ବାରୋରେ ବିକାଶ ମଞ୍ଚ ସହ ବିଜେଡିର ଦୁଇଗୋଷ୍ଠିର ଘମାଘୋଟ ଲଢେଇ |

204

କଟକ(ଉତ୍କଳ ନିଉଜ )୦୬/୦୨/୨୦୨୨ : ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଳକ ଅଧିନ ବାରୋ ପଞ୍ଚାୟତରେ ବାରୋରେ ବିକାଶ ମଞ୍ଚ ସହ ବିଜେଡିର ଦୁଇଗୋଷ୍ଠିର ଘମାଘୋଟ ଲଢେଇ ଚାଲିଛି । ଏହି ପଞ୍ଚାୟତରେ ମୋଟ୍ ୬ ଜଣ ପ୍ରାର୍ଥି ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ବିଜେଡିର ଦୁଇଗୋଷ୍ଠି ଓ ବିକାଶ ମଞ୍ଚ ପ୍ରାର୍ଥିଙ୍କ ମଧ୍ୟରେ ଲଢେଇ ଜୋରଦାର ହେବା ଦେଖାଦେଇଛି । ଏହି ତିନି ଜଣ ପ୍ରାର୍ଥି ନିଜର କଳବଳ, କୌଶଳ ଓ ସାମର୍ଥ୍ୟ ବିନିଯୋଗ କରି ବୈତରଣୀ ପାର୍ ହେବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । କିଏ ହାଇପ୍ରୋଫାଇଲ୍ ପ୍ରଚାରକୁ ଗୁରୁତ୍ୱ ଦେଉଛି ତ ଆଉ କିଏ ଘରଘର ବୁଲି ପ୍ରଚାର ଜାରି ରଖିଛି । ସମସ୍ତେ ଭୋଟରଙ୍କୁ ନିଜର କରିବା ପାଇଁ ଦିନରାତି ଏକ କରି ନେଇଛନ୍ତି । ନିଜ ନିଜର ସହଯୋଗି ଓ ସମର୍ଥକଙ୍କୁ ଧରି ସକାଳୁ ସଂଧ୍ୟା ଯାଏଁ ଚାଲିଛି କ୍ୟାମ୍ପନିଂ । ସଂଧ୍ୟା ପରେ ଦଳୀୟ କାର୍ଯ୍ୟାଳୟରେ ହେଉଛି ବିଚାର ବିମର୍ଷ । କେଉଁଠି କଣ ଊଣା ରହିଲା କାହାକୁ କିପରି ମନେଇ ହେବ ସେ ସଂକ୍ରାନ୍ତରେ ନିଷ୍ପତି ନିଆଯିବା ସହିତ ସମର୍ଥକମାନେ ଭାଗଭାଗ ହୋଇ ଆବଶ୍ୟକ ମୁତାବକ ରାତିରେ ମଧ୍ୟ ଭୋଟରଙ୍କୁ ଭେଟୁଛନ୍ତି । ଆଜି ପ୍ରଚାର ମୈଦାନରେ ଆମ୍ଭ ପ୍ରତି ସ୍ଥିତି ପରଖିଥିଲେ । ବିଜେଡିର ପଞ୍ଚାୟତ ସଭାପତି ତଥା ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ମହାପାତ୍ର ଦଳୀୟ ପ୍ରାର୍ଥିଭାବେ ନିଜର ସମର୍ଥକଙ୍କୁ ଧରି ବାରୋଡିହରେ ପ୍ରଚାର କରୁଥିଲା ବେଳେ ବିଗତ ୫ ବର୍ଷରେ ପଞ୍ଚାୟତର ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ଆଗାମି ଦିନରେ ଏକ ଆଦର୍ଶ ଓ ସୁସ୍ଥ ପଞ୍ଚାୟତ ଗଠନ କରିବାର ପ୍ରତିଶୃତି ଦେଉଥିଲେ ଭୋଟରମାନଙ୍କୁ । ତାଙ୍କ ସହିତ ସମିତି ସଭ୍ୟା ପ୍ରାର୍ଥିନୀ କାବେରୀ ମଳିକ, ସରପଞ୍ଚ ମାନସୀ ମଳିକ, ସମିତି ସଭ୍ୟ ପ୍ରଦୀପ ମହାଳିକ, ପୂର୍ବତନ ସମିତି ସଭ୍ୟ ରମେଶ ନାୟକ, ଯୁବନେତା ରଘୁନାଥ ମଳିକ ଓ ଧନଞ୍ଜୟ ନାୟକ, ପିତବାସ ମଳିକ, ପ୍ରଭାତ ଦାସ, ବାବୁରାମ ମଳିକ, ରତିକାନ୍ତ ମଳିକ, ତାପସ ବେହେରା, ବିନୋଦ ବେହୁରିଆ ପ୍ରମୁଖ ଆଗଧାଡିର କର୍ମୀମାନେ ପ୍ରଚାରରେ ସାମିଲ ହୋଇଛନ୍ତି । ସେହିପରି ବରିଷ୍ଠ ବିଜେଡି ନେତା ତଥା ଦିର୍ଘ ୪ ଦଶଦ୍ଧି ଧରି ରାଜନୀତିରେ ରହି ଲୋକଙ୍କ ସୁଖଦୁଃଖରେ ସମଭାଗି ହୋଇଥିବା ହରେକୃଷ୍ଣ ଜେନା ପୁରୁଖା କର୍ମୀଙ୍କୁ ଧରି ପ୍ରଚାର ଚଳେଇଛନ୍ତି । ଗତ ୫ ବର୍ଷରେ ଦଳ ଯାହାଙ୍କୁ ସରପଞ୍ଚ କରାଇଥିଲା କିଛି ସ୍ୱର୍ଥନ୍ୱେସୀ ଗୋଷ୍ଠିଙ୍କ ପ୍ରରୋଚନାରେ ଦଳର ମୂଳ ଆଭିମୁଖ୍ୟକୁ ଭୁଲି ଦୂର୍ନୀତିରେ ସାମିଲ ହେଲେ ଯାହାକୁ ସହ୍ୟ କରିନପାରି ଆମ୍ଭେ ବିରୋଧ ପ୍ରକାଶ କଲୁ । ଜନସାଧାରଣଙ୍କ ହକ୍‌ର ଲଢେଇ ପାଇଁ ଆମେ ବାଧ୍ୟ ହୋଇ ମୈଦାନରେ ଅବତୀର୍ଣ୍ଣ ହୋଇଛୁ । ଲୋକଙ୍କ ଆଶା ଭରଷା ଓ ବିଶ୍ୱାସ ଆମ ଉପରେ ଅତୁଟ ରହିଛି । ଆମେ ଏହାକୁ ମୂଳ ପୁଞ୍ଜିକରି ଆମ୍ଭେ ନିଶ୍ଚିତ ନିର୍ବାଚନୀ ବୈତରଣୀ ପାର୍ ହେବୁବୋଲି ଆଶା ପ୍ରକଟ କରିଛନ୍ତି । ସମିତି ସଭ୍ୟ ପ୍ରାର୍ଥିନୀ ମମତା ମହାଳିକଙ୍କ ସମେତ ଅଶୋକ ଦାସ, ପ୍ରଦୀପ ମହାଳିକ, ସୁକାନ୍ତ ମଳିକ, ଶ୍ୟାମସୁନ୍ଦର ମଳିକ, ଶରତ ମଳିକ, ବନମାଳି ଦାସ, କୈଳାସ ଦାସ, ତୁଳସୀ ମଳିକ, ଶୁଭଦ୍ରା ଦାସ, କାଞ୍ଚନ ମଳିକ, ବୀଣାପାଣି ନାଥ, ବାସନ୍ତୀ ଦାସ, ଚନ୍ଦ୍ରମଣି ମଳିକ ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ । ଅନ୍ୟପଟେ ଏମାନଙ୍କୁ ଟକ୍କର ଦେବାଲାଗି ମୈଦାନରେ ଉଭା ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଉଦ୍ଧବ ଚରଣ ନାୟକ । ଚାଷୀ ମୂଲିଆ ଖଟିଖିଆ ମାନଙ୍କର ମସିହା ଭାବେ ପରିଚିତ ତଥା ବିଭନ୍ନ ସମୟରେ ଅନ୍ୟାୟ ଓ ଦୂର୍ନୀତି ବିରୋଧରେ ସ୍ୱର ଉତ୍ତଳନ କରି ସେ ଲୋକଙ୍କ ସାଥିରେ ରହିଛନ୍ତି । ପୂର୍ବରୁ ନିଜ ପଞ୍ଚାୟତର ସରପଞ୍ଚ ଓ ପଡୋଶୀ ଲାଁପଡା ପଞ୍ଚାୟତର ସମିତି ସଭ୍ୟଭାବେ ନିର୍ବାଚିତ ହୋଇ ନିଜର ପରାକାଷ୍ଠା ପ୍ରାମଣିତ କରିପାରିଛନ୍ତି । କୃଷି ଓ କୃଷକର ଉନ୍ନତି ପାଇଁ ସେ ବିଭିନ୍ନ ସମୟରେ ଜଳସେଚନ ବ୍ୟବସ୍ଥା, ସାଳନ୍ଦି ସଂସ୍କାର, ରୋଗପୋକ, ଗଜା ମରୁଡି, ବନ୍ୟା ପ୍ରପିଡିତ ଏହି ଅଞ୍ଚଳକୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେଥିନେଇ ପ୍ରଶାସନିକ ସ୍ତରରେ ପ୍ରଚେଷ୍ଠା ଚଳାଇ ଆସିଛନ୍ତି । ବିଜେଡିର ଦୁଇଗୋଷ୍ଠିଙ୍କୁ ମୁକାବିଲା କରିବା ଲାଗି ବିକାଶ ମଞ୍ଚ ନାଆଁରେ ସେ ସରପଞ୍ଚ ପ୍ରାର୍ଥିଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତାଙ୍କ ସହିତ ସମିତି ସଭ୍ୟ ପ୍ରାର୍ଥିନୀ ବିଷ୍ଣୁପ୍ରିୟା ପତି, ଦୟାନିଧି ସାହୁ, ପ୍ରଶାନ୍ତ ପତି, ପ୍ରଶାନ୍ତ ମଳିକ, ମନ୍ମଥ ନାୟକ, ବିନୋଦ ମଳିକ, ଧିରେନ୍ଦ୍ର ମଳିକ, ତପନ ମହାଳିକ, ରାଜକିଶୋର ମିଶ୍ର, ଅକ୍ଷୟ ମଳିକ, ସଞ୍ଜୟ ମଳିକ, ରାଜେଶ ମଳିକ ପ୍ରମୁଖ କର୍ମୀ ପ୍ରଚାରରେ ସାମିଲ ହୋଇଛନ୍ତି । ଏମାନଙ୍କ ସହିତ ବିଜେପି ସମର୍ଥିତ ପ୍ରାର୍ଥି ଓ ଦୁଇ ଜଣ ସ୍ୱାଧିନ ପ୍ରାର୍ଥି ମଧ୍ୟ ମୈଦାନରେ ଅଛନ୍ତି । ତେବେ ଭୋଟରଙ୍କୁ ଆପଣେଇବା ପାଇଁ କିଏ କେଉଁ ପ୍ରକାର ଗୋଟି ଚାଳନା କରି ସଫଳତା ହାସଲ କରୁଛି ତାହା ଫଳାଫଳ ଆସିବା ପରେ ଜଣା ପଡିବ ।

ଦୌଲତପୁର ବିଜେପିକୁ ଶକ୍ତ ଝଟକା, ଦଳଛାଡି ବିକାଶ ମଞ୍ଚ ଶିବିରରେ ଯୋଗଦାନ କଲେ ମୃତ୍ୟୁଞ୍ଜୟ। ତିହିଡି, ୦୬.୦୨: ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳଡିଆଁ ପର୍ବ ମଧ୍ୟ ସେହି ପରିମାଣରେ ଦେଖିବାକୁ ମିଳୁଛି । କିଏ ଦଳରେ ଅସନ୍ତୋଷ ପ୍ରକାଶ କରି ତ ଆଉ କିଏ ପ୍ରାର୍ଥି ହେବା ଆଶାରୁ ବଞ୍ôଚତ ହୋଇ ଘଡିସନ୍ଧି ମୂହୁର୍ତ୍ତରେ ଏପରି ଦଳ ଛାଡିବା ନିଷ୍ପତି ନେଉଛନ୍ତି । କେତେକ ଦଳରେ ଆମଦାନୀ ନେତାଙ୍କ ସହି ପାରୁନାହାଁନ୍ତି ପୁରୁଖା ନେତା ଓ କର୍ମୀମାନେ । ଏହି ଅସନ୍ତୋଷ କେତେକ ଜାଗାରେ ଭିତରେ ଭିତରେ କୋହଳୁଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ଦୌଲତ