୁବିଧ ଉନ୍ନତି ହୋଇଛି ।

ଗତ ନିର୍ବାଚନରେ ୫ ଶହରୁ ଉର୍ଦ୍ଧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ଚଳିତ ନିର୍ବାଚନରେ ଆଶାନୁରୂପ ସଫଳତା ମିଳିବ ବୋଲି ସରପଞ୍ଚ ବଳଭଦ୍ର ମାଠ ପ୍ରତିକ୍ରିୟା ରଖିଛନ୍ତି । ପଞ୍ଚାୟତରେ ଗମନାଗମନ ସହିତ ପାନୀୟ ଜଳ ଯୋଗାଣ, କୃଷିର ଉନ୍ନତି ପାଇଁ ନାଳ ଓ କେନାଲର ଖନନ, ବିଦ୍ୟୁତ କରଣ ଆଦି ବିକାଶ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଧାୟକ ଡ. ବ୍ୟୋମକେଶ ରାୟଙ୍କ ଉଦ୍ୟମରେ ବୃହତ୍ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ ହେବାକୁ ଯାଉଛି । ତେବେ ବିକାଶର ଏପିର ନାରାଦେଇ ଚଳିତ ନିର୍ବାଚନ ବୈତରଣୀ ପାର ହେବାକୁ ସେ ଆଶାବାଦି ଅଛନ୍ତି । ଦୂର୍ନୀତି ମୁକ୍ତ ସଶକ୍ତ ଓ ସମୃଦ୍ଧ ପଞ୍ଚୟତ ଗଠନ କରିବା ଲକ୍ଷ୍ୟରେ କ୍ରିଷ୍ଣାରାଣୀ ବେହେରା ଓ କରୁଣାକର ମଳିକଙ୍କୁ ସରପଞ୍ଚ ଓ ସମିତି ପ୍ରାର୍ଥିଭାବେ ଦଳ ସମର୍ଥନ ଦେଇଛି । ସରପଞ୍ଚ ବଳଭଦ୍ର ମାଠଙ୍କ ନେତୃତ୍ୱରେ ମୁରଲୀଧର ବିଶ୍ୱାଳ, ଘନଶ୍ୟାମ ବେହେରା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଧନେଶ୍ୱର ବଳ, ରବିନାରାୟଣ ମାଠ, ସୁଧାଂଶୁ ଡାଙ୍ଗୁଆ, ସଂଧ୍ୟାରାଣୀ ପ୍ରଧାନ, ଜାନକୀଲତା ସାହୁ, ନରେନ୍ଦ୍ର ଧଳ, ପ୍ରଶାନ୍ତ ବିଶ୍ୱାଳ, ରବି ମିଶ୍ର, ଅକ୍ଷୟ ବଳ ଓ ରାଜା ବଳ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି । ସେହିପରି ଏହି ପଞ୍ଚାୟତରେ ବ୍ୟାପକ ଦୂର୍ନୀତି ହୋଇଥିବା ପ୍ରସଙ୍ଗକୁ ମୁଦ୍ଦା କରି ବିଜେଡିର ବିଜୟରେ ରୋକ ଲଗାଇବା ବୋଲି ବିଜେପି ରଣନୀତି ପ୍ରସ୍ତୁତ କରିଛି । ପଞ୍ଚାୟତରରୁ ଆବାସ, ମୋବଗିଚା ଓ ପାଇଖାନା ଯୋଜନାରେ ଦୂର୍ନୀତି ହେଉଥିବା ବିଜେପି ଆରୋପ କରିଛି । ସେମାନେ କ୍ଷମତାକୁ ଆସିଲେ ହାତଗୁଞ୍ଜା, ମିଥ୍ୟା ବିଲ୍ ବନ୍ଦ କରିବା ସହିତ ରେସନ କାର୍ଡରେ ଅଯୋଗ୍ୟକୁ ବାଦ୍ ଦେବା, ଦଳୀୟ ଭିତ୍ତିରେ କୌଣସି ଯୋଜନା କାର୍ଯ୍ୟକାରୀ ନକରି ସମସ୍ତଙ୍କ ପାଇଁ ଗମନାଗମନ, ପାନୀୟ ଜଳ ଯୋଗାଣ, ହିତାଧିକାରୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରତି ଗାଁରେ ଅଭିଯୋଗ ବାକ୍ସ ବସାଇବା, ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏବଂ ସମସ୍ତ ସରକାରୀ ଯୋଜନାର ସଠିକ ବିନିଯୋଗ କରି ଏକ ସରସ ସୁନ୍ଦର ପଞ୍ଚାୟତ ଗଢି ତୋଳିବାର ଲକ୍ଷ୍ୟ ରଖିଛି ।

ଦଳ ପକ୍ଷରୁ ଜଣେ ଉଚ୍ଚ ଶିକ୍ଷିତା ଯୁବତୀ ସରପଞ୍ଚ ପ୍ରାର୍ଥିନୀ ଗାୟତ୍ରୀ ଦାସ ଓ ସମିତି ସଭ୍ୟା ପ୍ରାର୍ଥି ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ଦଳ ସମର୍ଥନ ଦେଇଛି । ସୁବୋଧ କୁମାର ବଳଙ୍କ ନେତୃତ୍ୱରେ ପ୍ରଦୀପ ନାୟକ, ଦିବ୍ୟସିଂହ ବଳ, ରମାକାନ୍ତ ବାରିକ, ଚକ୍ରଧର ମହାକୁଡ, ଉଦୟ ମହାକୁଡ, ହେମନ୍ତ ବେହେରା, ଅଭୟ ବେହେରା, ଦଶରଥ ମହାକୁଡ ଓ ବିଷ୍ଣୁମୋହନ ବାରିକ, କରୁଣାକର ଦାସ, ଜୟନ୍ତ ନାୟକ, ଧନେଶ୍ୱର ରାଉତ, ବାବୁ ବିଶ୍ୱାଳ, ବାପି ମାଝୀ, ରତିକାନ୍ତ ବିଶ୍ୱାଳ, ତାପସ ବେହେରା, ମାନସ ବିଶ୍ୱାଳ, ମନୋଜ ନାୟକ, ମନୋଜ ବେହେରା, ସତ୍ୟରଞ୍ଜନ ପାଢୀ ପ୍ରମୁଖ ପ୍ରଚାରରେ ସହଯୋଗ କରୁଥିବା ଜଣାଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |