ରାଜନଗରରେ କଂଗ୍ରେସର ମାରାଥନ୍ ପ୍ରଚାର,ଦୂର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରସଙ୍ଗ କରି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥି |

276

କଟକ(ଉତ୍କଳ ନିଉଜ )୦୭/୦୨/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ରାଜନଗର ପଞ୍ଚାୟତରେ କଂଗ୍ରେସର ମାରାଥନ୍ ପ୍ରଚାର ଆରମ୍ଭ କରିଛି । ଗତ ଦୁଇ ପାଳି ଧରି ଶାସକ ଦଳ ବିଜେଡି ଏହି ପଞ୍ଚାୟତକୁ ନିଜ ଅକ୍ତିଆରରେ ରଖିଛି । ଏହି ୧୦ ବର୍ଷ ମଧ୍ୟରେ ପଞ୍ଚାୟତରେ ସେମିତି କିଛି ଉନ୍ନୟନ କାର୍ଯ୍ୟ ହୋଇନଥିବା ବେଳେ ଦଳୀୟ ଭିତ୍ତିରେ ବିଭିନ୍ନ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବା ଆରୋପ କରିଛି କଂଗ୍ରେସ । ରେସନ କାର୍ଡ ଠାରୁ ଆରମ୍ଭ କରି ଆବାସ ପର୍ଯ୍ୟନ୍ତ ସବୁଥିରେ ଦୂର୍ନୀତି ହୋଇଥିବା ଘଟଣାକୁ ସେମାନେ ଲୋକଙ୍କ ନିକଟରେ ପ୍ରସଙ୍ଗ କରିଛନ୍ତି । ଆଉ ଅନ୍ୟାୟ ଅନୀତିକୁ ପ୍ରସୟ ନଦେଇ ପରିବର୍ତ୍ତନର ନାରା ଦେଇଛନ୍ତି ପ୍ରାର୍ଥି ଓ ସମର୍ଥକ । ପଞ୍ଚାୟତକୁ ଦୂର୍ନୀତିମୁକ୍ତ କରିବା ସହ ସମସ୍ତ ସରକାରୀ ଯୋଜନାର ସଠିକ୍ ରୂପାୟନ କରିବା, ପ୍ରକୃତ ହିତାଧିକାରୀଙ୍କୁ ଅଗ୍ରାଧିକାର ଦେବା ଓ ଏକ ଆଦର୍ଶ ପଞ୍ଚାୟତ ଗଠନ କରିବା ସେମାନଙ୍କର ମୂଳ ଲକ୍ଷ୍ୟ ବୋଲି ମୁଦ୍ଦାକରି ଭୋଟ ପାଇଁ ନିବେଦନ କରିଛନ୍ତି । ଆଜି ଖଡିଜାଣ ଗାଁରେ ସରପଞ୍ଚ ପ୍ରାର୍ଥିନୀ ଶାନ୍ତିଲତା ସ୍ୱାଇଁ ଓ ସମିତି ସଭ୍ୟ ପ୍ରାର୍ଥି ରବିନ୍ଦ୍ର ମାହୁନ୍ତ ପ୍ରଚାର ସମୟରେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ସହିତ ସାମିଲ ହୋଇଥିଲେ । ସରକାରୀ ଯୋଜନାରୁ ବାଦ୍ ପଡିଥିବା ହିତାଧିକାରୀମାନେ ବିଭିନ୍ନ ସମୟରେ ସରକାରୀ ଦପ୍ତରରେ ଆବେଦନ କରିବା ସହିତ ନେତା ଓ ଛାମୁଆଙ୍କୁ ଗୁହାରୀ ମଧ୍ୟ କରିଛନ୍ତି ଏପରିକି ହାତ ଖର୍ଚ୍ଚ ଦେଇଥିଲେ ମଧ୍ୟ ଆବାସ ଯୋଜନାରେ ଭାଗିଦାର ହୋଇପାରିନଥିବା କ୍ଷୋଭର ସହ ପ୍ରାର୍ଥିଙ୍କୁ କହୁଛନ୍ତି । ଆଜିବି ବହୁ ହିତାଧିକାରୀ ଅବହେଳିତ ଅବସ୍ଥାରେ ଚାଳ ଝୁମ୍ପୁଡି ଘରେ ଜୀବନ ବିତାଉଛନ୍ତି । ରାସ୍ତାଘାଟ ଅବସ୍ଥା

ବେହାଲ ହୋଇଥିବା ବେଳେ ପାନୀୟ ଜଳ ଯୋଗାଣ ମଧ୍ୟ ନକହିବା ଭଲ ବୋଲି ସେମାନେ ଅଭିଯୋଗ ରଖିଥିଲେ । ତେବେ କଂଗ୍ରେସ ସମର୍ଥିତ ପ୍ରାର୍ଥିମାନେ କ୍ଷମତାକୁ ଆସିଲେ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ବରିଷ୍ଠ ନେତା ସୁଦର୍ଶନ ସ୍ୱାଇଁ ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ବିଶ୍ୱାଳ, ବଟକୃଷ୍ଣ ନାୟକ, ସତ୍ୟବ୍ରତ ନାୟକ, ଚୈତନ୍ୟ ସେଠୀ, ଶଶିକାନ୍ତ ନାୟକ, ଅନୁ ଦାସ, ସଦାନନ୍ଦ ବାରିକ, ରମାକାନ୍ତ ବେହେରା, ଅର୍ଜୁନ ଦାସ, ରମେଶ ବାରିକ, ମଞ୍ଜୁଲତା ବିଶ୍ୱାଳ, ରଶ୍ମି ନାୟକ, ହେମନ୍ତ ସାହୁ, ସୁବାଶ ପ୍ରଧାନ, ଚଗଲା ଦାସ, ନବକୃଷ୍ଣ ବିଶ୍ୱାଳ, ରମେଶ ବାରିକ ଓ ଗୋପବନ୍ଧୁ ପରିଡା ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |