ହରସିଂପୁରକୁ ପୂନର୍ବାର ଦଖଲ ଲାଗି ବିଜେଡିର ରଣନୀତି ଆରମ୍ଭ |

295

କଟକ(ଉତ୍କଳ ନିଉଜ )୦୩/୦୨/୨୦୨୨ : ମସିହାରେ ନବଗଠିତ ଚାନ୍ଦବାଲି ନିର୍ନାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ହରସିଂପୁର ପଞ୍ଚାୟତକୁ ପୂନର୍ବାର ଦଖଲ କରିବା ଲକ୍ଷ୍ୟରେ ଶାସକ ବିଜେଡି ରଣନୀତି ଆରମ୍ଭ କରିଛି । ୫ ବର୍ଷ ମଧ୍ୟ ମଧ୍ୟରେ ଏହି ପଞ୍ଚାୟତରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାଗୁଡିକୁ ପାଥେୟ କରି ବିରୋଧି ଦଳ ବିଜେପି ସମର୍ଥିତ ପ୍ରାର୍ଥିମାନଙ୍କୁ କଡ୍ଡା ମୁକାବିଲା କରିବାକୁ ଯାଉଛି । ଘରଘର ବୁଲି ପ୍ରାର୍ଥିମାନେ ପ୍ରଚାର ଚଳେଇଛନ୍ତି । ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥିଭାବେ ଯୁବନେତା କୃଷ୍ଣଚନ୍ଦ୍ର ମହାନ୍ତି, ସମିତି ସଭ୍ୟ ପ୍ରାର୍ଥିଭାବେ ବିରାଜ ପାଢୀ ପ୍ରଚାର ମୈଦାନରେ । ପଞ୍ଚାୟତକୁ ଆସୁଥିବା ସମସ୍ତ ସରକାରୀ ଅନୁଦାନ ସମେତ ଚାନ୍ଦବାଲି ବିଧାୟକଙ୍କ ଉଦ୍ୟମରେ ଏହି ପଞ୍ଚାୟତର ବହୁ ବୃହତ୍ ଯୋଜନାମାନ ପ୍ରଣୟନ କରାଯାଇଛି । ଆଲୋକିକରଣ ଠାରୁ ଆରମ୍ଭ କରି ଚାଷୀଙ୍କ ସୁବିଧା ପାଇଁ କେନାଲ ଖନନ, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ, କଂକ୍ରିଟ୍ ରାସ୍ତା, ଆବାସ ଯୋଜନା ଆଦି ସଫଳତା ଭାବେ କାର୍ଯ୍ୟକାରୀ କରାଯାଇଛି । ପଞ୍ଚାୟତବାସୀଙ୍କ ସୁଖଦୁଃଖର ସାଥିହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରୁଥିବା ଶ୍ରୀ ମହାନ୍ତି ଭୋଟ ପାଇଁ ନିବେଦନ କରୁଛନ୍ତି ଏବଂ ଏଥର ବିଜୟୀ ହେଲେ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ସହିତ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥି ଅମୁଲ୍ୟ ମାଝୀଙ୍କ ସହ ଏହି ପ୍ରାର୍ଥିମାନେ ଗାଁକୁ ଗାଁ ଘରଘର ବୁଲି ପ୍ରଚାର କରିଥିଲେ । ଗତ ୨୦୧୭ ମସିହାରେ ଏହି ପଞ୍ଚାୟତ ବିଜେଡି ସମର୍ଥିତ ପ୍ରାର୍ଥି ଅକ୍ତିଆର କରିଥିଲେ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥି ମଧ୍ୟ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ସେହିପରି ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ଏହି ପଞ୍ଚାୟତରୁ ବହୁ ଭୋଟ ବ୍ୟବଧାନରେ ବିରୋଧିଙ୍କୁ ପଛରେ ପକାଇଥିଲା । ଚଳିତ ନିର୍ବାଚନରେ ଭୋଟରଙ୍କ ପ୍ରିୟଭାଜନ ହୋଇ ପାରିବେ ବୋଲି ଏହି ପ୍ରାର୍ଥିମାନେ ଆଶାବାଦି ଅଟନ୍ତି । ପଞ୍ଚାୟତ ସଭାପତି ଯଦୁନାଥ ପାଣିଗ୍ରାହୀଙ୍କ ସମେତ ସରପଞ୍ଚ ଅଯୋଧ୍ୟାରାଣୀ ଜେନା, ସମିତି ସଭ୍ୟା ପ୍ରମିଳା ଜେନା, ପବିତ୍ର ମୋହନ ଜେନା, ମହେଶ୍ୱର ଜେନା, ଗୋରା ସାହାଜୀ, କୁନା ସାହାଜୀ, ଫାରୁ ସାହାଜୀ, ବାବୁ ବେହେରା, ଭାଗିରଥି ବେହେରା, ବାବୁ ଜେନା, ଅଜିତ କର, ଶ୍ୟାମ ପରିଡା, ମହେନ୍ଦ୍ର ନାୟକ, ବିଜୟ ଦାସ, ବୀର ଜେନା, ବାବନ ଜେନା, ଟୁନିଆ ଜେନା, ସନାତନ ତିଆଡି, ଚୁଇଁ ଗୋଥ, ବିଚିତ୍ର ଜେନା ଓ ଦାମ ମିଶ୍ର ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ । ସଂଧ୍ୟାରେ ବିଧାୟକ ଡ.ବ୍ୟୋମକେଶ ରାୟ ଏକ ସାଂଗଠାନିକ କାର୍ଯ୍ୟକ୍ରରେ ଯୋଗଦେଇ ଜିଲ୍ଲା ପରିଷଦ ପ୍ରାର୍ଥି ତଥା ଦଳୀୟ ସମର୍ଥିତ ପ୍ରାଥିଙ୍କୁ ବିପୁଳ ସଂଖ୍ୟାରେ ବିଜୟ କରାଇବା ଲାଗି କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |