ବିଜେପି ସମର୍ଥିତ ପ୍ରାର୍ଥିଙ୍କୁ ବିକାଶର ନଗ୍ନଚିତ୍ର ଦେଖାଇଲେ ହରସିଂପୁର ବସ୍ତିବାସିନ୍ଦା

679

କଟକ(ଉତ୍କଳ ନିଉଜ )୦୪/୦୨/୨୦୨୨ : ଗାଁକୁ କାମ ଆଉ ମାଆକୁ ସମ୍ମାନ ସହିତ ସାମଗ୍ରୀକ ବିକାଶର ନାରା ଦେଉଥିବା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ହରସିଂପୁର ପଞ୍ଚାୟତର ଲଘୁ ସଂପ୍ରଦାୟର ବସ୍ତିବାସିନ୍ଦା । ଆଜି ବିଜେପି ସମର୍ଥିତ ପ୍ରାର୍ଥିଙ୍କ ପ୍ରଚାର ସମୟରେ ବସ୍ତିର ନଗ୍ନଚିତ୍ର ଦେଖାଇଛନ୍ତି ସେମାନେ । ଏହି ବସ୍ତିରେ ମାତ୍ରାଧିକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ୍ ପଡିଛନ୍ତି । ନୁଆଁଣିଆ ଚାଳ ଛପର ଝୁମ୍ପୁଡି ଘରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା କେତେକ ପ୍ରାର୍ଥିଙ୍କ ଆଗରେ ବଖାଣିଛନ୍ତି । ଆଶାଥିଲା ହରିସିଂପୁର ନୂଆ ପଞ୍ଚାୟତ ହେବାପରେ ନବନିର୍ବାଚିତ ଜନପ୍ରତିନିଧି ପଞ୍ଚାୟତର ବିକାଶ କରିବା ସହ ବସ୍ତିବାସିନ୍ଦାଙ୍କ ଦୁଖ ଦୂର କରିବେ । ଚାହୁଁଚାହୁଁ ୫ ବର୍ଷ ବିତିଗଲା । ବିଗତ ଦିନରେ ଏହି ବସ୍ତିର ଚିତ୍ର ଯାହାଥିଲା ଆଜି ମଧ୍ୟ ସେହିପରି ରହିଛି । ଏଠି ବିକାଶ ସମ୍ପୂର୍ଣ୍ଣ ଦିଗହରା ହୋଇଛି । ତେଲିଆ ମୁଣ୍ଡରେ ତେଲ ମାରିବା ପରି ଥିଲାବାଲା ଓ ଅଯୋଗ୍ୟମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଯାଇଥିବା ବେଳେ ସେମାନଙ୍କୁ ବାଦ୍ ଦିଆଯାଇଥିବା କ୍ଷୋଭ ପ୍ରକାଶ କରି କହିଛନ୍ତି । ଶୁକ୍ରବାର ଅପରାହ୍ନରେ ସରପଞ୍ଚ ପ୍ରାର୍ଥି ଅଜୟ ମହାନ୍ତି ଓ ସମିତି ସଭ୍ୟ ପ୍ରାର୍ଥି ଧିରେନ୍ ସାହୁ ଏବଂ ପୂର୍ବତନ ଜିଲ୍ଲା ସମ୍ପାଦକ ତଥା ଏବର ପଞ୍ଚାୟତ ପ୍ରଭାରୀ ସଂଗ୍ରାମ କେଶରୀ ମହାନ୍ତିଙ୍କ ସମେତ ସମିର ସାହାଜୀ, ଗରିବ୍ ସାହାଜୀ, ମିଥୁନ ସାହାଜୀ, ରୁଗା ସାହାଜୀ, ଇଦିରିଶ ସାହାଜୀ, ବିଲାଲ ସାହାଜୀ, ମୁର୍ସିଦ୍ ସାହାଜୀ ପ୍ରମୁଖ ସମର୍ଥକ ଘରକୁ ଘର ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ଆଗାମି ଦିନରେ ପଞ୍ଚାୟତର କିପରି ସର୍ବାଙ୍ଗୀନ ବିକାଶ କରାଯାଇ ପାରିବ ସେଥିପାଇଁ ଏହି ପ୍ରାର୍ଥିମାନଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ । ନୂତନ ପଞ୍ଚାୟତର ମାନ୍ୟତା ପାଇଥିଲେ ମଧ୍ୟ ୫ ବର୍ଷ ମଧ୍ୟରେ କାର୍ଯ୍ୟାଳୟ ଗୃହଟିଏ ନିର୍ମାଣ ହୋଇ ନପାରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି କହିବା ସହ କ୍ଷମତାକୁ ଆସିଲେ ସର୍ବପ୍ରଥମେ ଏହାକୁ ଗୁରୁତ୍ୱ ଦେବାକୁ ପ୍ରତିଶୃତି ଦେଇଥିଲେ । ବିଜେପି ସମର୍ଥିତ ପ୍ରାର୍ଥିଙ୍କ ସହ ସିଧାସଳଖ ବିଜେଡି ସମର୍ଥିତ ପ୍ରାର୍ଥିଙ୍କ ଟକ୍କର ହେଉଥିବାରୁ ଏହି ଲଢେଇରେ ରବିନ୍ଦ୍ର ବଳ, ପ୍ରକାଶ ପାଢୀ, ବିଷ୍ଣୁମୋହନ ପାଢୀ, ପଦ୍ମନାଭ ଦାସ, ଗଙ୍ଗାଧର ପରିହାରୀ, ମକରା ଜେନା, ପ୍ରଶାନ୍ତ ଜେନା, ବିଚିତ୍ର ରାଉତ, ବାସୁଦେବ ସୂତାର, ପତିତ ଜେନା, ବିଚିତ୍ର ବେହେରା, ପ୍ରଦୀପ ସାହୁ, ଅଜୟ କର, ପାକୁଲୁ ତ୍ରିପାଠୀ, ସୁରେନ୍ଦ୍ର ସାହୁ, ଗଦାଧର ଦାସ, ଭଗବାନ ସ୍ୱାଇଁ, ତପନ ବେହେରା, ଗଦାଧର ଦାସ, ସୁବଳ ବେହେରା, ବିଷ୍ଣୁମୋହନ ପାଣିଗ୍ରାହୀ, ଶ୍ରୀଧର ବିଶ୍ୱାଳ, ବାବୁ ପାଣ୍ଡବ, ଭରତ ଦାସ, ରାଜେନ୍ଦ୍ର ଦାସ, ରମେଶ ମହାନ୍ତି ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।