ଦୂର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସିପିଆଇ(ଏମ)ର ଲଢେଇ

487

କଟକ(ଉତ୍କଳ ନିଉଜ )୦୨/୦୨/୨୦୧୨ : ଦୂର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢେଇ ଆରମ୍ଭ କରିଛି ସିପିଆଇ(ଏମ) । ତିହିଡି ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୨ଟି ଜୋନରେ ପ୍ରାର୍ଥି ଦେଇ ପ୍ରଚାର ଚଳାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶୋଷଣ ନୀତିକୁ ବିରୋଧ କରି ଏହି ନିର୍ବାଚନୀ ମୈଦାନରେ ଉଭା ହୋଇଛନ୍ତି । ସାଧାରଣ ଗରିବ, ଖଟିଖିଆ ଓ ମେହନତୀ ମଣିଷର ହକ୍ ଓ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାର ନାରା ଦେଇଛି । ବିଶେଷକରି କୃଷି ଓ କୃଷକର ଦୁର୍ଦ୍ଦଶା, ଶ୍ରମଜୀବି, ଜନଗଣଙ୍କ ଅଧିକାର, ବେକାର ଯୁବକ/ଯୁବତୀଙ୍କ ନିଯୁକ୍ତି, ଉତ୍ତମ ଶିକ୍ଷା ଓ ସ୍ୱାସ୍ଥ୍ୟର ବ୍ୟବସ୍ଥା, ଗ୍ରାମ୍ୟ ପରିମଳ, ଖାଦ୍ୟ ନିରାପତ୍ତା, ସମସ୍ତଙ୍କ ପାଇଁ ଆବାସ ଯୋଜନା, ଭୂମିହୀନଙ୍କୁ ଘରଡିହ ପଟ୍ଟା, ମହିଳାଙ୍କ ସୁରକ୍ଷା, ଦୂର୍ନୀତିମୁକ୍ତ ପଞ୍ଚାୟତରାଜ ବ୍ୟବସ୍ଥା, ପଲ୍ଲୀସଭା ଓ ଗ୍ରାମସଭା କାର୍ଯ୍ୟାକରିତା ଆଦି ପ୍ରସଙ୍ଗ ଉପରେ ଆଧାରିତ ବିକଳ୍ପ ନୀତି ନେଇ ଦଳ ଆଗେଇ ଆସିଛି । ସେମାନେ ଦୂର୍ନୀତି ବିରୋଧରେ ଆବାଜ୍ ଉଠାଇବା ପାଇଁ ଜନଗଣଙ୍କୁ ଜାଗ୍ରତ କରିବା ସହ ଲୋକଙ୍କ ହାତରେ କ୍ଷମତା ପାଇଁ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥିଙ୍କୁ ବିଜୟୀ କରିବାକୁ ନିବେଦନ କରିଛନ୍ତି । ଉଭୟ ଶାସକ ଓ ବିରୋଧି ଦଳଙ୍କୁ କଡ୍ଡା ଜବାବ ଦେବାଲାଗି ଏହି ଦଳ ଋଣ କୌଶଳ ଆରମ୍ଭ କରିଛି । ସାଧାରଣ ଶିକ୍ଷା, ସ୍ୱାସ୍ଥ୍ୟ ଓ ବାସଗୃହ ଯୋଗାଇ ଦେବାରେ ବିଫଳ ହୋଇଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନର ଅବ୍ୟବହିତ ପୂର୍ବରୁ ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି । ନିର୍ବାଚନ ପୂର୍ବରୁ ହାତିଘୋଡା ଦେବାର ପ୍ରତିଶୃତି ପାହାଡ ଛିଡା କରାଇଥାନ୍ତି ମାତ୍ର ବିଜୟ ହାସଲ କରିବା ପରେ କାଶିଆ କିଏ ନା କପିଳା କିଏ ନ୍ୟାୟରେ ସରକାରୀ ଯୋଜନାରେ ଲୁଟିବାର ଅଭିପ୍ରାୟ ରଖିଥାନ୍ତି । ନିର୍ବାଚନ ପୂର୍ବରୁ ସାଇକେଲ ମରାମତି କରିବାକୁ ଅସମର୍ଥ ଥିବା ନେତା ଜିତିବା ପରେ ବାଇକ୍ ଠାରୁ ଆରମ୍ଭ କରି ୪ ଚକିଆ ଗାଡି କିଣିବା ସହିତ ସୁନ୍ଦର ଅଟ୍ଟାଳିକା ନିର୍ମାଣ କରିଥାନ୍ତି । ଏସବୁକୁ ବହୁ ଦୂରରେ ରଖି ଲୋକଙ୍କ ସେବା କରିବାର ସୁଯୋଗ ନେବାକୁ ଏହି ଦଳ ଅଣ୍ଟା ଭିଡିଛି । ୭ ନମ୍ବର ଜୋନର ଜ୍ୟୋର୍ତିମୟୀ ଦାସ ଏବଂ ୮ ନମ୍ବର ଜୋନର ମମତାରାଣୀ ଜେନା ଜିଲ୍ଲା ପରିଷଦ ପ୍ରାର୍ôଥନୀଭାବେ ପ୍ରଚାର ମୈଦାନରେ । ଦୂର୍ନୀତି ଠାରୁ ବହୁ ଦୂରରେ ରହି ଏହି ଦଳ ସେବା କରିବା ସହିତ ସରକାରୀ ଯୋଜନାକୁ ସୁଚାରୁରୂପେ କାର୍ଯ୍ୟକାରୀ କରାଯିିବ ବୋଲି ଆଞ୍ଚଳିକ କମିଟିର ସମ୍ପାଦକ ଆଇନ୍‌ଜୀବି ବିଷ୍ଣୁ ଚରଣ ଦାଶ, ପ୍ରଫୁଲ କୁମାର ପାଢୀ, ଚନ୍ଦ୍ରଶେଖର ନାୟକ, ନାରାୟଣ ଦାଶ, ନିର୍ମଳ ଦଳେଇ, ଅର୍ଜୁନ ବଳ, ମାୟାଧର ଦାସ, କୃଷ୍ଣ ମଳିକ, ଦିଲ୍ଲିପ ନାଥ, ଗୟାଧର ସେଠୀ, ଶ୍ରୀଧର ଜେନା, ସତ୍ୟବ୍ରତ କୁଣ୍ଡ, ପିତାମ୍ବର ମଳିକ, ମଣ୍ଟୁ ମାଝୀ, ଜ୍ୟୋର୍ତିମୟୀ ମଲ୍ଲିକ, ଜଗନ୍ନାଥ ବେହେରା, କରୁଣାକର ସାହୁ ପ୍ରମୁଖ ଭୋଟରଙ୍କୁ ପ୍ରତିଶୃତି ଦେଇ ପ୍ରଚାରରେ ସାମିଲ ହୋଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |