ପୁଅକୁ ହତ୍ୟା ପରେ ଘର ବାରିପଟେ ପୋତିଦେଲା ବାପା

179

ପୁଅକୁ ହତ୍ୟା କରି ବାଡିରେ ପୋତିଦେଲା ବାପା । ଏଭଳି କାଣ୍ଡ ଘଟିଛି କଟକ ଜିଲ୍ଲା ଗରୁଡିଝାଟିଆ ଥାନା ଅଂଚଳର ଗୋବରା ଗାଁରେ । ହତ୍ୟାକାଣ୍ଡର ୭ ଦିନ ପରେ ମୃତଦେହକୁ ଜବତ କଲା ପୁଲିସ । ମୃତକ ହେଲେ କୁନା ଦେହୁରୀ । ଅଭିଯୁକ୍ତ ବାପା ନରେନ୍ଦ୍ର ଦେହୁରୀକୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚରା କରୁଛି । ପୁଅକୁ ହତ୍ୟା ପରେ ଘର ପଛପଟ ବାରିରେ ପୋତି ଦେଇଥିଲା । କୌଣସି ସୁତ୍ରରୁ ହତ୍ୟାକାଣ୍ଡର ଖବର ପାଇ ଗରୁଡିଝାଟିଆ ଥାନା ପୁଲିସ ଗୋବରା ଗାଁରେ ପହଂଚି ନରେନ୍ଦ୍ର ଘର ବାଡିରୁ ପୁଅର ମୃତଦେହ ଜବତ କରିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଆଜି ପୁଲିସ୍ ମୃତ କୁନିଆର ଶବ ବ୍ୟବଚ୍ଛେଦ କରିବ ଏବଂ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିବ। ଅପରପକ୍ଷରେ ଆଜି ଅଭିଯୁକ୍ତ ନରେନ୍ଦ୍ର ଦେହୁରୀଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି । କଟକରୁ ଗୁରୁଦତ୍ତ ମହାନ୍ତିଙ୍କ ରିପୋର୍ଟ ଉତ୍କଳ ନିଉଜ଼ |